ମଞ୍ଜି ସଂଗ୍ରହ କାର୍ଯ୍ୟକ୍ରମର ଶୁଭାରମ୍ଭ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଲକ ଅନ୍ତର୍ଗତ ଡେଙ୍ଗ ସ୍ଥିତ ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟର ଇକୋ କ୍ଲବ ଓ ଜୁନିୟର ରେଡକ୍ରସ ଆନୁକୂଲ୍ୟରେ ମଞ୍ଜି ସଂଗ୍ରହ କାର୍ଯ୍ୟକ୍ରମ ଶୁଭାରମ୍ଭ ହୋଇଯାଇଛି । ଗ୍ରୀଷ୍ମପ୍ରବାହ ଦୃଷ୍ଟିରେ ରଖି ବିଦ୍ୟାଳୟର କେବଳ ପୂର୍ବତନ ଛାତ୍ର ଓ ବର୍ତ୍ତମାନ ଅଧ୍ୟୟନରତ ଛାତ୍ରଛାତ୍ରୀଙ୍କ ପ୍ରତିନିଧିମାନଙ୍କୁ ନେଇ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ବିଦ୍ୟାଳୟର ପ୍ରଧାନଶିକ୍ଷକ ଚାଣ୍ଡାଳ ମିଶ୍ରଙ୍କର ପ୍ରତ୍ୟକ୍ଷ ତତ୍ତ୍ୱବାଧାନ କାର୍ଯ୍ୟକ୍ରମକୁ ପ୍ରକୃତିବନ୍ଧୁ ଶିକ୍ଷକ ତଥା ରେଡକ୍ରସ କର୍ମୀ ରାମ ନାରାୟଣ ଦାଶ ସଂଯୋଜନା କରିଥିଲେ । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଯୁବ ସମାଜସେବୀ ଶ୍ରବଣ ବାରିକ, ସମ୍ମାନିତ ଅତିଥି ଭାବରେ ପ୍ରକୃତିପ୍ରେମୀ ଦୀନବନ୍ଧୁ ବାଗ ଯୋଗଦେଇଥିଲେ । ସମସ୍ତଙ୍କ ଘରେ କିଛି ପାଚିଲା ଫଳ ଯଥା ଆମ୍ବ, ପଣସ, ଖଜୁରୀ, କେନ୍ଦୁ, ସଫେଟା, ଜାମ୍ବୁ, ଲେମ୍ବୁ ବ୍ୟବହାର ପାଇଁ ଅଣା ହୋଇଥାଏ । ସେଗୁଡିକୁ ଖାଇସାରିବା ପରେ ତାର ମଞ୍ଜି ଗୁଡିକ ଏଣେତେଣେ ନଫିଙ୍ଗି ଗୋଟିଏ ଜାଗାରେ ରଖିବା ଓ ଖରାରେ ୪-୫ ଦିନ ଶୁଖାଇ ଦେବା । ସଂଗୃହିତ ମଞ୍ଜିଗୁଡିକ ଆଗାମୀ ବିଶ୍ୱ ପରିବେଶ ଦିବସ ବା ମୌସୁମୀ ଆସିବା ପୂର୍ବରୁ ବିଲର ହିଡ଼, ରାସ୍ତା ଉଭୟ ପାଶ୍ୱ, ଖାଲିପଡିଥିବା ପଡ଼ିଆ, ନିଜ ବାଡିପଛ ପଟରେ ବୁଣିବା ବା ରୋପଣ କରିବା । ଫଳରେ କମ୍ ସମୟରେ ତଥା କମ୍ ଖର୍ଚ୍ଚରେ ନୂତନ ଚାରା ପାଇପାରିବା ସହ ସବୁଜ ବନାନୀ ସୃଷ୍ଟି ହୋଇପାରିବ ବୋଲି ଅତିଥିଗଣ ମତ ପ୍ରକାଶ କରିଥିଲେ । ଏହି ଅବସରରେ ପ୍ରେରଣା ଇଣ୍ଟରନ୍ୟାସନାଲ ଗ୍ରୀନ୍ ଆର୍ମି, କମାଣ୍ଡେଣ୍ଟ୍ ଇନ୍ ଚିଫ୍ ବା ଗଛ ମଣିଷ ଡ. ଦିଲ୍ଲୀପ ଶ୍ରୀଚନ୍ଦନ ବାର୍ତ୍ତା, ବିଶ୍ୱ ଜନନୀକୁ ସବୁଜ, ସୁନ୍ଦର ଓ ପ୍ରଦୂଷଣ ମୁକ୍ତ କରିବାରେ ପ୍ରତ୍ୟେକ ଜଣେ ଜଣେ ସବୁଜ ସଂଗ୍ରାମୀ ଭାବରେ କାର୍ଯ୍ୟ କରିବା ବୋଲି ପ୍ରକୃତିବନ୍ଧୁ ଶିକ୍ଷକ ରାମ ନାରାୟଣ ଦାଶ ସୂଚନା ପ୍ରଦାନ କରିଥିଲେ । ପୂର୍ବରୁ ଅନ୍‌ଲାଇନ୍‌ ମାଧ୍ୟମରେ ଶିକ୍ଷ୍ୟର୍ଥୀମାନଙ୍କୁ ମଞ୍ଜି ସଂଗ୍ରହ କାର୍ଯ୍ୟକ୍ରମ ଶୁଭାରମ୍ଭ ବିଷୟରେ ଅବଗତ କରାଯାଇଥିଲା । କାର୍ଯ୍ୟକ୍ରମରେ ତୁଫାନ ରଣା, ବିକାଶ ରଣା, ଝରଣା ରଣା, ପ୍ରିୟା ରଣା, ମହିମା ରଣା ପ୍ରମୁଖ ଉପସ୍ଥିତ ଥିଲେ । କାର୍ଯ୍ୟକ୍ରମକୁ ପୂର୍ବତନ ଛତ୍ର କପିଳ ଭୋଇ ପରିଚାଳନା କରିଥିବା ବେଳେ ସୁନୀଳ ରଣା ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.

eight + five =