csstore

ଗଞ୍ଜାମ ସହରରେ ନାଗରିକ କମିଟି ଓ ଶ୍ରମିକ ସାମ୍ମୁଖ୍ୟ ସମ୍ବର୍ଦ୍ଧନା ସମାରୋହ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ବିଜ୍ଞାପିତ ଅଞ୍ଚଳ ପରିଷଦ ବଡ଼ ବଜାର ଅନ୍ତେ ପେଟ୍ରୋଲ ପମ୍ପ ପଡିଆରେ ଗଞ୍ଜାମ ନାଗରିକ କମିଟି ଓ ଶ୍ରମିକ ସମାଜର ଏକ ସମ୍ବର୍ଦ୍ଧନା ସମାରୋହରେ ପୂର୍ବତନ ଉପବାଚସ୍ପତି ତଥା ରାଜ୍ୟ କୃଷି ବିପଣିନ ନିର୍ଦ୍ଦେଶକ ରାମଚନ୍ଦ୍ର ପଣ୍ଡା ଓ ବିଜୁ ଶ୍ରମିକ ସାମ୍ମୁଖ୍ୟ ତଥା ଜିଲ୍ଲା ଉପସଭାପତି ଶଙ୍କର ଦାଶଙ୍କୁ ସମ୍ମାନିତ କରାଯାଇଛି । ମଧ୍ୟାହ୍ଣ ସମୟରେ ସାନ ବଜାର ମାର୍କେଟଛକ ଠାରୁ ଏକ ଶୋଭାଯାତ୍ରାରେ ବହୁ ସମର୍ଥକ ନେତାମାନେ ସେମାନଙ୍କୁ ପାଛୋଟି ବଡ଼ ବାଜର ସମାରୋହ ସ୍ଥଳ ପର୍ଯ୍ୟନ୍ତ ନିଆଯାଇଥିଲା । ଉକ୍ତ ସମାରୋହରେ ଲକ୍ଷ୍ମୀ ପାଢ଼ୀ ଓ ଶ୍ରମିକ ନେତା ଶଙ୍କର ଦାଶ ସ୍ଥାନୀୟ ବିଧାୟକ ବିରୋଧି ମନ୍ତବ୍ୟ ଦେଇଥିବା ଲକ୍ଷ କରାଯାଇଥିଲା । ଏହି ଅବସରରେ ରାମଚନ୍ଦ୍ର ପଣ୍ଡାଙ୍କ ୫୦ ବର୍ଷର ରାଜନୈତିକ ଜୀବନୀ ଉପରେ ନେତାମାନେ ମନ୍ତବ୍ୟ ପ୍ରଦାନ କରିଥିଲେ ।

ଛତ୍ରପୁର ବ୍ଲକ ଅଧ୍ୟକ୍ଷା କିରଣ କୁମାରୀ ଦାସ, ଗଞ୍ଜାମ ବରିଷ୍ଠ ନାଗରିକ ପରିଷଦ ସଭାପତି ଲିଙ୍ଗରାଜ ପଟ୍ଟନାୟକ, ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ମୁନା ଦାସ, ବିଜେଡି ପୂର୍ବତନ ରାଜ୍ୟ ସମ୍ପାଦକ ଟି. ଗୋପି, ଆଇନଜୀବୀ ବ୍ରଜ ମୋହନ ଆଚାର୍ଯ୍ୟ, ପୂର୍ବତନ ସରପଞ୍ଚ ସୁବାଷ ଚୌଧୁରୀ, କିଶୋର ରେଡି, ଡିଲେଶ ରେଡି, ଛତ୍ରପୁର ବ୍ଲକ ଉପାଧ୍ୟକ୍ଷା ଶାରଦା ରେଡି ପ୍ରମୁଖଙ୍କ ସହ ଅନ୍ୟମାନେ ମଞ୍ଚାସୀନ ରହିଥିଲେ । ଗଞ୍ଜାମ ସହରରେ ବିଜେଡି ବ୍ୟାନେରରେ ଏପରି ଏକ କାର୍ଯ୍ୟକ୍ରମ ହେଉଥିବା ବେଳେ ଗଞ୍ଜାମ ବ୍ଲକ ଅଧ୍ୟକ୍ଷା, ଉପାଧ୍ୟକ୍ଷ, ଜିଲ୍ଲା ପରିଷଦ ସଭ୍ୟ ଓ ଅଧିକାଂଶ ବିଜେଡି ଜନ ପ୍ରତିନିଧି ଅନୁପସ୍ଥିତ ରହିଥିବା ସ୍ଥାନୀୟ ଅଞ୍ଚଳରେ ଆଲୋଚନା ହୋଇଛି ।

jayashree
Leave A Reply

Your email address will not be published.