ପାଟଣାଗଡ ବ୍ଲକରେ ବିଙ୍ଗ ହ୍ୟୁମାନ ଫାଉଣ୍ଡେସନର ଶୁଭାରମ୍ଭ

ପାଟଣାଗଡ, (ଗୋରେଖନାଥ ବରିହା) : ବଲାଙ୍ଗିର ଜିଲ୍ଲାରେ ଆଜକୁ ପ୍ରାୟ ୬ ବର୍ଷ ହେବ ବିଙ୍ଗ ହ୍ୟୁମାନ ଫାଉଣ୍ଡେସନ ଅନବରତ ଭାବରେ ସାମାଜିକ କାର୍ଯ୍ୟ କରିଆସୁଛି । ଜିଲ୍ଲାରେ ୩୦ରୁ ଅଧିକ ଶାଖାରେ ଏବେ ଯୁବ ପିଢ଼ି ସମାଜସେବା କ୍ଷେତ୍ରରେ କାମ କରୁଛନ୍ତି । ଆଜି ପାଟଣାଗଡ଼ ବ୍ଲକରେ ମଧ୍ୟ ଏହାର ଶୁଭାରମ୍ଭ ହୋଇଛି । ଆଜି ଝାଙ୍କରପାଲି ଖେଳପଡ଼ିଆଠାରେ ଆୟୋଜିତ ଉଦ୍‌ଘାଟନୀ ସମାରୋହରେ ଅନୁଷ୍ଠାନର ପ୍ରତିଷ୍ଠାତା ସୋମନାଥ ମିଶ୍ର, ସମ୍ପାଦକ ବ୍ରଜ ଗୋପାଳ ସିଂ ଯୋଗଦେଇ ପାଟଣାଗଡ଼ ଶାଖାର ଶୁଭାରମ୍ଭ କରିଥିଲେ । ପାଟଣାଗଡ଼ ବ୍ଲକ ପାଇଁ ଯୁବ ସମାଜସେବୀ ରତ୍ନାକର ସାହୁଙ୍କୁ ସଭାପତି ଏବଂ ଚାମ୍ପେଶ୍ୱର ଧାରୁଆଙ୍କୁ ସମ୍ପାଦକ ଭାବରେ ମନୋନୀତ କରାଯାଇଥିଲା । ଏହି ସଭାରେ ଜଗନ୍ନାଥ ଭୋଇ, ଶୁକଦେବ ଚିଣ୍ଡା, ଜୟନ୍ତ ମିର୍ଧା, ସତ୍ୟନାରାୟଣ ଧାରୁଆ, ଗଜାଜନ ମାଝୀ, ମନୋଜ ମିର୍ଧା, ଧନଞ୍ଜୟ ଭୋଇ, ଶୁକଦେବ ବନଛୋର, ତରଣୀ ଭୋଇ, ପୂର୍ଣ୍ଣଚନ୍ଦ୍ର ସତାର, ଡମ୍ବରୁ ପୁଟା, ସୁମନ୍ତ ନାଏକ, ଜଗପତି ଦୀପ, ଗଙ୍ଗାଧର ମାଝୀ, ଡଗର ମିର୍ଧା, ସୁଶୀଲ ବଗର୍ତି, ରତ୍ନାମନୀ ସାହୁ, ଜଗଦୀଶ ସାହୁ, ବୁଢାରଜା କମିଟିର ସମସ୍ତ ସଦସ୍ୟ ସହ ଆଖପାଖ ୧୫ଟି ଗାଁର ବହୁ ଲୋକ ଉପସ୍ଥିତ ଥିଲେ ।

Leave A Reply

Your email address will not be published.

18 − 1 =