pakka

ଓଡିଶା ଅବସରପ୍ରାପ୍ତ କର୍ମଚାରୀ ସଂଘ ବଲାଙ୍ଗିର ଶାଖାର ନୂଆଁଖାଇ ଭେଟ୍‌ଘାଟ୍‌

bbehera

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଅମଲା ଭବନ ବଲାଙ୍ଗିର ଠାରେ ଓଡିଶା ଅବସରପ୍ରାପ୍ତ କର୍ମଚାରୀ ସଂଘର ନୂଆଁଖାଇ ଭେଟ୍‌ଘାଟ୍‌ କାର୍ଯ୍ୟକ୍ରମ ଗୋବିନ୍ଦ ମିଶ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ସର୍ବପ୍ରଥମେ ମା’ ପାଟଣେଶ୍ୱରୀ ଏବଂ ସମଲେଶ୍ୱରୀ ଦେବୀଙ୍କର ପୂଜାର୍ଚ୍ଚନା କରାଯାଇ ସଭାକାର୍ଯ୍ୟ ଆରମ୍ଭ କରାଯାଇଥିଲା । ସଂପାଦକ ମଲିଆ ଗଡୁଆ ପୂର୍ବ ବୈଠକର ବିବରଣୀ ପାଠ କରିଥିଲେ ଏବଂ ଏହାର ଦୃଢିକରଣ କରାଯାଇଥିଲା । ନୂଆଁଖାଇ ସମ୍ବନ୍ଧରେ ଧର୍ମବ୍ରତ ରଥ, ମନୋରଂଜନ ମିଶ୍ର, ପ୍ରଭାକର ମିଶ୍ର, ବିରଞ୍ଚି ହୋତା, ସୁରେନ୍ଦ୍ର କୁମାର ନେଗୀ, ଗୋପାଳ ଚନ୍ଦ୍ର ନାୟକ, କୃଷ୍ଣଚନ୍ଦ୍ର ନାଥ, ଦୁର୍ଗା ପ୍ରସାଦ ହୋତା, ବିରଞ୍ଚି ବହିଦାର, ମଧୁସୂଦନ ନାୟକ ଆଲୋକପାତ କରିଥିଲେ । ମଂଚାସୀନ କର୍ମକର୍ତ୍ତାଙ୍କ ମଧ୍ୟରୁ ନୀଳମଣି ମିଶ୍ର, ଉପଦେଷ୍ଟା ପ୍ରସନ୍ନ କୁମାର ମିଶ୍ର, ମଲିଆ ଗଡୁଆ ସାଧାରଣ ସଂପାଦକ ଏବଂ ଗୋବିନ୍ଦ ମିଶ୍ର ନିଜ ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ । ପୁରୁଷୋତ୍ତମ ପଣ୍ଡା, ଯୁଗ୍ମ ସଂପାଦକ ପର୍ଶୁରାମ ନାୟକ, ଗୋପବନ୍ଧୁ ପୁରୋହିତ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ । ସାମାଜିକ କାର୍ଯ୍ୟକ୍ରମ, ଜନହିତକର କାର୍ଯ୍ୟ ତଥା ଅବସରପ୍ରାପ୍ତ କର୍ମଚାରୀଙ୍କ ଅବସରକାଳୀନ ପାଉଣା କିପରି ଠିକ୍‌ ସମୟରେ ପାଇବେ ସେଥିପାଇଁ ସଭାପତି ଶ୍ରୀ ମିଶ୍ର ଓ ସଂପାଦକ ଶ୍ରୀ ଗଡୁଆଙ୍କୁ ଦୃଷ୍ଟି ଦେବା ପାଇଁ କ୍ଷମତା ଓ ନିର୍ଦ୍ଦେଶ ପ୍ରଦାନ କରାଯାଇଥିଲା । ପରିଶେଷରେ କୃଷ୍ଣଚନ୍ଦ୍ର ମହାକୁର କାର୍ଯ୍ୟକାରୀ ସଭ୍ୟ ଧନ୍ୟବାଦ ଅର୍ପଣ କରିଥିଲେ ।

jay balangir
Leave A Reply

Your email address will not be published.

2 + four =

error: Content is protected !!