ସଇଁତଲାରେ ମହନ୍ତ ସଚ୍ଚିଦାନନ୍ଦ ଦାସଙ୍କୁ ସମ୍ବର୍ଦ୍ଧନା

csstore

ସଇଁତଲା, (ପ୍ରମୋଦ ସେଲମା) : ବଲାଙ୍ଗିର ଜିଲ୍ଲା ସଇଁତଲା ସ୍ଥିତ ବ୍ଲକ ଛକ ଠାରେ ମଣ୍ଡଲେଶ୍ୱର ଶ୍ରୀ ମହନ୍ତ ସଚ୍ଚିଦାନନ୍ଦ ଦାସ ମହାରାଜ ଜୀଙ୍କୁ ସ୍ଥାନୀୟ ମହାଲକ୍ଷ୍ମୀ ପୂଜା କମିଟି ତରଫରୁ ଗୁରୁ ପୂର୍ଣ୍ଣିମା ଉପଲକ୍ଷେ ବିପୁଳ ସମ୍ବର୍ଦ୍ଧନା ଦିଆଯାଇଥିଲା । ଏହି ପରିପେକ୍ଷୀରେ ମହାରାଜ ସଚ୍ଚିଦାନନ୍ଦ ଦାସଙ୍କ ତତ୍ତ୍ୱବଧାନରେ ଏକ ପ୍ରବଚନ ସଭା ଆୟୋଜିତ ହୋଇଥିଲା । ଏଥିରେ ବହୁ ଭକ୍ତ ମହାରାଜଙ୍କ ଠାରୁ ଆଶୀର୍ବାଦ ଲାଭ କରିଥିଲେ । ଉକ୍ତ ଉତ୍ସବରେ ରାଜକିଶୋର ସାହୁ, ସୁନୀଲ ଅଗ୍ରୱାଲ, ହିମାଂଶୁ ଶେଖର ଦାସ, ଶ୍ରବଣ ଅଗ୍ରୱାଲ, ଜ୍ଞାନରଞ୍ଜନ ସାହୁ, ପରମେଶ୍ୱର କର୍ମୀ, କିଶୋର ଅଗ୍ରୱାଲ, ମୁକେଶ ଅଗ୍ରୱାଲ, ପ୍ରେମରାଜ ସାହୁ, ରତନ କୁମାର ରଣା, କ୍ଷମାନିଧି ରଣା, ଗୌରଦେବ ସାହୁ, ଅଶ୍ୱିନୀ କୁମାର ସାହୁଙ୍କ ସମେତ ବହୁ ଭକ୍ତ ସାମିଲ ହୋଇଥିଲେ ।

Leave A Reply

Your email address will not be published.