pakka

ଗଞ୍ଜାମ ଏନ୍‌ଏସିରେ ସ୍ୱାୟତ୍ତ ଶାସନ ଦିବସ

bbehera

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ବିଜ୍ଞାପିତ ଅଞ୍ଚଳ ପରିଷଦର ସ୍ୱାୟତ୍ତ ଶାସନ ଦିବସରେ ମୁଖ୍ୟ ଅତିଥି ଭାବେ ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରା ଯୋଗଦେଇ କାର୍ଯ୍ୟକ୍ରମର ଶୁଭ ଉଦ୍‌ଘାଟନ କରିବା ସହ ଐତିହାସିକ ଗଞ୍ଜାମ ସହରର ସୁଦୀର୍ଘ ଇତିହାସ ରହିଛି । ସହରକୁ ବିକାଶ ଓ ସୌନ୍ଦର୍ଯ୍ୟକରଣ କରି ଆଦର୍ଶ ଓ ସବୁଜ ସୁନ୍ଦର ସହର ଭାବେ ଗଢି ତୋଳିବାକୁ ସହରବାସୀଙ୍କୁ ଆହ୍ୱାନ ଦେଇଥିଲେ । ଐତିହାସିକ ପୋତାଗଡ଼ ଦୁର୍ଗର ଉନ୍ନତିକରଣ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ ହୋଇ ସାରିଥିବା ବେଳେ ଭାରତୀ ବିଦ୍ୟାପୀଠ ଓ ବାଳିକା ଉଚ୍ଚ ବିଦ୍ୟାଳୟକୁ ସ୍ମାର୍ଟ ସ୍କୁଲରେ ରୂପାନ୍ତରିତ କରାଯାଇଥିବା ସୂଚନା ଦେଇଥିଲେ । ଏନ୍‌ଏସି ଅଧ୍ୟକ୍ଷା ପ୍ରତିଭା ପାଢ଼ୀଙ୍କ ସଭାପତିତ୍ୱରେ ଆୟୋଜିତ କାର୍ଯ୍ୟକ୍ରମରେ କାର୍ଯ୍ୟନିର୍ବାହୀ ଦାୟିତ୍ୱରେ ରହିଥିବା ଗଞ୍ଜାମ ତହସିଲଦାର ଅରୁଣ କୁମାର ନାୟକ ସମ୍ମାନିତ ଅତିଥି ଭାବେ ଯୋଗଦେଇ ସହରକୁ ସବୁଜ ସୁନ୍ଦର ଭାବେ ଗଢି ତୋଳିବାକୁ ଅଞ୍ଚବାସୀଙ୍କ ସହଯୋଗ କାମନା କରିଥିଲେ । ଗ୍ରାସୀମ କମ୍ପାନୀ ଏଚ୍‌ଆର ମୁଖ୍ୟ ନିରଜ କୁମାର ପାଟନାୟକ, ଡ଼ିଜିଏମ ରବୀନ୍ଦ୍ର କୁମାର ମହାନ୍ତି, ବରିଷ୍ଟ ନାଗରିକ ଜଗବନ୍ଧୁ ଦାଶ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । ଉପନଗର ପାଳ ସୁରେନ୍ଦ୍ର କୁମାର ବାରିକି, ରିନାରାଣୀ ମହାରଣା, ସବିତା ବେହେରା, ସଂଯୁକ୍ତା ଦାଶ, ଅରୁଣ କୁମାର ପଣ୍ଡା, ପୁରୁଷୋତ୍ତମ ସାହୁ, ମହାଲକ୍ଷ୍ମୀ ନାୟକ, ସୁଜାତା ମହାନ୍ତି, ପି ଚନ୍ଦ୍ରଶେଖର ପ୍ରମୁଖ କାଉନସିଲର ମାନେ ମଞ୍ଚାସୀନ ରହିଥିଲେ ।
କର୍ମଚାରୀ ସଦ୍ୟବାଦୀ ବାରିକ କାର୍ଯ୍ୟକ୍ରମର ସଂଯୋଜନା କରିଥିଲେ । ପୂର୍ବରୁ ଆୟୋଜିତ ହୋଇଥିବା ବିଭିନ୍ନ ପ୍ରତିଯୋଗିତାରେ କୃତି ପ୍ରତିଯୋଗୀମାନଙ୍କୁ ଅତିଥିମାନଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିଲା । ନୂତନ ଭାବେ ଉପଭୋକ୍ତାମାନଙ୍କୁ ଭତ୍ତା ପ୍ରଦାନ, ମାଟ୍ରିକ ଓ ଯୁକ୍ତଦୁଇରେ ଟପର ଛାତ୍ର ଛାତ୍ରୀ ମାନଙ୍କୁ ସମର୍ଦ୍ଧିତ କରାଯାଇଥିଲା । ଜଳସାଥୀ, ସ୍ଵଚ୍ଛସାଥୀ ଓ ଅନ୍ୟମାନଙ୍କୁ ସମ୍ମାନିତ କରାଯାଇଥିଲା । ପ୍ରାତଃ ସମୟରେ ରାମଧୁନ, ସହରରେ ରହିଥିବା ମହାପୁରୁଷ ମାନଙ୍କ ପ୍ରତିମୂର୍ତ୍ତି ମାନଙ୍କରେ ପୁଷ୍ପମାଲ୍ୟ ଅର୍ପଣ, ମୁଖ୍ୟ ଅତିଥିଙ୍କ ଦ୍ୱାରା ଜାତୀୟ ପତାକା ଉତ୍ତୋଳନ ଆଦି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ଶେଷରେ ସ୍ଥାନୀୟ ଛାତ୍ରଛାତ୍ରୀ ମାନଙ୍କ ଦ୍ଵାରା ରଙ୍ଗାରଙ୍ଗ ସାଂସୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ସମସ୍ତ ଏନ୍‌ଏସି କର୍ମଚାରୀମାନେ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ସ୍ଥାନୀୟ ଅଂଚଳର ବୁଦ୍ଧିଜୀବୀ, ଅଙ୍ଗନବାଡି କର୍ମୀ, ସ୍ୱୟଂ ସାହାୟିକା ଗୋଷ୍ଟୀ ସଦସ୍ୟା ଓ ଅଞ୍ଚଳବାସୀ ଉପସ୍ଥିତ ରହିଥିଲେ ।

jay balangir
Leave A Reply

Your email address will not be published.

3 × four =