jayashree

ଧାନ ଚାଷ ପରବର୍ତ୍ତୀ ପଡିଆ ଜମିର ପରିଚାଳନା ସମ୍ୱନ୍ଧୀୟ ତାଲିମ କାର୍ଯ୍ୟକ୍ରମ

ଆଗଲପୁର, (ସୁଶିଳ କୁମାର ମିଶ୍ର) : ଆଗଲପୁର ବ୍ଲକ ଝରଣିପାଲି ଗ୍ରାମ ପଂଚାୟତର ଆଡେନଡୁଙ୍ଗୁରି ଗ୍ରାମରେ କୃଷି ଓ କୃଷକ ସଶକ୍ତ ଓଡିଶା ସରକାର ତରଫରୁ ଚାଷୀଙ୍କୁ ନେଇ ଧାନ ପରବର୍ତ୍ତୀ ପଡିଆ ଜମିର ପରିଚାଳନା ସମ୍ୱନ୍ଧୀୟ ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମକୁ ଗ୍ରାମର ଚାଷୀ ଅଂଶଗ୍ରହଣ କରିଥିଲେ । ଜିଲ୍ଲା କୃଷି ଯୋଜନା ଅଧିକାରୀ ଦେବପ୍ରିୟ ପଣ୍ଡା, ୟୁପକୋ କ୍ଷେତ୍ର ଅଧିକାରୀ ସୁରଜ ମହାନ୍ତି, ଗ୍ରାମ୍ୟ କୃଷି କର୍ମଚାରୀ ବୈଖୁଣ୍ଟ ଜଗତ, ପ୍ରକଳ୍ପର ଅଞ୍ଚଳ କ୍ଲଷ୍ଟର କୋଡିନେଟର ଗୋବିନ୍ଦ ଚନ୍ଦ୍ର ବିଶି, କୃଷକ ସାଥି ଅଚ୍ୟୁତାନନ୍ଦ କୁମ୍ଭାର ଉପସ୍ଥିତ ଥିଲେ । ପଣ୍ଡା ସାର ଧାନ ପରବର୍ତ୍ତୀ ପଡିଆ ଜମିର ସୁପରିଚାଳନା ବ୍ୟବସ୍ଥା ଯାହା କି ଡାଲି ଜାତୀୟ ଫସଲର ପ୍ରୋତ୍ସାହନ କରି ମୂର୍ତ୍ତିକା ସ୍ୱାସ୍ଥ୍ୟରେ ଉନ୍ନତି ଆଣିବା ଓ ଉତ୍ପାଦନକୁ ବୃଦ୍ଧି କରିବା, ଡାଲି ଜାତୀୟ ଚାଷ ଜମିରେ ସୌର ଆଲୋକ ଟ୍ରାପ, କୀଟ ପତଙ୍ଗ ସଂଲଗ ହଳଦିଆ ଷ୍ଟିକ ଟ୍ରାପ ଉପରେ ତାଲିମରେ ଚାଷୀଙ୍କୁ ସଚେତନ କରିଥିଲେ । ଚାଷରେ ବ୍ୟବହାରିକ ସାର ଓ ଔଷଧରେ କିଭଳି ରାସାୟନିକ ନକରି ଜୈବିକ ଉପରେ ସବୁ ଚାଷୀ ଧ୍ୟାନ ଦେବାକୁ ତାଲିମରେ ଆଲୋଚନା କରାଯାଇଥିଲା । ତାସଙ୍ଗେ ଚାଷୀମାନେ ବିଭିନ୍ନ ଚାଷ ସମସ୍ୟାକୁ ଉପସ୍ଥାପନା କରିଥିଲେ ପଣ୍ଡା ତାର ସମାଧାନ ବ୍ୟବସ୍ଥାକୁ ପୁଙ୍ଖାନୁପୁଙ୍ଖ ଆଲୋକ ପାତ କରିଥିଲେ ଓ ଗାଁରେ ହୋଇଥିବା ମୁଗ ଚାଷଏରିଆକୁ ପରିଦର୍ଶନ କରିଥିଲେ ।

Leave A Reply

Your email address will not be published.