jayashree

ଜିଲ୍ଲା ବ୍ରାହ୍ମଣ ମହାସଭାର ସାମୂହିକ ତିଳ ତର୍ପଣ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବୁଧବାର ସକାଳ ସାଢେ ଆଠଟା ସମସୟରେ ନୃସିଂହ ମନ୍ଦିର ପରିସରରେ ଜିଲ୍ଲା ବ୍ରାହ୍ମଣ ମହାସଭା ଦ୍ୱାରା ସାମୂହିକ ତିଳ ତର୍ପଣ ଅନୁଷ୍ଠିତ ହୋଇଯାଇଛି । ଏହି ସମାରୋହରେ ବରିଷ୍ଠ ଉପଦେଷ୍ଟା ଗିରିଧାରୀ ଶତପଥି, ଗୋପବନ୍ଧୁ ପୁରୋହିତ, ସଂପାଦକ ଶ୍ୟାମସୁନ୍ଦର ଦାଶ, ଏଡ୍‌ଭୋକେଟ ଅଶୋକ ମିଶ୍ର, ପଣ୍ଡିତ ଲକ୍ଷ୍ମୀ ପ୍ରସାଦ ଚାନ୍ଦ, ଜଗନ୍ନାଥ ଷଡଙ୍ଗୀ, କୋଷାଧ୍ୟକ୍ଷ ପଞ୍ଚାନନ ବେଦବାକ, ପୁରୁଷୋତ୍ତମ ପଣ୍ଡା, ଗୋବିନ୍ଦ ଚନ୍ଦ୍ର ମିଶ୍ର, ଅଧ୍ୟାପକ ପ୍ରଭୁଦତ୍ତ ହୋତା, ଗୋପବନ୍ଧୁ ଶତପଥି, ବଳରାମ ମିଶ୍ର, କାଳୀପ୍ରସାଦ ମିଶ୍ର, ସରୋଜ କୁମାର ବେହେରା ପ୍ରମୁଖ ଯୋଗ ଦେଇଥିଲେ । ଆଜିକାର ଏହି ସାମୂହିକ ତିଳ ତର୍ପଣ ଉତ୍ସବ ବ୍ରହ୍ମଶ୍ରୀ ଗିରିଧାରୀ ଶତପଥି, ପଣ୍ଡିତ ଲକ୍ଷ୍ମୀ ପ୍ରସାଦ ଚାନ୍ଦ ଓ ସଂପାଦକ ଶ୍ୟାମସୁନ୍ଦର ଦାଶ ପରିଚାଳନା କରିଥିଲେ । ଶେଷରେ ସଂପାଦକ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.