pakka

ସଇଁନ୍ତଲାରେ ୧୫ରୁ ୧୮ ବର୍ଷ ପିଲାଙ୍କ ଟିକାକରଣ ଆରମ୍ଭ

bbehera

ସଇଁନ୍ତଲା, (ଅଜିତ କୁମାର ସାହୁ) : କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶକ୍ରମେ ଆଜିଠାରୁ ରାଜ୍ୟରେ ୧୫ରୁ ୧୮ ବର୍ଷ ପିଲାଙ୍କ ଟିକାକରଣ ଆରମ୍ଭ ହୋଇଛି । ଏହି ପରିପ୍ରେକ୍ଷୀରେ ଆଜି ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ଡାକ୍ତରଖାନା ପରିସରରେ ଟିକାକରଣର ଶୁଭାରମ୍ଭ ହୋଇଯାଇଛି । ୧୫ରୁ ୧୮ ବର୍ଷର କଲେଜ, ହାଇସ୍କୁଲର ଛାତ୍ରଛାତ୍ରୀମାନେ ଉତ୍ସାହର ସହ ଲାଇନରେ ଛିଡ଼ା ହୋଇ କୋଭାସ୍କିନ ଟିକା ନେଇଥିଲେ । ଏଥିସହିତ ୧୫ରୁ ୧୮ ବର୍ଷ ପର୍ଯ୍ୟନ୍ତ ପିଲାଙ୍କ ଟିକାକରଣ ଆରମ୍ଭ କରାଯାଇଥିବାରୁ ପିଲାମାନେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଧନ୍ୟବାଦ ଜଣାଇଥିଲେ । ଆଜି ପ୍ରଥମ ଦିନରେ ୧୮୦ ଜଣ ଛାତ୍ରଛାତ୍ରୀଙ୍କୁ ଟିକା ପ୍ରଦାନ କରାଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ସ୍ୱାସ୍ଥ୍ୟ କର୍ମୀ ଡୁଲେଶ୍ୱରି ମଲ୍ଲିକ, ପ୍ରଜ୍ଞା ପରିମିତା ସୁନା ଟିକାକରଣରେ ସହଯୋଗ କରିଥିଲେ ।

Leave A Reply

Your email address will not be published.

ten + 17 =