csstore

ପତ୍ରାପାଲି(ଖ) ଗ୍ରାମରେ ଛେଳି ଗୁହାଳ ଭାଙ୍ଗି ୩ ଛେଳି ମୃତ : ୬ ଅଳ୍ପକେ ବର୍ତ୍ତିଲେ, କ୍ଷତିପୂରଣ ପ୍ରଦାନ ଦାବୀ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ଅଞ୍ଚଳରେ ଲାଗି ରହିଥିବା ଲଗାଣ ଲଘୁଚାପ ବର୍ଷାରେ ପତ୍ରାପାଲି(ଖ) ପଞ୍ଚାୟତ ସଦର ମହକୁମାର ବୀର ପୋଢ଼(୬୨)ଙ୍କ ଏକ ଛେଳି ଗୁହାଳ ଭାଙ୍ଗି ଯାଇ ୩ଟି ଛେଳିର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ୬ଟି ଛେଳି ଅଳ୍ପକେ ମୃତ୍ୟୁମୁଖରୁ ବର୍ତ୍ତି ଯାଇଥିବା ଜଣାପଡ଼ିଛି । ଲଘୁଚାପ ବର୍ଷାରେ ସମସ୍ତ ଛେଳି ଗୁହାଳରେ ଥିବା ବେଳେ ହଠାତ୍ କଞ୍ଚା ଇଟା ଓ ଖପରରେ ତିଆରି ଗୁହାଳଟି ଭାଙ୍ଗି ଯାଇଥିଲା । ପରିବାର ଲୋକେ ଇଟା କାନ୍ଥ ତଳୁ ୬ଟି ଛେଳିକୁ ସୁରକ୍ଷିତ ଉଦ୍ଧାର କରିଥିବା ବେଳେ ଅନ୍ୟ ୩ଟି ଛେଳିର ଘଟଣାସ୍ଥଳରେ ହିଁ ମୃତ୍ୟୁ ଘଟିଥିଲା । ଖବର ପାଇ ପତ୍ରାପାଲି(ଖ) ସରପଞ୍ଚ ପ୍ରତିନିଧି ଜିତେନ୍ଦ୍ର ନାଗ ପହଞ୍ଚି ହଳଦୀ ଆର୍‌ଆଇଙ୍କୁ ଖବର ଦେଇଥିଲେ । ହଳଦୀ ଆର୍‌ଆଇ କୋଶଳ ବେହେରା ପହଞ୍ଚି ଭଙ୍ଗା ଛେଳି ଗୁହାଳର କ୍ଷୟକ୍ଷତି ଆକଳନ କରିଥିଲେ । ମୃତ ଛେଳିମାନଙ୍କୁ ପୋତି ଦିଆଯାଇଥିବା ଜଣାପଡିଛି । କ୍ଷୟକ୍ଷତି ଆକଳନ କରି ଛେଳିଚାଷୀ ବୀର ପୋଢ଼ଙ୍କୁ ଏକ ଛେଳି ଗୁହାଳ ପ୍ରଦାନ ସହ ଅନ୍ୟାନ୍ୟ କ୍ଷତିପୂରଣ ଦେବା ପାଇଁ ଗ୍ରାମବାସୀ ଦାବି କରିଛନ୍ତି ।

jayashree
Leave A Reply

Your email address will not be published.