csstore

ରାଜ୍ୟସ୍ତରୀୟ କାର୍ଟୁନ୍ ପ୍ରଦର୍ଶନୀରେ ପଶ୍ଚିମ ଓଡ଼ିଶାର ବ୍ୟଙ୍ଗ ଚିତ୍ର ଶିଳ୍ପୀ

ସମ୍ବଲପୁର : ବିଶ୍ୱ କାର୍ଟୁନ୍ ଦିବସ ଅବସରରେ ଗତ ୬ ଓ ୭ ତାରିଖ ଦୁଇଦିନ ଧରି ଓଡ଼ିଶା କାର୍ଟୁନ୍ ଏକାଡେମୀ ପକ୍ଷରୁ ଭୁବନେଶ୍ୱର ଜୟଦେବ ଭବନରେ ରାଜ୍ୟସ୍ତରୀୟ ପ୍ରଦର୍ଶନୀ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ପରାମର୍ଶଦାତା ତଥା ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ଅଧ୍ୟକ୍ଷ ଅସିତ ତ୍ରିପାଠୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏହାକୁ ଉଦ୍‌ଘାଟନ କରିଥିଲେ । ଏହି ପ୍ରଦର୍ଶନୀରେ ଓଡ଼ିଶାର ବିଶିଷ୍ଟ କାର୍ଟୁନିଷ୍ଟ ସ୍ବର୍ଗତ କିଶୋର ରଥ, ଚୂଡାମଣି ଦାସ, କମଳାକାନ୍ତ ରଥ, କେଶୁ ଦାଶ, ନନ୍ଦେଶୁ ନିଳୀମା ନିବେଦିତା, ପ୍ରଦ୍ୟୁମ୍ନ ନାଟୁଆ, ସୁଦାମ ଶେଖର, ଉତ୍କଳ ଗୌରବ, ଜ୍ଞାନ ରଥ, ଆରିସେଟି ସୁଧାକର, ଏମ୍ ଶେଖର ରାଓଙ୍କ ସହିତ ପଶ୍ଚିମ ଓଡ଼ିଶାର ବିଶିଷ୍ଟ କାର୍ଟୁନିଷ୍ଟ ଅଶ୍ବିନୀ- ଅବନୀ, ହୀରାଲାଲ ବରିହା, ପ୍ରଶାନ୍ତ ମହାକୁର, ପ୍ରଶାନ୍ତ ମାଝୀ, ଦେବାଶିଷ ସିଂଙ୍କ ବ୍ୟଙ୍ଗଚିତ୍ର ପ୍ରଦର୍ଶୀତ ହୋଇଥିଲା । ଉତ୍ସବରେ ଅନ୍ୟମାନଙ୍କ ମଧ୍ୟରେ କାର୍ଟୁନିଷ୍ଟ ସୁଧାଂଶୁ ଦେବ, ସମ୍ବାଦର ସିଜିଏମ୍ (ନ୍ୟୁଜ) ଅରବିନ୍ଦ ଦାସ, ଧରିତ୍ରୀର ସହ- ସମ୍ପାଦକ ଜିତେନ୍ଦ୍ର ନାଏକ ଅତିଥି ଭାବେ ଯୋଗଦେଇ ଥିଲେ ।

jayashree
Leave A Reply

Your email address will not be published.