csstore

ଆମେ ସ୍ୱପ୍ନ ଦେଖିଥିଲେ ସ୍ୱପ୍ନ ଦେଖାଇ ପାରିବା, ମା’କୁ ଯିଏ ଭଲପାଏ ନାହିଁ ସେ କାହାର ହୋଇପାରେନା : କୁମରବର ଦାସ

  • ସରକାରୀ ସ୍ୱୟଂ ଶାସିତ ମହାବିଦ୍ୟାଳୟ ଆଲୁମନି ଆସୋସିଏସନ୍‌ର ପ୍ରଥମ ଗ୍ଲୋବାଲ ମିଟ୍ ଅନୁଷ୍ଠିତ

ରାଉରକେଲା, (ସସ୍ମିତା ପ୍ରଧାନ) : ଆମେ ସ୍ୱପ୍ନ ଦେଖିଥିଲେ ସ୍ୱପ୍ନ ଦେଖାଇ ପାରିବା, ଆମେ ଭଲ ଖାଇଥିଲେ ଭଲ ଖୁଆଇ ପାରିବା, ମା’କୁ ଭଲପାଉ ନଥିବା ବ୍ୟକ୍ତି କାହାର ବି ହୋଇପାରେନା ବୋଲି ଅତିଥି ଭାବେ ଯୋଗଦେଇ ଫକୀରମୋହନ ବିଶ୍ୱବିଦ୍ୟାଳୟର ପ୍ରାକ୍ତନ କୁଳପତି କୁମରବର ଦାସ ରାଉରକେଲା ସରକାରୀ ସ୍ୱୟଂ ଶାସିତ ମହାବିଦ୍ୟାଳୟ ଆଲୁମନି ଆସୋସିଏସନ୍‌ର ପ୍ରଥମ ଗ୍ଲୋବାଲ୍ ମିଟରେ ମତ ପ୍ରକାଶ କରିଥିଲେ । ମହାବିଦ୍ୟାଳୟ ପରିସରରେ ଆୟୋଜିତ ଆଲୁମନି ଆସୋସିଏସନ୍‌ର ପ୍ରଥମ ଗ୍ଲୋବାଲ୍ ମିଟ୍‌ରେ ପରିଚାଳନା କମିଟିର ଅଧ୍ୟକ୍ଷ ଡ. ସମର ମୁଦାଲିଙ୍କ ଅଧ୍ୟକ୍ଷତା, ଆବାହକ ଗିରିଶ ମହାପାତ୍ର ଓ ମୋ କଲେଜ ଅଭିଯାନର ମୁଖ୍ୟ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ. ବିଜୟ କୁମାର ବେହେରାଙ୍କ ଆବାହକତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଆଲୁମନି ତଥା ଝାଡଖଣ୍ଡ ଉଚ୍ଚ ନ୍ୟାୟାଳୟର ବିଚାରପତି ଅନିଲ କୁମାର ଚୌଧୁରୀ ମୁଖ୍ୟ ଅତିଥି, ଆଲୁମନି ତଥା ରାଉରକେଲା ଇସ୍ପାତ କାରଖାନାର ଭାରପ୍ରାପ୍ତ ନିର୍ଦ୍ଦେଶକ ଅତନୁ ଭୌମିକ ଓ ଫକୀର ମୋହନ ବିଶ୍ୱବିଦ୍ୟାଳୟର ପ୍ରାକ୍ତନ କୁଳପତି କୁମରବର ଦାସ ସ୍ୱତନ୍ତ୍ର ଅତିଥି ଭାବେ ଯୋଗ ଦେଇଥିବା ବେଳେ କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ୟୋକ୍ତା ଆଲୁମନି ତଥା ରାଉରକେଲା ବିଧାୟକ ସାରଦା ପ୍ରସାଦ ନାୟକ, ଆଲୁମନି ବିଷ୍ଣୁ ମହାନ୍ତି, ଆଲୁମନି ଛବି ମହାନ୍ତି ସ୍ୱତନ୍ତ୍ର ଅତିଥି ଭାବେ ଯୋଗ ଦେଇଥିଲେ । ଆଲୁମନି ପ୍ରାକ୍ତନ ଅଧ୍ୟାପିକା ଅନାକ୍ଷୀ ଦାସଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ପ୍ରାରମ୍ଭରେ ଆସୋସିଏସନ୍‌ର ସଭାପତି ବିଭୁତି ଭୂଷଣ ପୁହାଣ ମହାବିଦ୍ୟାଳୟ ସଂପର୍କରେ, ଅଧ୍ୟକ୍ଷତା କରୁଥିବା ଡ. ମୁଦାଲି ସ୍ୱାଗତ ଭାଷଣ ସହ କାର୍ଯ୍ୟକ୍ରମର ଆଭିମୁଖ୍ୟ ଓ ଆବାହକ ଶ୍ରୀ ମହାପାତ୍ର ଅତିଥିମାନଙ୍କ ପରିଚୟ ପ୍ରଦାନ କରିଥିଲେ । ମହାବିଦ୍ୟାଳୟର ଅଧ୍ୟକ୍ଷ ଡ. ବେହେରା ମହାବିଦ୍ୟାଳୟକୁ ମା’ ଯଶୋଦା ଓ ଆଲୁମନିମାନଙ୍କୁ କୃଷ୍ଣଙ୍କ ସହ ତୁଳନା କରି ବକ୍ତବ୍ୟ ରଖିଥିବା ବେଳେ ଆଲୁମନି ଡ. ପ୍ରେମଲତା ଖଣ୍ଡୁଆଳ ମହାବିଦ୍ୟାଳୟ ଦ୍ୱାରା ସୃଷ୍ଟି ହୋଇଥିବା ସଫଳ ବ୍ୟକ୍ତିତ୍ୱଙ୍କ ସଂପର୍କରେ ମତ ରଖିଥିଲେ । ମୁଖ୍ୟ ଅତିଥି ଶ୍ରୀ ଚୌଧୁରୀ ଓ ସ୍ୱତନ୍ତ୍ର ଅତିଥି ଶ୍ରୀ ଭୌମିକ ମହାବିଦ୍ୟାଳୟର ସ୍ମୃତିଚାରଣ ସହ ଏହା ଏକ ସଫଳ, ସ୍ୱତନ୍ତ୍ର ଓ ଅନନ୍ୟ ପ୍ରୟାସ ବୋଲି ମତ ରଖିଥିଲେ । ସ୍ୱତନ୍ତ୍ର ଅତିଥି ଶ୍ରୀ ଦାସ ତାଙ୍କ ବକ୍ତବ୍ୟରେ କହିଲେ ଯେ, ଶିକ୍ଷକମାନେ ମଧ୍ୟ ମା’ ମଣିଷ ବୃତ୍ତିରେ ରହିଲେ ପେସାଦାର ହୁଅନ୍ତି ମାତ୍ର ଉତ୍ସାହ ରହିଲେ ସର୍ବଦା ସଫଳ ହୁଅନ୍ତି । ମଣିଷର ଅନ୍ତର୍ନିହିତ ଶକ୍ତି ହିଁ ସୌନ୍ଦର୍ଯ୍ୟ । ସେହିପରି ସାଧାରଣରୁ ଅସାଧାରଣର ସୃଷ୍ଟି । ଏହାସହ କୃତ୍ରିମ ଓ ପ୍ରାକୃତିକ ଉପରେ ସୁନ୍ଦର ବ୍ୟାଖ୍ୟାନ କରିଥିଲେ ।

ସେହିପରି ଦ୍ୱିତୀୟ ପର୍ଯ୍ୟାୟରେ କୁମରବର ଦାସଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଆଲୋଚନାଚକ୍ର ‘ଭାରତରେ ସାମୁହିକ ଶିକ୍ଷା ବାସ୍ତବ କିମ୍ବା କାଳ୍ପନିକ’ ସଂପର୍କରେ ଆଲୁମନି ଡ. ଅଶୋକ କୁମାର ପଣ୍ଡା, ଇଂ ନଳିନୀ କାନ୍ତ ଧର, ଡ. ମଧୁସ୍ମିତା ଧୁପାଳ, ଇଂ ଅଜିତ ମୋହନ ପୂଜାରୀ, ଛବି ମହାନ୍ତି, ଡ. ସୁମନ ଭଟ୍ଟାଚାର୍ଯ୍ୟ ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ଏଥିରେ ଅତିଥିମାନେ ସେମାନଙ୍କ ବକ୍ତବ୍ୟରେ କହିଲେ ଯେ, ସଂପ୍ରତି ବାଲ୍ୟବସ୍ଥା ଚାପଗ୍ରସ୍ଥା ପଙ୍କରୁ ହିଁ ପଦ୍ମ ଫୁଟେ । ଆଗଧାଡି ପରିଚୟ ଖୋଜୁଥିବା ବେଳେ ପଛଧାଡି ପରିଚୟ ତିଆରି କରନ୍ତି । ସେହିପରି ତୃତୀୟ ପର୍ଯ୍ୟାୟରେ ବିଷ୍ଣୁ ମହାନ୍ତିଙ୍କ ସଂଯୋଜନାରେ ଆଲୁମନିମାନେ ସଂଗଠନକୁ ସୁଦୃଢ଼ ଓ ଅଧିକ କ୍ରୀୟାଶୀଳ କରିବା ପାଇଁ ମତ ରଖିଥିଲେ । ଏହି ଅବସରରେ ମହାବିଦ୍ୟାଳୟର ପ୍ରାକ୍ତନ ଅଧ୍ୟକ୍ଷା ପ୍ରଫେସର ଜୋସ୍ନା ପଟ୍ଟନାୟକ ଓ ପ୍ରଫେସର ଗୌରୀଶଙ୍କର ଆଚାର୍ଯ୍ୟଙ୍କୁ ଆସୋସିଏସନ୍ ତରଫରୁ ସମ୍ବର୍ଦ୍ଧିତ କରାଯାଇଥିଲା । ସେହିପରି ପୂର୍ତ୍ତ ବିଭାଗର ବିଶେଷ ଅବଦାନ ଯୋଗୁଁ ମୁଖ୍ୟଯନ୍ତ୍ରୀ ନାରାୟଣ ପାଲ, ଇଂ ଗୌରାଙ୍ଗ ସାହୁ, ଇଂ ସୂର୍ଯ୍ୟନାରାୟଣ ଆଚାର୍ଯ୍ୟ ଓ ଇଂ ମନୋଜ ମହାନନ୍ଦଙ୍କୁ ସମ୍ମାନିତ କରାଯାଇଥିଲା । ଶେଷରେ ଆଲୁମନି ମୋନାଲିସା ସାହୁଙ୍କ ସଂଯୋଜନାରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଡ. ସୁଚିତ୍ରା ମହାନ୍ତି, ସୁଚିସ୍ମିତା ମଡୁଆଳ, ପ୍ରିୟଙ୍କା ପ୍ରିୟଦର୍ଶନୀ, ବର୍ଷା ଜେନା, ଗାୟତ୍ରୀ ବେହେରା, ମୀନାକ୍ଷୀ ଏକ୍କା, ଗୀତା ବାରିକ ପ୍ରମୁଖ ପ୍ରାରମ୍ଭିକ ସଂଗୀତ ଗାନ କରିଥିଲେ । ସେହିପରି କାର୍ଯ୍ୟକ୍ରମ ପରିଚାଳନାରେ ମହାବିଦ୍ୟାଳୟର ଅଧ୍ୟାପକ ଅଭିଜିତ ଜେନା, ପ୍ରଦୀପ ଖେସ, ସମୀର ପୃଷ୍ଟି, ମମତା ବକ୍ସଲା, ଅନପୂର୍ଣ୍ଣା ମହନ୍ତ, ଆସ୍ତିକ ବାରିକ, ଡି. ଅଭିକ କୁମାର, ପୂଜା ଅର୍ଚ୍ଚନା ମହାନ୍ତି, ସବିତା ରାଉତରାୟ, ସୁକନ୍ୟା ମିଶ୍ର, ରଶ୍ମିପ୍ରିୟା ଗୌଡ, ବିଶ୍ୱରଂଜନ ଦାସ, ଅଙ୍କିତା ସୂତାର, ମନୀଶ ଚୌବେ, ସୁଜାତା ସ୍ୱାଇଁ, ଆଶିଷ ରଂଜନ ମାଳି, ନିଶି ପୋଦ୍ଦାର, ଅଞ୍ଚଳ ପ୍ରଧାନ, ମନସା ରଥ, ସ୍ମିତା ଦାସ ପ୍ରମୁଖ ସହଯୋଗ କରିଥିଲେ । ପ୍ରାରମ୍ଭରେ ଦିବଙ୍ଗତ ଆଲୁମନିଙ୍କ ପାଇଁ ଏକ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା । ସେହିପରି ସାଂସ୍କୃତିକ କାର୍ଯ୍ୟକ୍ରମରେ ଆଲୁମନି ଅନିତା, ଗୀତା, ସୁମନ, ଅଜିତ, ପ୍ରିୟଙ୍କା, ବର୍ଷାରାଣୀ, ଶୁଭ୍ରାସିନି, ରିଙ୍କି, ସୁଚିତ୍ରା, ଆସ୍ତିକ, ରାମକଲ୍ୟାଣ ନାୟକ ପ୍ରମୁଖ ଅଂଶଗ୍ରହଣ କରିଥିଲେ । ଶେଷରେ ସଂପାଦକ ରୋଶନ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।

jayashree
Leave A Reply

Your email address will not be published.