pakka

ଛତ୍ରପୁର ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ପଞ୍ଚମ ଥର ପାଇଁ ଶ୍ରେଷ୍ଠ ବିଦ୍ୟାଳୟ ଭାବେ ବିବେଚିତ

bbehera

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁରସ୍ଥ ଶ୍ରୀରାମନଗର ଠାରେ ଅବସ୍ଥାପିତ ସହରର ଅଗ୍ରଣୀ ଶିକ୍ଷାନୁଷ୍ଠାନ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର, ପୁଣି ଥରେ ଶ୍ରେଷ୍ଠ ବିଦ୍ୟାଳୟ ଭାବେ ପୁରସ୍କାର ପାଇବା ପାଇଁ ଯୋଗ୍ୟ ବିବେଚିତ ହୋଇଥିବା ସରକାରୀ ଭାବେ କୁହାଯାଇଛି । ସେହିପରି ବିଦ୍ୟାଳୟର ଦଶମ ଶ୍ରେଣୀର ଚାରି ଜଣ ଶିଶୁ ପ୍ରଗତିରାଣୀ ଦାଶ, ଦେବାଶିଷ ପଣ୍ଡା, ଅଜିତ କୁମାର ପାଣିଗ୍ରାହୀ, ଅସ୍ମିତ ମହାରଣା ମେଧାବୃତ୍ତି ପାଇବା ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି ବୋଲି ଜଣାପଡିଛି । ଏହି ସଫଳତା ପାଇଁ ବିଦ୍ୟାଳୟ ପରିଚାଳନା କମିଟିର ସମସ୍ତ ସଦସ୍ୟ, ସମସ୍ତ ଆଚାର୍ଯ୍ୟ ଆଚାର୍ଯ୍ୟା, ପ୍ରଧାନାଚାର୍ଯ୍ୟ, ଶିଶୁ ଓ ଅଭିଭାବକ ମହଲରେ ଆନନ୍ଦର ଲହରୀ ଖେଳିଯାଇଛି । ଶ୍ରେଷ୍ଠ ବିଦ୍ୟାଳୟ ଭାବେ ବିବେଚିତ ହୋଇଥିବାରୁ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ବିଦ୍ୟାଳୟ ପରିଚାଳନା କମିଟିକୁ ସାଧୁବାଦ ଜଣାଇଛନ୍ତି । ବିଦ୍ୟାଳୟର ସହକର୍ମୀ, ଗୁରୁମା, ଗୁରୁଜୀ, ପ୍ରଧାନାଚାର୍ଯ୍ୟଙ୍କୁ ଅଭିଭାବକ ମହଲରୁ ଶୁଭେଚ୍ଛା ଜ୍ଞାପନ କରାଯାଇଛି ।

jay balangir
Leave A Reply

Your email address will not be published.

4 × 3 =

error: Content is protected !!