csstore

ସଲଣ୍ଡିଆମୁଣ୍ଡାରେ ଅଷ୍ଟପ୍ରହର ନାମଯଜ୍ଞ ପାଇଁ ଶୁଭଖମ୍ବ ସ୍ଥାପନ

କଳାହାଣ୍ଡି, (ନରୋତ୍ତମ ସେଲମା ) : କର୍ଲାମୁଣ୍ଡା ବ୍ଲକର ରିଷିଡା ପଞ୍ଚାୟତ ଅନ୍ତର୍ଗତ ସଲଣ୍ଡିଆମୁଣ୍ଡା ଠାରେ ଗଜଲକ୍ଷ୍ମୀ ପୂଜାର ୧୨ବର୍ଷ ପୂର୍ତ୍ତୀ ଅବସରରେ ଅଷ୍ଟପ୍ରହର ନାମଯଜ୍ଞ ଅନୁଷ୍ଠିତ ହେବ । ଏଥିପାଇଁ ଆଜି ଶୁଭଖମ୍ବ ସ୍ଥାପନ କାର୍ଯ୍ୟ ଅନୁଷ୍ଠିତ ହୋଇଥିଲା । ଏଥିରେ କର୍ତ୍ତା ଭାବେ ପୂଜା କମିଟିର ସଂପାଦକ ତଥା ବରିଷ୍ଠ ସାମ୍ବାଦିକ ନରୋତ୍ତମ ସେଲମା ଓ ତାଙ୍କ ଧର୍ମପତ୍ନୀ ମୀନା ଗହୀର (ବନିତା) ରହିଥିବା ବେଳେ ରୁଦ୍ରଦେବ ଦାସ ପୂଜକ ଭାବେ କାର୍ଯ୍ୟ ସଂପାଦନ କରିଥିଲେ । କମିଟି ସଭାପତି ବାବୁଲିଚରଣ ପରିଡା, ଲଛମନ ଭୋଇ, ନରସିଂହ ଭୋଇ, କପୁର ସେଲମା, ହେମନ୍ତ ଭୋଇ, ବାସୁଦେବ ସେଲମା, ଦୟାନିଧି ଭୋଇ, ରଞ୍ଜନ ନାଏକ, ଆଶୁତୋଷ ଦାଶ, ସୋନୁ ରଣା, ମାୟାଧର ଭୋଇ, ବିଭୂତିଭୂଷଣ ସେଠ, ସୀତାରାମ ରଣା, ଫଗନୁ ରଣା, କମଳ ରଣା, ଶେଷଦେବ ରଣା, ଲୋଚନ ଭୋଇ, ହୃଷିକେଶ ଭୋଇ, ନରେନ୍ଦ୍ର ସେଲମା, ଗ୍ରାମ ଝାଙ୍କର ଉମାକାନ୍ତ ଭୋଇଙ୍କ ସମେତ ଶତାଧିକ ପୁରୁଷ, ମହିଳା ଉପସ୍ଥିତ ଥିଲେ । ଏହା ପୂର୍ବରୁ ଝାଙ୍କର ଶ୍ରୀ ଭୋଇଗ୍ରାମ ଇଷ୍ଟଦେବୀ ଧରଣୀପୀଠରେ ପୂଜାର୍ଚ୍ଚନା କରିଥିଲେ ।

jayashree
Leave A Reply

Your email address will not be published.