ସେୟାରର ସ୍ୱନକ୍ଷତ୍ର ଦିବସ ପାଳିତ

ରାଉରକେଲା, (ସସ୍ମିତା ପ୍ରଧାନ) : କ୍ରୀଡା, ସାଂସ୍କୃତିକ, ସାମାଜିକ ଏବଂ ବୌଦ୍ଧିକତାକୁ ପ୍ରୋତ୍ସାହନ ଦେବା ପାଇଁ ନୂତନ କରି ଗଠନ ହୋଇଥିବା “ସେୟାର” ଅନୁଷ୍ଠାନର ସ୍ୱନକ୍ଷତ୍ର ଦିବସ ବସ୍ତିଆ ମେମୋରିଆଲ ଟ୍ରଷ୍ଟ ଠାରେ ପାଳିତ ହୋଇଯାଇଛି । ଅନୁଷ୍ଠାନର ଅଧ୍ୟକ୍ଷ ସରୋଜ କୁମାର ମହାନ୍ତିଙ୍କ ଅଧ୍ୟକ୍ଷତା ଓ ନିଖିଳ କଳାକାର ପ୍ରଧାନଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଆର୍‌ଏସ୍‌ପିର ମହାପ୍ରବନ୍ଧକ ଗିରିଜା ଶଙ୍କର ଦାସ ମୁଖ୍ୟ ଅତିଥି, କ୍ଲିନ୍ ଆଣ୍ଡ ଗ୍ରୀନ୍‌ର ସାଧାରଣ ସଂପାଦକ ପ୍ରଦୀପ କୁମାର ଦାସ ଓ ବସ୍ତିଆ ମେମୋରିଆଲ ଟ୍ରଷ୍ଟର ନିର୍ଦ୍ଦେଶକ ଗୌତମ ମିଶ୍ର ସମ୍ମାନିତ ଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରିବା ସହ କହିଲେ ଯେ, ସେୟାର ନିଜର ସାମାଜିକ ଦାୟିତ୍ୱବୋଧ ଓ ପ୍ରତିବଦ୍ଧତା ବଜାୟ ରଖିବା ସହ ଆଗାମୀ ଦିନରେ ନିଜର କର୍ମ ପାଇଁ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିବ ବୋଲି ଆଶା ବ୍ୟକ୍ତ କରିଥିଲେ । ଏହି ଅବସରରେ ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଲାଭ କରିଥିବା ସର୍ବଶ୍ରୀ ସଂଜୟ ବାବୁଟା, ଦେବଦତ୍ତ ଜେନା, ସବ୍ୟସାଚୀ ଧଳ, ସଂକେତ ବାଗାଡିଆ, ସସ୍ମିତା ଦାସ, ସତ୍ୟାନନ୍ଦ ବେହେରା, କୁଂଜବିହାରୀ ରାଉତ, ସଞ୍ଜୟ ସାହୁ, ଅନନ୍ତ ପଟ୍ଟନାୟକ, ପୁଷ୍ପାଞ୍ଜଳି ମିଶ୍ର, ପ୍ରକାଶ ମହାକୁଡ ପ୍ରମୁଖଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଏହାସହ ସ୍ବର ସଂଗମକୁ ମଧ୍ୟ ଅତିଥିମାନେ ଉନ୍ମୋଚନ କରିଥିଲେ । ପ୍ରାରମ୍ଭରେ ପ୍ରିୟାଶ୍ରୀ ନାୟକ ନୃତ୍ୟ ପରିବେଷଣ କରିଥିବା ବେଳେ ସେୟାର ଟ୍ରଷ୍ଟର ନିର୍ଦ୍ଦେଶକ ସର୍ବଶ୍ରୀ ସଚ୍ଚିଦାନନ୍ଦ ପରିଡା, ଦିଲୀପ ପରିଡା, ହେମନ୍ତ ଛୁରା ପ୍ରମୁଖ ଉପସ୍ଥିତ ଥିଲେ । ସେୟାନୀ ପଟ୍ଟନାୟକ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିବା ବେଳେ ଅଧ୍ୟକ୍ଷ ଶ୍ରୀ ମହାନ୍ତି ଅନୁଷ୍ଠାନର ଆଭିମୁଖ୍ୟ ସଂପର୍କରେ ବକ୍ତବ୍ୟ ରଖିବା ସହ ଆଗାମୀ ଦିନରେ ସମସ୍ତଙ୍କ ସହଯୋଗ ଲୋଡିଥିଲେ । ଟ୍ରଷ୍ଟି ଦିଲିପ ପରିଡା ସ୍ୱରସଂଗମ ସଂପର୍କରେ ସମ୍ୟକ ସୂଚନା ପ୍ରଦାନ କରିଥିବା ବେଳେ ଟ୍ରଷ୍ଟି ସଚ୍ଚିଦାନନ୍ଦ ପରିଡା ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.

5 − four =