jsm

ଗାନ୍ଧୀ ଷ୍ଟାଡିୟମରେ ଓ.ସି.ଏ ଭିଜନ ୨୦୨୪ : ଇଣ୍ଟ୍ରା ଡିସ୍‌ଟ୍ରିକ୍ଟ କ୍ଲବ କ୍ରିକୋଟ ଲିଗ୍‌ ର ଶୁଭାରମ୍ଭ

csstore

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସ୍ଥାନୀୟ ଗାନ୍ଧୀ ଷ୍ଟାଡିୟମରେ ଆଗାମୀ ତା.୧୮.୧୨.୨୦୨୨ ପର୍ଯ୍ୟନ୍ତ ଖେଳାଯିବାକୁ ଥିବା ଜୁନିୟର ଇଣ୍ଟ୍ରା ଡିସ୍‌ଟ୍ରିକ୍ଟ କ୍ଲବ ଲିଗ୍‌ ଆଜି ଉଦ୍‌ଘାଟିତ ହୋଇଯାଇଛି । ଓଡିଶା କ୍ରିକେଟ ଏସୋସିଏସନ ଆନୁକୂଲ୍ୟରେ ଓ ଜିଲ୍ଲା କ୍ରୀଡା ସଂସଦ ବଲାଙ୍ଗିର ଦ୍ୱାରା ଆୟୋଜିତ ଏହି ଲିଗ୍‌ ୧୯ ଓ ୧୬ ବର୍ଷ ବର୍ଗ କ୍ରିକେଟ ଖେଳାଳୀଙ୍କୁ ନେଇ ଅନୁଷ୍ଠିତ ହୋଇଯାଇଛି । ଏହି ଟୁର୍ଣ୍ଣାମେଣ୍ଟ ଟିକୁ କ୍ରୀଡା ସଂସଦର କାର୍ଯ୍ୟକାରୀ ସଭାପତି ଡ. ଶ୍ରୀକର ମିଶ୍ର ଆନୁଷ୍ଠାନିକ ଭାବରେ ଉଦ୍‌ଘାଟନ କରିଥିଲେ । ସାଧାରଣ ସଂପାଦକ ହରିନାରାୟଣ ପୂଜାରୀଙ୍କ ଆବାହକତ୍ୱରେ ଅନୁଷ୍ଠିତ ଆଜିର ଉଦ୍‌ଘାଟନୀ ପର୍ବରେ ଯୁଗ୍ମ ସଂପାଦକ ପଦ୍ମଚରଣ ଆଚାର୍ଯ୍ୟ, କୋଷାଧ୍ୟକ୍ଷ ପ୍ରଭାତ କୁମାର ମିଶ୍ର, ଫୁଟବଲ ସଂପାଦକ ହେମନ୍ତ ବେହେରା, ବରିଷ୍ଠ ସଭ୍ୟ ରମାକାନ୍ତ ସେଠ, ସୁଧିର ଚନ୍ଦ୍ର ପଣ୍ଡା, କ୍ରିକେଟ କୋଚ ଅରୁଣ କୁମାର ନାଏକ, ପୂର୍ବତନ ଖେଳାଳି ସୂର୍ଯ୍ୟ ମିଶ୍ର, ହରେଶ ଦାନି ଓ ବିକ୍ରମ ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ । ଆଜିର ଏହି ମ୍ୟାଚଟି ୱାଇ.ଏସ୍‌.ସି.ସି. ବଲାଙ୍ଗିର ଦଳ ଓ ଟି.ସି.ସି. ଟିଟିଲାଗଡ ଦଳ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ଟିଟିଲାଗଡ ଟସ୍‌ ଜିଣି ପ୍ରଥମେ ୱାଇ.ଏସ୍‌.ସି.ସି. ଦଳକୁ ବ୍ୟାଟିଂ କରିବା ପାଇଁ ଆମନ୍ତ୍ରଣ କରିଥିଲେ । ୱାଇ.ଏସ୍‌.ସି.ସି. ଦଳ ନିର୍ଦ୍ଧାରିତ ୪୦ ଓଭରରେ ୮ ୱିକେଟ ବିନିମୟରେ ୧୮୫ ରନ୍‌ ସଂଗ୍ରହ କରିଥିଲେ । ଦଳ ପକ୍ଷରୁ ସ୍ୱୟମ ସାହାଣୀ ସର୍ବାଧିକ ୭୯ ରନ୍‌ ଓ ରାହୁଲ ମେହେର ୩୬ ରନ୍‌ ସଂଗ୍ରହ କରିଥିଲେ । ଟିଟିଲାଗଡ ଦଳ ତରଫରୁ ସଫଳ ବୋଲର ଭାବରେ ଗଣେଷ ବାଗ, ଅନୁପ ସିଂହ, ସତ୍ୟ ଛୁରିଆ ପ୍ରତ୍ୟେକ ୨ ଗୋଟି ଲେଖାଏଁ ଓି୍ୱକେଟ ଅକ୍ତିଆର କରିଥିଲେ । ୧୮୬ ରନ୍‌ ବିଜୟ ଲକ୍ଷକୁ ନେଇ ପଡିଆକୁ ଓହ୍ଲାଇଥିବା ଟିଟିଲାଗଡ ଦଳ ୩୭.୫ ଓଭରରେ ୭ ଓି୍ୱକେଟ ବିନିମୟରେ ୧୯୦ ରନ୍‌ ସଂଗ୍ରହ କରି ବିଜୟୀ ହୋଇଥିଲେ । ଟିଟିଲାଗଡ ଦଳ ତରଫରୁ ଦିବ୍ୟ ପାତ୍ର ସର୍ବାଧିକ ଅପରାଜିତ ୭୯ ରନ୍‌ ଓ ଗଣେଷ ବାଗ ଅପରାଜିତ ୩୬ ରନ୍‌ ସଂଗ୍ରହ କରିଥିଲେ । ୱାଇ.ଏସ୍‌.ସି.ସି. ଦଳର ବିଶେଷ କୁମ୍ଭାର ସର୍ବାଧିକ ୩ ଗୋଟି ୱିକେଟ ଅକ୍ତିଆର କରିଥିଲେ । ଆଜିର ଏହି ମ୍ୟାଚକୁ ଓସିଏ ଅମ୍ପାୟାର ପୃଥ୍ୱୀରାଜ ମିଶ୍ର ଓ ମୁକେଶ ସ୍ୱାଇଁ ପରିଚାଳନା କରିଥିବା ବେଳେ ଜଗପତି ନାଏକ ସ୍କୋରର ଦାୟିତ୍ୱ ତୁଳାଇଥିଲେ । ଆସନ୍ତାକାଲି ନାଏକ ଏକାଡେମୀ ଓ ଟିଟିଲାଗଡ ଦଳ ମଧ୍ୟରେ ଅନୁଷ୍ଠିତ ହେବ ।

yuvodaya
Leave A Reply

Your email address will not be published.