ବ୍ରହ୍ମପୁର ବିଶ୍ଵ ବିଦ୍ୟାଳୟରେ ଷ୍ଟାର୍ଟ ଅଫ ଓଡ଼ିଶା ଯାତ୍ରା ରଥକୁ ସ୍ଵାଗତ

ଗୋପାଳପୁର : ଭୁବନେଶ୍ୱରରୁ ଆରମ୍ଭ ହୋଇଥିବା ଷ୍ଟାର୍ଟ ଅଫ ଓଡିଶା ଯାତ୍ରା ଶନିବାର ଅପରାହ୍ନରେ ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ପରିସରରେ ପହଞ୍ଚିଥିଲା । ଷ୍ଟାର୍ଟ ଅଫ ଓଡ଼ିଶା ଏବଂ କୀଟ ଟି.ବି.ଆଇର ମିଳିତ ଆନୁକୂଲ୍ୟରେ ଆରମ୍ଭ ହୋଇଥିବା ଷ୍ଟାର୍ଟ ଅଫ ଓଡ଼ିଶା ଯାତ୍ରା ୨.୦ ରଥ ଭୁବନେଶ୍ୱରରୁ ବାହାରି ଗଞ୍ଜାମ ଜିଲ୍ଲାର ୪ ଶିକ୍ଷା ଅନୁଷ୍ଠାନ ବ୍ରହ୍ମପୁର ଆଇଜର, ଖଲିକୋଟ ବିଶ୍ଵବିଦ୍ୟାଳୟ, ନିଷ୍ଟ କଲେଜ ଏବଂ ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ଭ୍ରମଣ କରିଥିଲା । ଷ୍ଟାର୍ଟଅପ୍ ଦ୍ଵାରା ଏକ ଯୁବକଙ୍କ ମନରେ ଅନୁକୂଳ ପରିବେଶ ସୃଷ୍ଟି କରିବା, ଯୁବପିଢି ମାନଙ୍କୁ ନୂତନତ୍ୱ ଏବଂ ଡିଜାଇନ୍ ମାଧ୍ୟମରେ ଶସକ୍ତ କରିବା ସହ ଏକ ବିଶ୍ୱସ୍ତରୀୟ ବୈଜ୍ଞାନିକ ଇକୋସିଷ୍ଟମ୍ ସୃଷ୍ଟି କରିବା ଏବଂ ଛାତ୍ରଛାତ୍ରୀମାନଙ୍କୁ ସେମାନଙ୍କର ସ୍ୱପ୍ନକୁ ସାକାର କରିବାକୁ ଲକ୍ଷ୍ୟରେ ଏହି ସଚେତନତା ଯାତ୍ରା କରାଯାଇଛି । କ୍ୟାମ୍ପସ ପରିସରରେ ରଥ ପହଞ୍ଚିବା ପରେ ବ୍ରହ୍ମପୁର ବିଶ୍ଵ ବିଦ୍ୟାଳୟ ପ୍ରଶାସନିକ କୋଠା ସମ୍ମୁଖରେ ସଚେତନ ରଥକୁ ଦାୟିତ୍ୱରେ ଥିବା ଭାରାପ୍ରାପ୍ତ କୁଳପତି ପ୍ରଫେସର ପୁଷ୍ପାଞ୍ଜଳି ସାମନ୍ତରାୟ, କୁଳସଚିବ ରାଜେନ୍ଦ୍ର କୁମାର ରଞ୍ଜିତ, ଉପକୁଳସଚିବ ଡଃ ବାବୁଜୀ ସାମଲ, ସହ କୁଳସଚିବ ଡଃ ସରୋଜ କୁମାର ଦାଶ, ଡଃ ଲକ୍ଷ୍ମୀ ଧର ରାଉତ, ପ୍ରଫେସର ଗଣେଶ୍ୱର ସେଠୀ, ଡଃ ଜୟନ୍ତ ପଣ୍ଡା ଡଃ ସିଦ୍ଧାର୍ଥ ଶଙ୍କର ପଣ୍ଡାଙ୍କ ସମେତ ବହୁ ଛାତ୍ରଛାତ୍ରୀ, ଶିକ୍ଷକ, ଅଣଶିକ୍ଷକ କର୍ମଚାରୀ ଉପସ୍ଥିତ ରହି ସ୍ୱାଗତ ଜଣାଇଥିଲେ । ପ୍ରାୟ ୧୫ ଜଣ ଛାତ୍ରଛାତ୍ରୀ ନିଜ ନିଜ ନୂତନ ଆଇଡିଆର ପ୍ରସ୍ତାବ ଦେଇଥିଲେ । ବିଶେଷ କରି ବର୍ଜ୍ୟବସ୍ତୁକୁ ରି.ସାଇକିଲିଂ କରି ବଜାରରେ ପହଞ୍ଚାଇବା, ଏବଂ ହେଲ୍ଥ କେଆର ଉପରେ ଆଲୋକପାତ କରିଥିଲେ । ନୂତନ ଆଇଡିଆ ପ୍ରଦାନ କରିଥିବା ଛାତ୍ରଛାତ୍ରୀଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା । ଏହି ଅବସରରେ ଭାରପ୍ରାପ୍ତ କୁଳପତି ପ୍ରଫେସର ପୁଷ୍ପାଞ୍ଜଳି ସାମନ୍ତରାୟ ଏହା ଦ୍ଵାରା ଛାତ୍ରଛାତ୍ରୀଙ୍କ ଜ୍ଞାନ କୌଶଳ ବଢିବ ବୋଲି କହିଥିଲେ ।

ଷ୍ଟାର୍ଟ ଅଫ ଓଡ଼ିଶା ଯାତ୍ରାରେ ଆସୋସିଏଟ ସେଣ୍ଟର ଅଫ୍ ଏକ୍ସିଲେନ୍ସି ଡିଜିଟାଲ ହେଲ୍ଥ ଏଣ୍ଡ ପ୍ରିଶିସନ୍ ଏଗରିକଲଚର୍ କୀଟ ଟି ବି ଆଇର ମଳୟ ମହାପାତ୍ର, ଇଭେଣ୍ଟ ସଂଯୋଜକ ରବି ପାଣ୍ଡେ, ସୁବ୍ରତ ଦାସ, ତାପସ କୁମାର ଗୁଡୁ, ସୁଶାନ୍ତ ଦାସ, ଶ୍ରୀତମ ଗୁରୁ ଉପସ୍ଥିତ ଥିଲେ । ଶେଷରେ ଡଃ ଲକ୍ଷ୍ମୀଧର ରାଉତ ଧନ୍ୟବାଦ ଅର୍ପଣ କରିଥିଲେ । ଗଞ୍ଜାମ ଜିଲ୍ଲାରେ ପ୍ରାୟ ୧୫୦ ଜଣ ଛାତ୍ରଛାତ୍ରୀ ନିଜନିଜ ମତ ପ୍ରକାଶ କରିଥିବା ବେଳେ ପ୍ରାୟ ୩୦ଟି ନୂତନ ଆଇଡିଆ ରହିଥିବା ଜଣାପଡିଛି ।

Leave A Reply

Your email address will not be published.

twenty − eighteen =

error: Content is protected !!