ଜାତୀୟ ଯୁବ ଭଲିବଲ୍‌ ପ୍ରତିଯୋଗିତାରେ ଓଡ଼ିଶା ଦଲରେ ସାମିଲ ଶୃତି ଥାପାଙ୍କୁ ଶୁଭେଚ୍ଛା

ରାଉରକେଲା, (ସସ୍ମିତା ପ୍ରଧାନ) : ଚଳିତ ମାସ ୧୦ରୁ ୧୫ ତାରିଖ ପର୍ଯ୍ୟନ୍ତ ମହାରାଷ୍ଟ୍ରର ସାଙ୍ଗ୍‌ଲି ଜିଲ୍ଲା ଇସ୍‌ଲାମପୁରଠାରେ ହେବାକୁ ଯାଉଛି ୨୪ତମ ଜାତୀୟ ଯୁବ ଭଲିବଲ୍‌ ପ୍ରତିଯୋଗିତା । ଭାରତୀୟ ଭଲିବଲ ମହାସଂଘ ପକ୍ଷରୁ ଆୟୋଜିତ ଏହି ପ୍ରତିଯୋଗିତା ଦେଶର ବିଭିନ୍ନ ରାଜ୍ୟର ଖେଳାଳୀମାନଙ୍କ ମଧ୍ୟରେ ଓଡ଼ିଶା ଦଳ ସାମିଲ ହୋଇଛି । ଓଡ଼ିଶା ଦଳରେ ରାଉରକେଲାର ଶୃତି ଥାପା ସାମିଲ ହୋଇଛନ୍ତି । ଚନ୍ଦ୍ରଶେଖର କ୍ରୀଡ଼ା ସଙ୍ଗଠନର ସଦସ୍ୟା ଥିବା ଶୃତିଙ୍କୁ ଏହି ଅବସରରେ ସଙ୍ଗଠନର ସାଧାରଣ ସମ୍ପାଦକ ଦେବଦତ୍ତ ଜେନା ଓ ଅନ୍ୟମାନେ ଶୁଭେଚ୍ଛା ଜଣାଇଛନ୍ତି । ଏହା ସହିତ ଓଡ଼ିଶା ଦଳର ଖେଳାଳୀମାନେ ଭଲ ପ୍ରଦର୍ଶନ କରି ରାଜ୍ୟର ନାମକୁ ଉଜ୍ଜ୍ୱଳ କରିବେ ବୋଲି ଆଶାବ୍ୟକ୍ତ କରାଯାଇଛି ।

Leave A Reply

Your email address will not be published.

3 × 1 =

error: Content is protected !!