ଜିଲ୍ଲାରେ ସମସ୍ତ ମହିଳାଙ୍କୁ ସ୍ୱାବଲମ୍ବୀ କରାଯିବ

ବରଗଡ଼, (ସତ୍ୟନାରାୟଣ ପ୍ରଧାନ) : ବରଗଡ଼ ଜିଲ୍ଲା ବିଜୁ ଜନତା ଦଳର ନୂତନ ମହିଳା ସଭାନେତ୍ରୀ ଭାବେ ଶ୍ରୀମତୀ ନୀଳ କୁମାରୀ ନାଏକ ମନୋନୀତ ହେବା ପରେ ସେ ଜିଲ୍ଲାର ବରିଷ୍ଠ ନେତୃ ମଣ୍ଡଳୀ ସହ ଆଲୋଚନା କରିଛନ୍ତି । ଅତାବିରା ବିଧାୟିକା ତଥା ରାଜ୍ୟ ସଭାନେତ୍ରୀ ସ୍ନେହାଙ୍ଗିନୀ ଛୁରିଆଙ୍କୁ ସାକ୍ଷାତ କରି ମହିଳା ମାନଙ୍କ ସାଂଗଠନିକ ଦକ୍ଷତା ବୃଦ୍ଧି ପାଇଁ ସେ ଆଲୋଚନା କରିଥିଲେ । ସେହିପରି ରାଜ୍ୟ ଶ୍ରମମନ୍ତ୍ରୀ ସୁଶାନ୍ତ ସିଂ, ବିଜେପୁର ବିଧାୟିକା ରୀତା ସାହୁ, ବରଗଡ଼ ବିଧାୟକ ଦେବେଶ ଆଚାର୍ଯ୍ୟଙ୍କ ସହିତ ମଧ୍ୟ ସାକ୍ଷାତ ଆଲୋଚନା କରିଥିଲେ ।

Leave A Reply

Your email address will not be published.

fifteen − four =