csstore

ଘୋରଡିଆ ସେବା ସମବାୟ ସମିତି ଧାନମଣ୍ଡିର ଶୁଭାରମ୍ଭ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକ ଅନ୍ତର୍ଗତ ସାଉରିଆ ଗ୍ରାମ ପଞ୍ଚାୟତର ଘୋରଡିଆ ସେବା ସମବାୟ ସମିତି ଲିଃର ବୁଧବାର ବାରବାଟୀଠାରେ ପରମ୍ପରା ଅନୁସାରେ ପୂଜକ ଅରୁଣ ପଣ୍ଡା ଦ୍ଵାରା ମା’ ଲକ୍ଷ୍ମୀ ଓ ଓଜନ ଯନ୍ତ୍ର ପୂଜାର୍ଚ୍ଚନା ନୀତିକାନ୍ତି ପରେ ଧାନମଣ୍ଡିର ଶୁଭ ଉଦ୍‌ଘାଟନ କରାଯାଇଥିଲା । ଏହି ଉଦ୍‌ଘାଟନ ଉତ୍ସବରେ ସମ୍ମିଳିତ ପୁରୀ ନିମାପଡ଼ା କେନ୍ଦ୍ର ସମବାୟ ବ୍ୟାଙ୍କ ନିଦ୍ଦେର୍ଶକ ତଥା ଘୋରଡିଆ ସମବାୟ ସମିତିର ସଭାପତି ଚିତ୍ରସେନ ନିଶଂକ, ସମ୍ପାଦକ ଦୀପକ କୁମାର ପରିଡା, ସମବାୟ ସମିତିର ୧୪ ଜଣ ବୋର୍ଡ ମେମ୍ବର ଦିଲ୍ଲୀପ କୁମାର ଧାଉଡିଆ, ରାଜ କିଶୋର ମାର୍ଥା, ପ୍ରତାପ ଚନ୍ଦ୍ର ରାଉତରାୟ, ପ୍ରକାଶ କୁମାର ସାମନ୍ତସିଂହାର, ବଳରାମ ଭୁଜବଳ, ଭୀମ ନିଶଂକ, ଟୁଲ କୋଦମାସିଂହ, ସୁରେନ୍ଦ୍ର ବଳିୟାରସିଂହ, ମାଗୁଣି ନିଶଂକ, ଅହଲ୍ୟା ବରାଳ, ଫୁଲ କୋଦମାସିଂହ, ରୁନୁ ବେହେରା, ଭୀମସେନ ବେହେରା ଓ ଆସିଷ୍ଟାଣ୍ଟ ପ୍ରକାଶ ଧାଉଡିଆ ପ୍ରମୁଖ ଉପସ୍ଥିତ ରହି ଏଥିରେ ସହଯୋଗ କରିଥିଲେ । ପଞ୍ଜିକୃତ ୧୮ ଜଣ ଚାଷୀ ଅମଳ ଧାନକୁ ଆଜି ମଣ୍ଡିରେ ଦେଇଥିଲେ । ୪୮୦ କ୍ୱିଣ୍ଟାଲ ଧାନ କ୍ରୟ କରିବା ପାଇଁ ଧାର୍ଯ୍ୟ ରଖାଯାଇଥିଲା । ଅଭିରାମ ରାଇସ ମିଲ୍‌ ଏଠାରୁ ସମସ୍ତ ଧାନ ନେଇଥିଲା । ଶାନ୍ତି ଶୃଙ୍ଖଳା ସହ ମଣ୍ଡି କାର୍ଯ୍ୟକ୍ରମ ଚାଲିଥିବାରୁ ସଭାପତି ଶ୍ରୀ ନିଶଂକ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

jayashree
Leave A Reply

Your email address will not be published.