pakka

ସପରିବାର ନୂଆଁ ଖାଇଲେ ବଲାଙ୍ଗିର ବିଧାୟକ ନରସିଂହ

bbehera

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି ବଲାଙ୍ଗିର କ୍ଲବପଡା ସ୍ଥିତ ନିଜ ବାସ ଭବନରେ ବିଧାୟକ ନରସିଂହ ମିଶ୍ର ନବାହ୍ନ ଗ୍ରହଣ କରିଛନ୍ତି । ଏହି ଅବସରରେ ଶ୍ରୀ ମିଶ୍ର ବଲାଙ୍ଗିର ତଥା ରାଜ୍ୟବାସୀଙ୍କୁ ନୂଆଁଖାଇର ଅଭିନନ୍ଦନ ଜଣାଇବା ସହ ଏ ବର୍ଷ ସମସ୍ତଙ୍କ ପାଇଁ ଶୁଭଙ୍କର ହେଉ, ନୂଆଁଖାଇ ଭଳି ସମାଜ ମଧ୍ୟରେ ଏକତା ଓ ଆଦର ବଢୁ ବୋଲି ଶୁଭେଚ୍ଛା ଜଣାଇଛନ୍ତି । ସେ ଆହୁରି କହିଛନ୍ତି ଯେ, ନୂଆଁଖାଇ ହେଉଛି ଏକତା, ଆଦର ଓ କୃତଜ୍ଞତାର ପର୍ବ । ଚାଷୀ ପ୍ରକୃତିର ଅବଦାନ ପ୍ରତି କୃତଜ୍ଞତା ଜ୍ଞାପନ କରି ସପରିବାର ଧୂମ୍‌ଧାମ୍‌ରେ ଏହି ପର୍ବ ପାଳନ କରେ । ଏ ବର୍ଷ ଚାଷୀକୁଳ ତାର ବର୍ଷ ତମାମ ପରିଶ୍ରମର ସୁଫଳ ପାଉ । ବ୍ୟବସ୍ଥା ତାକୁ ଉଚିତ୍‌ ସମୟରେ ଅବଶ୍ୟକୀୟ ସାର, ବିହନ ଓ ଅନ୍ୟାନ୍ୟ ସାହୟତା ଯୋଗାଇ ଦେଉ ବୋଲି ଶ୍ରୀ ମିଶ୍ର କହିଛନ୍ତି । ସହର ତଥା ଆଖ ପାଖ ବିଭିନ୍ନ ଅଂଚଳର ଲୋକେ ବିଧାୟକଙ୍କ ଘରକୁ ଆସି ତାଙ୍କୁ ନୂଆଁଖାଇ ଭେଟ୍‌ଘାଟ କରି ଶୁଭେଚ୍ଛା ଜଣାଇଛନ୍ତି ।

jay balangir
Leave A Reply

Your email address will not be published.

2 × one =