ଜେଏସ୍‌ଏମ୍‌ ବାଣିଜ୍ୟ ମହାବିଦ୍ୟାଳୟରେ ମାତୃ ଦିବସ ପାଳନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଜେଏସ୍‌ଏମ୍‌ ବାଣିଜ୍ୟ ମହାବିଦ୍ୟାଳୟରେ ମାତୃ ଦିବସ ପାଳିତ ହୋଇଯାଇଛି । ସ୍ନେହମୟୀ ମା’ର ନିଃସ୍ୱାର୍ଥ ପ୍ରେମ ଓ ତ୍ୟାଗ ପ୍ରତି କୃତଜ୍ଞତା ଜଣାଇବା ଲାଗି ପ୍ରତି ବର୍ଷ ‘ମାତୃ ଦିବସ’ ପାଳନ କରାଯାଏ । ଗତକାଲି ଜେଏସ୍‌ଏମ୍‌ ବାଣିଜ୍ୟ ମହାବିଦ୍ୟାଳୟରେ ଅଧ୍ୟକ୍ଷ ସି.ଏ ଶ୍ରୀକାନ୍ତ ଶର୍ମା, ନିର୍ଦ୍ଦେଶିକା ଶ୍ରୀମତୀ ସୁମନ ଶର୍ମା, କଲେଜର ଉପଦେଷ୍ଟା ମନରଞ୍ଜନ ସାହୁ ଓ ଛାତ୍ରଛାତ୍ରୀ ମାନଙ୍କର ମା’ ମାନଙ୍କର ଉପସ୍ଥିତିରେ କଲେଜ ପରିସର ମଧ୍ୟରେ ଆନନ୍ଦ ଓ ଉଲ୍ଲାସର ସହିତ ମାତୃ ଦିବସ ପାଳନ କରାଯାଇଛି । ଅଧ୍ୟକ୍ଷ ସି.ଏ ଶ୍ରୀକାନ୍ତ ଶର୍ମା ମାତୃ ପ୍ରେମ ଓ ସ୍ନେହ ଉପରେ ଅଭିଭାଷଣ ଦେବା ସହିତ ସମସ୍ତ ମା’ ମାନଙ୍କୁ ଧନ୍ୟବାଦ ପ୍ରଦାନ କରିଥିଲେ । ନିର୍ଦ୍ଦେଶିକା ଶ୍ରୀମତୀ ସୁମନ ଶର୍ମା ମା’ମାନଙ୍କୁ ଉତ୍ସାହ କରିବା ସହିତ କହିଥିଲେ ଯେ ମଦର ଟେରେସାଙ୍କ ପରି ଆମ୍ଭମାନଙ୍କର ହୃଦୟ ଦେବା ଦରକାର । ମା’ମାନଙ୍କର ମନୋରଞ୍ଜନ ନିମନ୍ତେ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ବିଭିନ୍ନ ଗୀତ ଓ ନୃତ୍ୟ ସହିତ ବିଭିନ୍ନ ପ୍ରତିଯୋଗିତା ଆୟୋଜନ କରାଯାଇଥିଲା ଓ ବିଜେତା ମା’ମାନଙ୍କୁ ପୁରସ୍କୁତ କରାଯାଇଥିଲା । ମା’ମାନେ ନିଜ ନିଜ ଅଭିଜ୍ଞତା ପ୍ରକାଶ କରି ପରସ୍ପରକୁ ଉତ୍ସାହ ପ୍ରଦାନ କରିଥିଲେ । କଲେଜର ଶିକ୍ଷକ ଶିକ୍ଷୟତ୍ରୀ ଓ କଲେଜର କର୍ମକର୍ତ୍ତାମାନେ ମଧ୍ୟ ସହଯୋଗ କରି ମାତୃ ଦିବସ ପାଳନ ସମ୍ପୂର୍ଣ୍ଣ ଭାବରେ ସାଫଳ୍ୟ କରିଛିନ୍ତି ।

Leave A Reply

Your email address will not be published.

seventeen + 10 =

error: Content is protected !!