ଚଳିତ ବର୍ଷ ମଧ୍ୟ ପୁରୀ ଛଡା ଅନ୍ୟକୌଣସି ସ୍ଥାନରେ ରଥଟଣା ହେବ ନାହିଁ

ଭୁବନେଶ୍ୱର, (କେ.ସତ୍ୟନାରାୟଣ ରେଡ୍ଡୀ) : ପୁରୀରେ ଅନୁଷ୍ଠିତ ହେବାକୁ ଥିବା ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ଆଉ ମାତ୍ର ଏକମାସ ରହିଲା । ଏହା ପୂର୍ବରୁ ପୁରୀ ରଥଯାତ୍ରା ନେଇ ବଡ଼ ନିଷ୍ପତ୍ତି ନେଇଛନ୍ତି, ରାଜ୍ୟ ସରକାର । ପୂର୍ବବର୍ଷ ଭଳି ଏଥର ମଧ୍ୟ ପୁରୀରେ ହେବ ଭକ୍ତ ଶୁନ୍ୟ ରଥଯାତ୍ରା । ଏନେଇ ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ ଜେନା ପ୍ରେସ୍‌ ମିଟ୍‌ ଜରିଆରେ ସୂଚନା ଦେଇଛନ୍ତି ।

ସେହିପରି ଏସ୍ଆର୍‌ସିଙ୍କ ପ୍ରେସ୍‌ମିଟ୍‌ ଅନୁଯାୟୀ, ପୁରୀ ଛଡ଼ା ଓଡିଶାର ଅନ୍ୟ କୌଣସି ସ୍ଥାନରେ ରଥ ଟଣା ହେବ ନାହିଁ । ଅନ୍ୟ ସ୍ଥାନରେ କେବଳ ମନ୍ଦିର ପରିସରରେ ରଥ ଯାତ୍ରା କେବଳ ବିଧି ସହ ହେବ ନୀତିକାନ୍ତି । ପୁରୀରେ କୋଭିଡ଼ ଗାଇଡ଼ଲାଇନ୍‌ ଅନୁସାରେ ରଥ ଯାତ୍ରା ହେବ । କେବଳ ସେବାୟତ ଓ ସୁରକ୍ଷା କର୍ମୀମାନେ ରଥ ଟାଣିବେ । ସମସ୍ତଙ୍କର କୋଭିଡ଼ ଟେଷ୍ଟ କରାଯିବ । ଯଦି ରିପୋର୍ଟ ପଜିଟିଭ୍‌ ଆସିଲେ, ତେବେ ସେମାନଙ୍କୁ ରଥ ଟାଣିବା ପାଇଁ ଅନୁମତି ଦିଆଯିବନାହିଁ । କେବଳ ନେଗେଟିଭ୍‌ ରିପୋର୍ଟ ଥିବା ସେବାୟତ ଓ ସୁରକ୍ଷାକର୍ମୀଙ୍କୁ ଅନୁମତି ଦିଆଯିବ । ନଚେତ୍‌ ଦୁଇ ଡୋଜ୍‌ ଟିକା ନେଇଥିବେ । ରଥଯାତ୍ରା ସମୟରେ ପୁରୀରେ ଲାଗିବ କର୍ଫ୍ୟୁ, ବାହାର ଲୋକଙ୍କୁ ପୁରୀ ମନା । ପୁରୀକୁ ଟ୍ରେନ୍‌ ସମେତ ଅନ୍ୟ ଯାନକୁ ପ୍ରବେଶ ମନା ।

Leave A Reply

Your email address will not be published.

fifteen − 2 =