pakka

ନୂଆଁଖାଇ ଉପଲକ୍ଷେ ‘ମାହେଶ୍ୱରୀ’ ବଢାଇଲା ସହାୟତାର ହାତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ । ଏହାକୁ କିଏ ଏକତାର ପର୍ବ କହେ ତ ପୁଣି କିଏ ଭାଇଚାରାର ପର୍ବ ବୋଲି କହେ । ତେବେ ସମାଜରେ ଏପରି କିଛି ଲୋକ ଅଛନ୍ତି, ଯେଉଁମାନେ ନୂଆଁଖାଇ ପାଳନ ପାଇଁ ଆର୍ଥିକ ସ୍ତରରେ ସେତେଟା ସକ୍ଷମ ନୁହନ୍ତି । ତେଣୁ ମାହେଶ୍ୱରୀ ସଂଗଠନ ପକ୍ଷରୁ ନୂଆଁଖାଇକୁ ନିଆରା କରିବା ପାଇଁ ସଂଗଠନର ସଦସ୍ୟାମାନେ ବୁଧବାର ବିଭିନ୍ନ ଅଞ୍ଚଳକୁ ଯାଇ ସାଧ୍ୟ ଅନୁସାରେ ଅସମର୍ଥ ପରିବାରକୁ ନୂଆଁଖାଇ ଖଞ୍ଜା ଯୋଗାଇବାକୁ ଉଦ୍ୟମ କରିଥିଲେ । ସମସ୍ତଙ୍କ ଆଶା ପୂରଣ କରି ନପାରିଲେ ମଧ୍ୟ କିଛି ଲୋକଙ୍କ ମୁହଁରେ ଟିକିଏ ହସ ଫୁଟାଇବାର ପ୍ରୟାସ ବୋଲି ମାହେଶ୍ୱରୀ ସଂଗଠନ ପକ୍ଷରୁ କୁହାଯାଇଛି ।

Leave A Reply

Your email address will not be published.

20 − 13 =