କରୋନା ବଦଳାଇ ଦେଲା ଜୀବିକା : ଅନ୍ୟ ମାନଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛନ୍ତି ସୁଷମା

ସଇଁନ୍ତଲା, (ଅଜିତ କୁମାର ସାହୁ) : କରୋନା ପାଇଁ ବଦଳି ଥିବା ପରିସ୍ଥିତି ସମସ୍ତଙ୍କ ପାଇଁ ଜଟିଳ ସମସ୍ୟା ସୃଷ୍ଟି କରିଛି । ଏଭଳି ସ୍ଥିତିରେ ନିଜ ସଂସ୍କୃତିକୁ ବଞ୍ଚାଇ ରଖିବାକୁ କଳାକାରଙ୍କ ଉଦ୍ୟମ ପ୍ରଶଂସନୀୟ । ସଙ୍ଗୀତ, ନୃତ୍ୟ ଏଭଳି ଏକ ମାଧ୍ୟମ ଯାହା ସମସ୍ତଙ୍କୁ ଯେକୌଣସି ପରିସ୍ଥିତିର ମୁକାବିଲା ପାଇଁ ପ୍ରେରଣା ଯୋଗାଇଥାଏ । ତେବେ ବଲାଙ୍ଗିର ଜିଲ୍ଲା ପୁଇଁନ୍ତଲା ଗ୍ରାମର ସୁଷମା ବେହେରା(୩୬)ଙ୍କ ଛୋଟ ବେଳରୁ ଅନେକ ପ୍ରତିଭା ରହିଥିବା ବେଳେ ପାଠ ପଢିବା ସମୟରେ ସ୍କୁଲର ବିଭିନ୍ନ ବାର୍ଷିକ ଉତ୍ସବରେ ତାଙ୍କର ନୃତ୍ୟ ପରିବେଷଣ କରୁଥିବା ଡାନ୍ସକୁ ଦେଖି ଦର୍ଶକ ମାନଙ୍କ ହୃଦୟ ଛୁଇଁ ପାରୁଥିଲେ । ତେବେ ଅନେକ ମାନପତ୍ର ମଧ୍ୟ ହାସଲ କରିଛନ୍ତି । ବଲାଙ୍ଗିର ସହରର ତାଲପାଲି ପଡାର ବାପା ଭରତ ବେହେରା ଓ ମାଆ ସନ୍ଧ୍ୟା ରାଣୀ ବେହେରାଙ୍କ ଝିଅ ସୁଷମା । ଛୋଟ ବେଳେ ତାଙ୍କର ଅନେକ ସ୍ଵପ୍ନ ରହିଥିଲା ମୁଜଣେ ଭଲ ନୃତ୍ୟ କରି ମା ବାପା ଙ୍କର ସୁନାମ୍ୟ ଅର୍ଜ୍ଜନ କରିବି, ହେଲେ ତାଙ୍କ ସ୍ୱପ୍ନ ଅଧାରେ ରହିଗଲା । ଶେଷରେ ତାଙ୍କର ପ୍ରତିଭା ଲୁଚି ରହିଗଲା । କିଛି ବର୍ଷ ପରେ ତାଙ୍କର ବାହା ମଧ୍ୟ ଠିକ ହେଲା । ବାହା ହେବା ପରେ ଏକ ନୃତ୍ୟ ସ୍କୁଲ ଖୋଲି ଅନେକ ଛୋଟ ଛୋଟ ପିଲାମାନଙ୍କୁ ନୃତ୍ୟ ଶିକ୍ଷା ମଧ୍ୟ ଦେଉଥିଲେ ଏବଂ କୁନି କୁନି ପିଲାମାନଙ୍କୁ ନୃତ୍ୟ ଶିକ୍ଷା ଦେଇ ପାରୁଥିବା ବେଳେ ଖୁସି ମଧ୍ୟ ଅନୁଭବ କରୁଛନ୍ତି । ଅନ୍ୟପଟେ ଧୀରେ ଧୀରେ ବ୍ଲାଉଜ ଡିଜାଇନର ଭାବରେ ଅଞ୍ଚଳରେ ପରିଚିତ ହେଲେ । ସୁନ୍ଦର ସୁନ୍ଦର ବ୍ଲାଉଜ ସିଲେଇ କରି ଏବେ ନିଜ ଗୋଡ଼ରେ ନିଜେ ଛିଡ଼ା ହୋଇ ରୋଜଗାର ମଧ୍ୟ କରି ପାରିଛନ୍ତି । ପ୍ରତି ମାସରେ ୧୦ ହଜାର ଟଙ୍କାରୁ ଅଧିକ ଟଙ୍କା ରୋଜଗାର କରି ପାରୁଥିବା ବେଳେ ଏଭଳି ଏକ ନାରୀ ଅନ୍ୟମାନଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛନ୍ତି । ତାଙ୍କର ଅନେକ କଳା ମଧ୍ୟ ଭରପୁର ରହିଛି । ନୃତ୍ୟ ସାଙ୍ଗକୁ କବିତା ଲେଖିବା, ଗୀତ ଗାଇବା, ପ୍ରତ୍ୟେକ ଦିନ ନୂଆ ନୂଆ ଡ଼ିଜାଇନିଂ ବ୍ଲାଉଜ ସିଲେଇ କିଛି ଟଙ୍କା କମାଇ ପାରିବା ଯୋଗୁଁ ତାଙ୍କର ମନରେ ବେଶ ଉତ୍ସାହ ମଧ୍ୟ ଦେଖିବାକୁ ମିଳିଥାଏ । ଘରର କିଛି କାମ ସାରିକି କିଛି ସମୟ ବାହାର କରି ରୋଜଗାର ମଧ୍ୟ କରି ପାରିଛନ୍ତି । ତାଙ୍କର ଅନେକ ଗୀତ ବଲାଙ୍ଗିର ରେଡ଼ିଓରେ ପ୍ରସାରିତ ମଧ୍ୟ ହୋଇଥିବା ବେଳେ ମୋର ସୌଭାଗ୍ୟ ଯେ ମତେ ଭଗବାନ ଏତେ ସୁନ୍ଦର ସୁନ୍ଦର କଳା ଦେଇଥିବାରୁ ମୁଁ ନିଜକୁ ଧନ୍ୟ ମନେ କରୁଛି ବୋଲି ସେ କୁହନ୍ତି । ତେବେ ମୋ ଭଳି ଅନ୍ୟ ମହିଳା ମାନେ ମଧ୍ୟ ଚେଷ୍ଟା କରନ୍ତୁ ଓ କିଛି ପଇସା ରୋଜଗାର କରି ନିଜ ପରିବାର ପୋଷଣରେ ସାହାଯ୍ୟର ହାତ ବଢ଼ାନ୍ତୁ ବୋଲି ସୁଷମା ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.

15 − three =

error: Content is protected !!