pakka

ଥାନା ହାଜତରେ ଅଭିଯୁକ୍ତଙ୍କ ଆତ୍ମହତ୍ୟା ଉଦ୍ୟମ

bbehera

ଢେଙ୍କାନାଳ : ଥାନା ହାଜତରେ ଅଭିଯୁକ୍ତଙ୍କ ଆତ୍ମହତ୍ୟା ଉଦ୍ୟମ । ଢେଙ୍କାନାଳ ପରଜଙ୍ଗ ଥାନାରେ ଘଟିଛି ଏଭଳି ଏକ ଅଭାବନୀୟ ଘଟଣା । ଗୁରୁତର ଅବସ୍ଥାରେ ଅଭିଯୁକ୍ତଙ୍କୁ କଟକ ସ୍ଥାନାନ୍ତର କରାଯାଇଥିବା ଜଣାପଡ଼ିଛି । ଅଭିଯୁକ୍ତ ସ୍ଥାନୀୟ ବାରିହାପୁର ଗାଁର ମହେନ୍ଦ୍ର ନାଏକ । ମହେନ୍ଦ୍ର ଥାନା ହାଜତ ଭିତରେ ବେକରେ ଗାମୁଛା ଲଗାଇ ସ୍କାଏଲାଇଟ ରେଲିଂରେ ଆତ୍ମହତ୍ୟା ଉଦ୍ୟମ କରୁଥିଲେ । ପୋଲିସ ସଙ୍ଗେ ସଙ୍ଗେ ତାଙ୍କୁ ଉଦ୍ଧାର କରି ଢେଙ୍କାନାଳ ଡାକ୍ତରଖାନାରେ ଭର୍ତ୍ତି କରିଥିଲା । ଅବସ୍ଥା ସଂକଟାପନ୍ନ ହେବାରୁ ଏସସିବିକୁ ସ୍ଥାନାନ୍ତର କରାଯାଇଥିବା ସୂଚନା ମିଳିଛି । ପତ୍ନୀ ଆତ୍ମହତ୍ୟା ମାମଲାରେ ମହେନ୍ଦ୍ରକୁ ଅଟକ ରଖି ଛାନ୍‌ଭିନ୍‌ କରୁଥିଲା ପୋଲିସ । ଶୁକ୍ରବାର ମହେନ୍ଦ୍ରଙ୍କ ପତ୍ନୀଙ୍କ ଝୁଲନ୍ତା ମୃତଦେହ ଘରୁ ଉଦ୍ଧାର ହୋଇଥିଲା ।

Leave A Reply

Your email address will not be published.

4 × 4 =