ଟ୍ରାକ୍ଟରରୁ ଖସି ପଡି ଶ୍ରମିକ ମୃତ : ତଦନ୍ତ କରୁଛି ପୁଲିସ

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଳକ ବିବିନା ଗ୍ରାମରେ ଆଜି ଏକ ଅଭାବନୀୟ ଘଟଣା ଘଟିଛି । ଜଣେ ଶ୍ରମିକ ଟ୍ରାକ୍ଟରରୁ ଖସି ପଡିଯିବାରୁ ଟ୍ରାକ୍ଟର ତଳେ ଚାପି ହୋଇ ଘଟଣା ସ୍ଥାନରେ ମୃତ୍ୟୁ ହୋଇଥିବା ଜଣାପଡିଛି । ସୂଚନା ମତେ ମୃତ୍ୟୁ ହୋଇଥିବା ଶ୍ରମିକ ଜଣକ ସଇଁନ୍ତଲା ବ୍ଳକ ଡେଙ୍ଗ କଲୋନୀର ହେମରାଜ ଭୋଇ(୩୮)ବୋଲି ଜଣାପଡିଛି । ଏକ ଇଟା ଭାଟିରୁ ଟ୍ରାକ୍ଟର ଯୋଗେ ଇଟା ଧରି ବିବିନା ଗ୍ରାମର ତେତେଲ ପଡାକୁ ନେଉ ଥିବା ବେଳେ ବିବିନା ସ୍କୁଲ ପାଖରେ ଶ୍ରମିକ ଜଣକ ଟ୍ରାକ୍ଟରରୁ ଖସି ପଡିଥିଲେ । ତେବେ ଡ୍ରାଇଭର ଜଣକ ନଦେଖି ଶ୍ରମିକଙ୍କ ଉପରେ ଟ୍ରାକ୍ଟରର ପଛ ଚକ ମାଡି ଯିବାରୁ ଶ୍ରମିକ ହେମରାଜଙ୍କ ଘଟଣାସ୍ଥଳରେ ହିଁ ମୃତ୍ୟୁ ଘଟିଥିଲା ।ଫଳରେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ଖବର ପାଇ ସଇଁନ୍ତଲା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଶବକୁ ଜବତ କରିବା ସହ ଟ୍ରାକ୍ଟରକୁ ଜବତ କରି ଥାନାରେ ରଖା ଯାଇଥିବା ଜଣାପଡିଛି । ପ୍ରଥମେ ସଇଁନ୍ତଲା ଡାକ୍ତରଖାନାକୁ ଆଣିବା ପରେ ଶବ ବ୍ୟବଚ୍ଛେଦ ପାଇଁ ଟିଟିଲାଗଡ ପଠାଯାଇଥିବା ବେଳେ ଘଟଣା ସମ୍ପର୍କରେ ତଦନ୍ତ ଜାରି ରହିଛି ।

Leave A Reply

Your email address will not be published.

three × 2 =