pakka

ମଢପଂଚୁପଲ୍ଲା ଗ୍ରାମରରେ ବୃଦ୍ଧ ନିଖୋଜକୁ ନେଇ ଥାନାରେ ଅଭିଯୋଗ

bbehera

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଡେଲାଙ୍ଗ ଥାନା ଗୁଆଳିପଡା ପଂଚାୟତ ଅର୍ନ୍ତଗତ ମଢପଂଚୁପଲ୍ଲା ଗ୍ରାମର ଜଣେ ୬୦ବର୍ଷର ବୃଦ୍ଧ ନିଖୋଜ ହେବା ନେଇ ଡେଲାଙ୍ଗ ଥାନାରେ ପ୍ରସନ୍ନ କୁମାର ସାହୁ ଏକ ଲିଖିତ ଅଭିଯୋଗ କରିଛନ୍ତି । ନିଖୋଜ ହୋଇଥିବା ବୃଦ୍ଧଙ୍କ ନାମ ସନ୍ତୋଷ କୁମାର ସାହୁ ବୋଲି ଜଣାପଡିଛି । ମିଳିଥିବା ସୁଚନା ମୁତାବକ୧୨ତାରିଖ ରାତି ୯ଟାରୁ ଘରୁ କେଉଁ ଆଡେ ଚାଲିଯାଇଛନ୍ତି ସନ୍ତୋଷ । ସେହିଦିନ ଠାରୁ ସେ ଘରକୁ ଫେରିନାହାଁନ୍ତି । ପରିବାର ଲୋକେ ପଡିଶାଘର, ପ୍ରିୟଜନ ଓ ବନ୍ଧୁବାନ୍ଧବ ଘର ବହୁତ ଖୋଜାଖୋଜି ପରେ ତାଙ୍କର କୌଣସି ସନ୍ଧାନ ପାଇନଥିଲେ । ସୋମବାର ପୁତୁରା ପ୍ରସନ୍ନ ଏସଂକ୍ରାନ୍ତରେ ଡେଲାଙ୍ଗ ଥାନାରେ ଏକ ଲିଖିତ ଅଭିଯୋଗ ଆଣିଛନ୍ତି । ବୃଦ୍ଧ ଜଣକ ମାନସିକ ବିକୃତ ଥିବା ଅଭିଯୋଗରେ ଦର୍ଶାଯାଇଛି । କୌଣସି ବ୍ୟକ୍ତି ନିଖୋଜ ହୋଇଥିବା ବୃଦ୍ଧଙ୍କ ପରିଚୟ ପାଆନ୍ତି ତାହାଲେ ନିକଟସ୍ଥ ଥାନା କିମ୍ବା ଡେଲାଙ୍ଗ ଥାନା ଫୋନ ୯୪୩୭୨୨୦୩୯୧ ନମ୍ବରରେ ଯୋଗାଯୋଗ କରିବାକୁ ଥାନା ଅଧିକାରୀ ଅନିଲ କୁମାର ମହାନ୍ତି ନିବେଦନ କରିଛନ୍ତି ।

jay balangir
Leave A Reply

Your email address will not be published.

twelve + 20 =