pakka

ଅସହାୟଙ୍କ ଶବ ସତ୍କାର କଲା ବିଙ୍ଗ ହ୍ୟୁମାନ ଫାଉଣ୍ଡେସନ

bbehera

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ଟିକ୍ରାପଡା ଗାଁର ବୁଲୁ ଧରୁଆ (୪୫) ଅନ୍ୟ ଜାତିର ଉତ୍ତରାବତି କଲେଟଙ୍କୁ ବିବାହ କରି ବେଲଗାଁ ଗାଁରେ ରହୁଥୁଲେ । ତେବେ ଶରୀର ଅସୁସ୍ଥତା ଯୋଗୁଁ ତାଙ୍କ ସ୍ତ୍ରୀ ଉତ୍ତରୀବତି ତାଙ୍କୁ ଭୀମ ଭୋଇ ମେଡିକାଲ କଲେଜ ହସ୍ପିଟାଲରେ ଭର୍ତି କରିଥିଲେ । କିନ୍ତୁ ଗତ ବିଳମ୍ବ ରାତିରେ ତାଙ୍କ ଦେହାନ୍ତ ହୋଇଯାଇଥିଲା । ସେ ସମ୍ପର୍କୀୟ ମାନଙ୍କୁ ଯୋଗାଯୋଗ କରିଥିଲେ ହେଁ ଅନ୍ୟ ଜାତି ଯୋଗୁଁ କେହି ଆସିନ ଥିଲେ । ପରେ ନିରୁପାୟ ହୋଇ ସେ ବିଙ୍ଗ ହ୍ୟୁମାନ ଫାଉଣ୍ଡେସନକୁ ଯୋଗାଯୋଗ କରିଥିଲେ । ଖବର ପାଇ ବିଙ୍ଗ ହ୍ୟୁମାନ ଫାଉଣ୍ଡେସନର କର୍ମକର୍ତା ମେଡିକାଲରେ ପହଂଚି ବିଭୁତିପଡ଼ା ଶ୍‌ଶ୍ମଶାନକୁ ନେଇଥିଲେ । ପରେ ସସମ୍ମାନେ ଶବ ସତ୍କାର କରିଥିଲେ ଏବଂ ତାଙ୍କ ସ୍ତ୍ରୀକୁ ମଧ୍ୟ ଏକ ଗାଡି କରି ଘରକୁ ଯିବାର ବ୍ୟବସ୍ଥା କରିଥିଲେ । ଏହି ମହତ କାର୍ଯ୍ୟରେ ଅନୁଷ୍ଠାନର ପ୍ରତିଷ୍ଠାତା ସୋମନାଥ ମିଶ୍ର, ସଭାପତି ବିବେକ ପଟେଲ, ସମ୍ପାଦକ ବ୍ରଜ ଗୋପାଳ ସିଂ, ବାପିନା ମହାରଣା, ସିଦ୍ଧାନ୍ତ ସୁନା, ସଂଯୋଗ ପଧାନ, ବୁଦ୍ଧଦେବ ସାହୁ ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ ।

jay balangir
Leave A Reply

Your email address will not be published.

four × two =

error: Content is protected !!