
ବଲାଙ୍ଗିର, (କେପିଏନ୍ଏସ୍) : ବଲାଙ୍ଗିରରେ ଛାତ୍ର ସଂସଦ ନିର୍ବାଚନକୁ ନେଇ ମାହୋଲ୍ ସରଗରମ ରହିଥିବା ବେଳେ ବିଜୁ ଛାତ୍ର ଜନତା ଦଳ ହାରିବା ଭୟରେ ଆମ କାର୍ଯ୍ୟକର୍ତ୍ତା ତଥା ରାଜେନ୍ଦ୍ର ବିଶ୍ୱ ବିଦ୍ୟାଳୟର ଛାତ୍ରମାନଙ୍କୁ ଅପହରଣ କରି ନେଇ ଧମକ ଚମକ ଦେଉଥିବା ନେଇ ଅଭିଯୋଗ କରିଛି ଏବିଭିପି । ୩ ଜଣ କାର୍ଯ୍ୟକର୍ତ୍ତା ତଥା ବିଶ୍ୱ ବିଦ୍ୟାଳୟରେ ପାଠ ପଢୁଥିବା ଛାତ୍ର ଅଭିନାଶ ଦୋରା, ଆୟୁଷ ଖେତି, ଆକାଶ ମିଶ୍ରଙ୍କୁ ଅପହରଣ କରାଯାଇଛି । ଯେଉଁଠି ବିଜୁ ଜନତା ଦଳର ନେତାମାନଙ୍କ ସମ୍ପୃକ୍ତି ରହିଛି । ଅପହରଣ ୨ ରୁ ୩ ଘଣ୍ଟା ସମୟ ପରେ ଅପହରଣ କାରୀ ମାନେ ଆମ କାର୍ଯ୍ୟକର୍ତ୍ତା ମାନଙ୍କୁ ଛାଡି ଦେଇଥିଲେ । ଏପଟେ ଘଟଣା ସମ୍ପର୍କରେ ବଲାଙ୍ଗିର ଲକ୍ଷ୍ମୀଜୋର ଥାନାରେ ସମ୍ପୃକ୍ତ ଅପହରଣକାରୀ ମାନଙ୍କୁ ଗିରଫ କରିବା ସହ ପୋଲିସ ଖାଲି ତଦନ୍ତ କରୁଛି କହି ଚୁପ୍ ହୋଇଯାଉଛି ବୋଲି ଅଭିଯୋଗ କରିଛନ୍ତି ଉପସ୍ଥିତ ନେତା ।