ସୋହେଲା ବ୍ଲକ କାର୍ଯ୍ୟାଳୟ ଘେରାଉ ସହିତ ବିଡିଓଙ୍କୁ ଦାବୀପତ୍ର ପ୍ରଦାନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଆଜି ଭଟଲି ବିଧାନସଭାର ସୋହେଲା ବ୍ଲକଠାରେ ଭଟଲି ବିଧାନସଭା ବିଧାୟକ ପ୍ରାର୍ଥୀ ତଥା ଭାରତୀୟ ଜନତା ଯୁବମୋର୍ଚ୍ଚା ରାଜ୍ୟ ସଭାପତି ଇରାସିସ ଆଚାର୍ଯ୍ୟଙ୍କ ଆହ୍ଵାନ କ୍ରମେ ସୋହେଲା ବିଜେପିର ମଣ୍ଡଳ ସଭାପତି ତଥା ସୋହେଲା ସାଂସଦ ପ୍ରତିନିଧି ନୃପରାଜ ନାୟକଙ୍କ ଅଧ୍ୟକ୍ଷତାରେ ବ୍ଲକ ଘେରାଉ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ସୂଚନାନୁସାରେ ଓଡିଶା ପ୍ରଦେଶ ଭାରତୀୟ ଜନତା ପାର୍ଟି ସଭାପତି ସମୀର ମହାନ୍ତିଙ୍କ ନିର୍ଦ୍ଦେଶ କ୍ରମେ ସାରା ଓଡ଼ିଶାରେ ଡାକରା ଦିଆଯାଇଥିବା ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ନବୀନ ସରକାର କରିଥିବା ୧୦୦୦ କୋଟି ଉର୍ଦ୍ଧ ଟଙ୍କା ମହାଦୁର୍ନୀତିର ମହାଖୁଲାସା ହେବା ପରେ ଆଜି ଏହି ବ୍ଲକ ଘେରାଉ କାର୍ଯ୍ୟକ୍ରମ କରାଯାଇ ମହାମହିମ ରାଜ୍ୟପାଳଙ୍କୁ ବ୍ଲକ ବିଡ଼ିଓଙ୍କ ମାଧ୍ୟମରେ ଦାବୀପତ୍ର ପ୍ରଦାନ କରାଗଲା ।

ସୂଚନାଯୋଗ୍ୟ ଯେ,ବିଗତ ଦିନ ମାନଙ୍କରେ ହୋଇଥିବା ପ୍ରଧାନମନ୍ତ୍ରୀ ଆବାସ ଯୋଜନାର କାର୍ଯ୍ୟନ୍ଵୟରେ ବ୍ୟାପକ ଭ୍ରଷ୍ଟାଚାର ଓ ଅନିୟମିତତାର ବହୁ ଉଦାହରଣ ସୋହେଲା ବ୍ଲକରେ ଅଛି ବୋଲି ଭାରତୀୟ ଜନତା ପାର୍ଟି ପକ୍ଷରୁ ଆଜି ଅଭିଯୋଗ ଉପସ୍ଥାପନ କରାଯାଇଥିଲା । ଭ୍ରଷ୍ଟାଚାରରେ ଲୁପ୍ତଥିବା ସମସ୍ତ ବ୍ୟକ୍ତିଙ୍କ ଉପରେ କଠୋର କାର୍ଯ୍ୟାନୁଷ୍ଠାନ ନେବା ପାଇଁ ତଥା ଯୋଗ୍ୟ ହିତାଧିକାରୀଙ୍କୁ ଚୟନ କରାଯାଇ ସରକାର ତୁରନ୍ତ ଘର ଯୋଗାଇ ଦିଆଯାଉ ବୋଲି ଭାରତୀୟ ଜନତା ଯୁବ ମୋର୍ଚ୍ଚା ରାଜ୍ୟ ସଭାପତି ଇରାସିସ ଆଚାର୍ଯ୍ୟ ଦାବୀ କରିଥିଲେ ଏବଂ ଆଗାମୀ ଦିନରେ ଯଦି ଗରିବଙ୍କୁ ତାଙ୍କର ହକ ନ ମିଳେ ତଥା ଯୋଗ୍ୟ ହିତାଧିକାରୀ ମାନେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ବଂଚିତ ହେଲେ ହଜାର ହଜାର ସଂଖ୍ୟାରେ ଆସି ବ୍ଲକରେ ତାଲା ଦିଆଯିବ ଏବଂ ଆନ୍ଦୋଳନ ଜାରି ରହିବ । ଏହି କାର୍ଯ୍ୟକ୍ରମରେ ବରିଷ୍ଠ ନେତା ସୁଶାନ୍ତ ମିଶ୍ର, ପୂର୍ବତନ ବିଧାୟକ ମହମ୍ମଦ ରଫିକ, ଘେସଁ ମଣ୍ଡଳ ସଭାପତି ହରି ବରିହା, ଦଶମାଇଲ ମଣ୍ଡଳ ସଭାପତି ଶିବଶଙ୍କର ବେହେରା, ରଘୁବିର ଭୋଇ, ଦିବ୍ୟ କିଶୋର ଭୋଇ, ଲୋକେଶ୍ୱର ସିଂ ବରିହା, କୁଞ୍ଜ ବିହାରୀ ପଧାନ, ପରେଶ୍ୱର ସାହୁ, ପରମା ଦୀପ, ନାରାୟଣ ପଧାନ, ସୁବାଷ ଦିଶ୍ରୀ, ଅରକ୍ଷିତ ବାରିକ, ପ୍ରଦୀପ ସାହୁ, ନିମାଇଁ ସାହୁ, ତରଣୀ ଦୀପ, ଲଳିତ ନାୟକ, ଜନ୍ମୟ ସାହୁ, ଗୋପାଳ ତାଣ୍ଡି, ରାଜକୁମାର ବାରିକ, ଗୋପାଳ ମେହେର, ରବୀନ୍ଦ୍ର ରଣା, ଭବାନୀ ଶଙ୍କର ପଧାନ, ପ୍ରକାଶ ପଧାନ, ରାଜେନ୍ଦ୍ର ଜେନା, ଗୁରୁଦେବ ଦାସଙ୍କ ସହ ବହୁ କାର୍ଯ୍ୟକର୍ତ୍ତା ଯୋଗଦାନ କରିଥିଲେ ।

Leave A Reply

Your email address will not be published.

six − 6 =