pakka

କେନ୍ଦ୍ର ମନ୍ତ୍ରୀ ମଣ୍ଡଳରେ ପଶ୍ଚିମ ଓଡିଶାକୁ ଅଣଦେଖା : ବଲାଙ୍ଗିର ସିଭିଲ ସୋସାଇଟି

bbehera

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଗତ ସାଧାରଣ ନିର୍ବାଚନରେ ପଶ୍ଚିମ ଓଡିଶାରୁ ୫ ଜଣ ବିଜେପି ସାଂସଦ ଲୋକସଭାକୁ ନିର୍ବାଚିତ ହୋଇ ଯାଇଥିବା ବେଳେ ନବ ଗଠିତ କେନ୍ଦ୍ର ମନ୍ତ୍ରୀ ମଣ୍ଡଳରେ କେହି ଜଣେ ହେଲେ ସ୍ଥାନ ପାଇ ନ ଥିବା କ୍ଷୋଭର ବିଷୟ । ତେବେ ଓଡିଶାରୁ ରାଜ୍ୟ ସଭାକୁ ଯାଇଥିବା ଅଶ୍ୱିନୀ ବୈଷ୍ଣବଙ୍କୁ ରେଲ ବିଭାଗର ମନ୍ତ୍ରୀ କରାଯାଇଥିବାରୁ ବଲାଙ୍ଗିର ସିଭିଲ ସୋସାଇଟି ସ୍ୱାଗତ କରୁଥିବା ବେଳେ ଏହି ଅବସରରେ ଆଦିବାସୀ ବହୁଳ ଦାଦନ ପ୍ରବଣ ପଛୁଆ ବଲାଙ୍ଗିର, ସୁବର୍ଣ୍ଣପୁର, ବୌଦ୍ଧ, କଳାହାଣ୍ଡି, ନୂଆପଡା ପ୍ରଭୃତି ଜିଲ୍ଲା ଗୁଡିକୁ ରେଲ ସେବା କ୍ଷେତ୍ରରେ ବିକାଶ ପାଇଁ ସ୍ୱତନ୍ତ୍ର ଦୃଷ୍ଟି ଦେବାକୁ ରେଳ ମନ୍ତ୍ରୀଙ୍କୁ ଆହ୍ୱାନ କରାଯାଇଛି । ଏଥି ସହ ଦୀର୍ଘ ଦିନରୁ ଦାବୀ ହୋଇ ଆସୁଥିବା ସମ୍ବଲପୁର-ଜାମ୍ବୁତାବି ଏକ୍ସପ୍ରେସ ଟ୍ରେନକୁ ଟିଟିଲାଗଡ(ଜଂ) ପର୍ଯ୍ୟନ୍ତ ଏବଂ ସମ୍ବଲପୁର – ପୁରୀ ଇଣ୍ଟରସିଟି ଟ୍ରେନକୁ ବଲାଙ୍ଗିର ପର୍ଯ୍ୟନ୍ତ ସଂପ୍ରସାରଣ କରାଯିବା ସହ ବଲାଙ୍ଗିର- ଖୋର୍ଦ୍ଧା ରୋଡ ରେଳ ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ସୋନପୁର ପର୍ଯ୍ୟନ୍ତ ସଂପୂର୍ଣ୍ଣ କରାଯାଇ ଆସନ୍ତା ୨୦୨୨ ଡିସେମ୍ବର ସୁଦ୍ଧା ରେଳ ଚଳାଯିବା ନିମନ୍ତେ ସ୍ୱତନ୍ତ୍ର ଦୃଷ୍ଟି ଦେବାକୁ ନବନିଯୁକ୍ତ ରେଳ ମନ୍ତ୍ରୀ ଏବଂ ସାଂସଦ ସଙ୍ଗୀତା କୁମାରୀ ସିଂହଦେଓଙ୍କୁ ସିଭିଲ ସୋସାଇଟି ସଭାପତି ନିଳମଣି ମିଶ୍ର, ଉପ-ସଭାପତି ପ୍ରଭାକର ମିଶ୍ର, ସଂପାଦକ ମନରଂଜନ ମିଶ୍ର, ବିରଂଚି ହୋତା, ନିରଂଜନ ରଥ, ମାଲିଆ ଗଡୁଆ, ଗୋପବନ୍ଧୁ ମିଶ୍ର, ପୱନ କୁମାର ଅଗ୍ରୱାଲ ପ୍ରମୁଖ ଦୃଢ ଦାବୀ କରିଛନ୍ତି ।

jay balangir
Leave A Reply

Your email address will not be published.

10 + twelve =

error: Content is protected !!