csstore

ସ୍ୱେଚ୍ଛାସେବୀଙ୍କ ଦ୍ୱାରା ମା’ ରାମଚଣ୍ଡୀ ଶକ୍ତି ପୀଠରେ ସ୍ଵଛତା କାର୍ଯ୍ୟକ୍ରମ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ବ୍ଲକ ଅନ୍ତର୍ଗତ କରପଡା ପଞ୍ଚାୟତ ନୀଳାଦ୍ରିପୁର ଗ୍ରାମ ପାହାଡ଼ ଶିଖରରେ ଅବସ୍ଥିତ ମା’ ରାମଚଣ୍ଡୀ । ତାଙ୍କରି ପାଦଦେଶରେ କୂଳୁ କୂଳୁ ନାଦରେ ବହି ଯାଉଛି ପୁଣ୍ୟତେୟା ଋଷୁକୂଲ୍ୟା, ମା’ଙ୍କ ନାମରେ ନାମିତ ରାମଚଣ୍ଡୀ ପାହାଡ଼, ପ୍ରାକୃତିକ ମନମୋହିଲା ଭଳି ଦୃଶ୍ୟ ସୌନ୍ଦର୍ଯ୍ୟର ଗନ୍ତାଘର । ଗଞ୍ଜାମ ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ଭାବେ ଘରେ ଘରେ ପ୍ରତିଷ୍ଠିତ ମା’ । ସେପ୍ଟେମ୍ବର ୨୭ତାରିଖରେ ପର୍ଯ୍ୟଟନ ଦିବସ ଓ ଶାରଦୀୟ ଦୁର୍ଗାପୂଜା ଉପଲକ୍ଷେ ଷୋଡ଼ଶ ଦିବସ ପୂଜାକୁ ଦୃଷ୍ଟିରେ ରଖି ଛତ୍ରପୁର ଏସ୍‌ଡ଼ିଜେଏମ୍ କୋର୍ଟର କ୍ୟାଡ଼ର ଏପିପି ରାଜେଶ କୁମାର ମିଶ୍ରଙ୍କ ଡାକରା କ୍ରମେ ଛତ୍ରପୁରର ବହୁ ସ୍ବେଚ୍ଛାସେବୀ, ମନ୍ଦିର କର୍ମଚାରୀ, ଟ୍ରଷ୍ଟ ବୋର୍ଡ଼ର ସଦସ୍ୟ ଓ ପାଖ ଗ୍ରାମବାସୀମାନେ ଆସି ମା’ ରାମଚଣ୍ଡୀଙ୍କ ମନ୍ଦିର ପରିସର ତଥା ଚାରିପାଖ ପରିଷ୍କାର କରିଥିଲେ ।

ସୂଚନାଯୋଗ୍ୟ ଯେ, ଏ ବର୍ଷ ପ୍ରଥମ ଥର ପାଇଁ ମା’ଙ୍କର ଷୋଡ଼ଶ ଦିବସ ବ୍ୟାପୀ ପୂଜା ହେବାକୁ ଯାଉଛି । ଯାହାକି ଅକ୍ଟୋବର ମାସ ୬ ତାରିଖରୁ ଆରମ୍ଭ ହୋଇ ୨୨ତାରିଖ ପର୍ଯ୍ୟନ୍ତ ଚାଲିବ । ସେହି କଥାକୁ ଦୃଷ୍ଟିରେ ତଥା ଓଡିଶା ପର୍ଯ୍ୟଟନସ୍ଥଳୀ ମାନଚିତ୍ରରେ ମା’ଙ୍କ ମନ୍ଦିରକୁ ସ୍ଥାନିତ କରିବା ଉଦ୍ଧେଶ୍ୟ ନେଇ ଏହି ସଫେଇ କାର୍ଯ୍ୟ କରାଯାଇଥିବା ନେଇ ଶ୍ରୀ ମିଶ୍ର ସୂଚନା ଦେଇଥିଲେ । ଏହି ସେବାରେ ଅନ୍ୟମାନଙ୍କ ମଧ୍ୟରେ ଟୁଟୁ ନାୟକ, ଲକ୍ଷ୍ମୀଧର ପ୍ରଧାନ, ମନୋରଞ୍ଜନ ବେହେରା, ଯୁବ ଆଇନଜୀବି ଲସିତ ବେହେରା, ଗଞ୍ଜାମ ଜିଲ୍ଲା ଯୁବ ବିଜେଡି ସମ୍ପାଦକ ରାଜେଶ ମହାରଣା, ଟିକିନା ଗୌଡ଼, ପୂଜକ ସନ୍ତୋଷ ପଣ୍ଡା, ଏନ. ଗିରିଧର ରାଓ ପ୍ରମୁଖ ମୁଖ୍ୟ ଭୂମିକା ନିଭାଇଥିଲେ । ସର୍ବଶେଷରେ ମନ୍ଦିର ଟ୍ରଷ୍ଟ ତରଫରୁ ବିମଳ ପଣ୍ଡା ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ ।

jayashree
Leave A Reply

Your email address will not be published.