ମନୋଜଙ୍କ ଏକାଦଶାହରେ ଶ୍ରଦ୍ଧାଞ୍ଜଳି

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକ ଅର୍ନ୍ତଗତ ସାଉରିଆ ପଂଚାୟତ ଗଙ୍ଗପୁରପାଟଣା ଗ୍ରାମର ମନୋଜ ବଡଜେନା (୩୬) ଆଜକୁ ପ୍ରାୟ ୬ମାସ ହେଲା ଯକୃତ ଜନିତ ରୋଗରେ ପିଡିତ ଥିଲେ । ସେ ଭୁବନେଶ୍ୱରସ୍ଥିତ ସମ ହସ୍ପିଟାଲରେ ଚିକିତ୍ସାଧିନ ଅବସ୍ଥାରେ ମଇ୩୧ ତାରିଖରେ ତାଙ୍କର ମୃତ୍ୟୁ ହୋଇଯାଇଛି । ଆଜି ତାଙ୍କର ଏକାଦଶାହ ଅବସରେ ବହୁବ୍ୟକ୍ତି ବିଶେଷ, ଗ୍ରାମବାସୀ ଶୋକ ସନ୍ତପ୍ତ ପରିବାରକୁ ସମବେଦନା ଜଣାଇବା ସହ ମନୋଜଙ୍କ ଅମର ଆତ୍ମାର ସଦ୍‌ଗତି କାମନା କରି ଶ୍ର୍ରଦ୍ଧାଜ୍ଞଳି ଅର୍ପଣ କରିଛନ୍ତି । ଶେଷରେ ମନୋଜ ଜୀବନ ଯୁଦ୍ଧରେ ହାରିଗଲେ । ଘରେ ବୃଦ୍ଧ ପିତାମାତା, ଧର୍ମପତ୍ନୀ, ଦୁଇ ମାସର ପୁତ୍ର ସନ୍ତାନ ରହିଛନ୍ତି । ଏହି ଦୁଃଖଦ ସମୟରେ ଭଗବାନ ତାଙ୍କ ପରିବାରକୁ ଧର୍ଯ୍ୟ ଓ ଶକ୍ତି ପ୍ରଦାନ କରନ୍ତୁ ।

Leave A Reply

Your email address will not be published.

seven − 1 =