csstore

ସଇଁତଲା ଭୂତେଶ୍ୱର ବାବା ପୀଠରେ ନୂତନ ତମ୍ବା ନାଗ ସ୍ଥାପନ

ସଇଁତଲା, (ପ୍ରମୋଦ ସେଲମା) : ବଲାଙ୍ଗିର ଜିଲ୍ଲା ସଇଁତଲା ସ୍ଥିତ ଲାନ୍ଥନଦୀ କୂଳରେ ଥିବା ଭୂତେଶ୍ୱର ବାବା ପୀଠ ଠାରେ ନୂତନ ତମ୍ବା ନାଗ ସ୍ଥାପନ କରାଯାଇଛି । ଏହାର ଉଚ୍ଚତା ପ୍ରାୟ ୩ ଫୁଟ ବୋଲି ଜଣାପଡିଛି । ଉକ୍ତ ପୀଠରେ ପୂଜାର୍ଚ୍ଚନା ପାଇଁ କର୍ତ୍ତା ଭାବରେ କମିଟି ସମ୍ପାଦକ ରାଜେଶ ସାହୁ ଓ ତାଙ୍କ ଧର୍ମପତ୍ନୀ ଶୈଳେନ୍ଦ୍ରି ସାହୁ ପୂଜା କାର୍ଯ୍ୟ ତୁଳଇଥିଲେ । ପୂଜାରେ ପଣ୍ଡିତ କିରଣ ମିଶ୍ରଙ୍କ ତତ୍ତ୍ୱାବଧାନରେ ନବଘନ ଷଡ଼ଙ୍ଗୀ ଓ ପିଣ୍ଟୁ ଦାସ ସହଯୋଗ କରିଥିଲେ । ଘଣ୍ଟବାଜା, ସଂକୀର୍ତ୍ତନ ମାଧ୍ୟମରେ ରୁଦ୍ରାଭିଷେକ ଓ ଶିବପାର୍ବତୀଙ୍କ ଅଳଙ୍କାର ଧାରଣା କରାଯାଇଥିଲା । ଏହି ସମୟରେ କମିଟି ସଭାପତି ସନ୍ତୋଷ ବିଶ୍ୱାଳ, ଭକ୍ତ ପୋଢ଼, ଚନ୍ଦ୍ର ଚନ୍ଦନ, ନରେନ୍ଦ୍ର ଗହୀର, ବୈକୁଣ୍ଠ ସେଠ, ସାରଥୀ ସାହୁ, ନେପାଳ ସାହୁ, ପର୍ଶୁ ସାହୁ, ରୋହିତାଶ୍ଵର ନାଗ, ଅସିତ ରଥ, ସଂକୀର୍ତ୍ତନ ସାହୁ, ମାନୁ ଗହୀର, ନୀଳପଦ୍ମ ମିଶ୍ର, କମଳ ସାହୁଙ୍କ ସମେତ କମିଟି ସଦସ୍ୟମାନେ ସାମିଲ ଥିଲେ । ପ୍ରକାଶ ଯେ, ଏହି ପୀଠରେ ପ୍ରତ୍ୟେକ ବର୍ଷ ଶିବରାତ୍ରି, ପ୍ରହରୀ ନାମଯଜ୍ଞ ଓ କାର୍ତ୍ତିକ ପୂର୍ଣ୍ଣିମା ତଥା ବିଭିନ୍ନ କାର୍ଯ୍ୟକ୍ରମ ଗୁଡିକ ପାଳନ କରାଯାଇଥାଏ ।

jayashree
Leave A Reply

Your email address will not be published.