pakka

ରାଜ୍ୟ ସରକାରମାନଙ୍କୁ ଦୁଇଟି କିସ୍ତିରେ ୧,୧୬,୬୬୫.୭୫ କୋଟି ଟଙ୍କାର ଟିକସ ହସ୍ତାନ୍ତର କଲେ କେନ୍ଦ୍ର ସରକାର

bbehera

• ସ୍ୱାଭାବିକ ମାସିକ ଟିକସ ହସ୍ତାନ୍ତର ପରିମାଣ ୫୮,୩୩୨.୮୬ କୋଟି ଟଙ୍କା ତୁଳନାରେ ରାଜ୍ୟମାନଙ୍କୁ ମିଳିଲା ଅଧିକ ଅର୍ଥରାଶି
• ଓଡ଼ିଶା ପାଇଲା ୫,୨୮୨.୮୬ କୋଟି ଟଙ୍କାର ଟିକସ ଭାଗ

ଭୁବନେଶ୍ୱର, (ପିଆଇବି) : ରାଜ୍ୟ ସରକାରମାନଙ୍କୁ ଟିକସ ହସ୍ତାନ୍ତର (ଡିଭୋଲ୍ୟୁସନ)ର ଦୁଇଟି କିସ୍ତି ଜାରି କରିଛନ୍ତି କେନ୍ଦ୍ର ସରକାର । ସ୍ୱାଭାବିକ ମାସିକ ଟିକସ ହସ୍ତାନ୍ତର ପରିମାଣ ୫୮,୩୩୨.୮୬ କୋଟି ଟଙ୍କା ତୁଳନାରେ ୧୦ ଅଗଷ୍ଟ, ୨୦୨୨ରେ କେନ୍ଦ୍ର ସରକାର ୧,୧୬,୬୬୫.୭୫ କୋଟି ଟଙ୍କାର କେନ୍ଦ୍ରୀୟ ଟିକସ ଭାଗ ରାଜ୍ୟମାନଙ୍କୁ ଯୋଗାଇ ଦେଇଛନ୍ତି । ଓଡ଼ିଶାକୁ କେନ୍ଦ୍ର ସରକାରଙ୍କ ଠାରୁ ୫,୨୮୨.୮୬ କୋଟି ଟଙ୍କାର ଟିକସ ଭାଗ ମିଳିଛି ।
ପୁଞ୍ଜି ଏବଂ ବିକାଶମୂଳକ ବ୍ୟୟକୁ ତ୍ୱରାନ୍ୱିତ କରିବା ଲାଗି ରାଜ୍ୟମାନଙ୍କର କ୍ଷମତା ବୃଦ୍ଧି ସକାଶେ କେନ୍ଦ୍ର ସରକାରଙ୍କ ପ୍ରତିବଦ୍ଧତା ଅନୁରୂପ ଅଧିକ ପରିମାଣର ଟିକସ ଡିଭୋଲ୍ୟୁସନ ରାଜ୍ୟମାନଙ୍କୁ ଜାରି କରାଯାଇଛି ।
ବିଭିନ୍ନ ରାଜ୍ୟକୁ ଜାରି କରାଯାଇଥିବା ଟିକସ ପରିମାଣ ନିମ୍ନରେ ଦିଆଗଲା:
୨୦୨୨ ଅଗଷ୍ଟ ମାସ ପାଇଁ କେନ୍ଦ୍ରୀୟ ଟିକସ ଏବଂ ଶୁଳ୍କର ମୋଟ୍‌ ପ୍ରାପ୍ତି ବା ନିଟ୍‌ ପ୍ରୋସିଡ୍ସର ରାଜ୍ୟୱାରୀ ବିତରଣ

jay balangir
Leave A Reply

Your email address will not be published.

1 × four =