pakka

ରାମଜୀ ନାଟକ ସଂସଦ ଦ୍ୱାରା ରାମଲୀଳା ପାଇଁ ପ୍ରସ୍ତୁତି ବୈଠକ

bbehera
  • ଜାନୁୟାରୀ ପହିଲାରୁ କଳାକାର ଚୟନ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ପୁରାତନ ରାମଲୀଳା ନାଟକ ସଂସ୍ଥା ରାମଜୀ ନାଟକ ସଂସଦ ତରଫରୁ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ପଞ୍ଚମର ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଥିବା ବେଳେ ଏହି ବୈଠକରେ ଆବାହକ ଚିଦାନନ୍ଦ ବେହେରା ସଭା ଆରମ୍ଭ କରିଥିଲେ । ସଭାପତିତ୍ୱ କରିଥିଲେ ବାସୁଦେବ ବେହେରା । ଗୁର ବାଳମୁକୁନ୍ଦ ବେହେରାଙ୍କ ଉପସ୍ଥିତିରେ ଆସନ୍ତା ବର୍ଷ ହେବାକୁ ଥିବା ରାମଲୀଳା ବିଷୟରେ ଆଲୋଚନା ହୋଇଥିଲା । ଆସନ୍ତା ବର୍ଷ କିପରି ଆହୁରି ଆକର୍ଷଣୀୟ କରାଯିବ ସେ ବିଷୟରେ ସଂସଦର ସଭ୍ୟମାନେ ନିଜ ନିଜ ମତ ପ୍ରକାଶ କରିଥିଲେ । ଜାନୁୟାରୀ ପହିଲାରୁ ଖୁବ୍‌ ଶୀଘ୍ର କଳାକାର ଚୟନ ଏବଂ ପ୍ରାକ୍‌ଟିସ୍‌ କରାଯିବ ବୋଲି ନିଷ୍ପତ୍ତି ନିଆଯାଇଥିଲା । ଏଥିରେ ନାଟ୍ୟ ସଂସଦର କଳାକାର ଉପସ୍ଥିତ ଥିଲେ । ଆସନ୍ତା ୧୭ ତାରିଖ ଦିନ ପୁଣି ଆଲୋଚନା ହେବ ବୋଲି ନିଷ୍ପତ୍ତି ନିଆଯାଇଛି । ଶେଷରେ ଡା. ରୁଦ୍ରନାରାୟଣ ପଟେଲ ଧନ୍ୟବାଦ ଅର୍ପଣ କରିଥିଲେ ।

jay balangir
Leave A Reply

Your email address will not be published.

nine + 1 =

error: Content is protected !!