pakka

ଆନ୍ତଃ-ଜିଲ୍ଲା ଭଲିବଲ ଟୁର୍ଣ୍ଣାମେଣ୍ଟ ଦ୍ୱିତୀୟ ଦିନର ସନ୍ଧ୍ୟାରେ ଦାରିଙ୍ଗବାଡି ବିଜୟୀ

bbehera

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁରସ୍ଥ ଜେଲ୍‌ ରୋଡ଼ ନିକଟରେ ଆନ୍ତଃ-ଜିଲ୍ଲା ଭଲିବଲ ଟୁର୍ଣ୍ଣାମେଣ୍ଟ ଆନୁଷ୍ଠାନିକ ଭାବେ ରବିବାର ଉଦ୍‌ଘାଟିତ ହୋଇଯାଇଛି । ପ୍ରଥମ ଦିବସ ମ୍ୟାଚରେ ରେଡ୍ଡୀ ସିକ୍ସ ଦଳକୁ ହରାଇ ପାୱାର ସିକ୍ସ ୨-୦ ସେଟରେ ବିଜୟୀ ଲାଭ କରିଛି । ସେହିପରି ଦ୍ୱିତୀୟ ଦିବସରେ ସୋମବାର ପୂର୍ବାହ୍ନ ଠାରୁ ସନ୍ଧ୍ୟା ପର୍ଯ୍ୟନ୍ତ କଡ଼ା ମୁକାବିଲାର ସହ ସ୍କୋର ଚାଲିଥିଲା । କନ୍ଧମାଳ ଜିଲ୍ଲାର ଦାରିଙ୍ଗବାଡ଼ି ସହ ଗଜପତି ଜିଲ୍ଲାର ଅଡବା ମଧ୍ୟରେ ଘମାଘୋଟ ଲଢ଼େଇ ହୋଇଥିଲା । ଏଥିରେ ଦାରିଙ୍ଗବାଡ଼ି ଦଳ ୧୭ ସ୍କୋର ହାସଲ କରିଥିବା ବେଳେ ଅଡବା ଦଳ ୭ ସ୍କୋର ପାଇ ହାରିଯାଇଥିଲେ । ଅର୍ଥାତ ଅଡବା ଦଳକୁ ହରାଇ ଦାରିଙ୍ଗବାଡ଼ି ଦଳ ଶେଷ ବେଳକୁ ୨-୦ ସେଟରେ ବିଜୟୀ ଲାଭ କରିଛି ବୋଲି ଖେଳ କମିଟି ପକ୍ଷରୁ କୁହାଯାଇଛି । ଏଥିରେ ମେନ ଅଫ୍ ଦି ମ୍ୟାଚ୍‌ ଭାବେ ରାମ ମଲ୍ଲିକ ବିବେଚିତ ହୋଇଛନ୍ତି ।

ସୂଚନା ଯୋଗ୍ୟ ଯେ, ରାଇଜିଙ୍ଗ ଷ୍ଟାର ଭଲିବଲ୍ ଆସୋସିଏସନ୍ ଆନୁକୂଲ୍ୟରେ ସମାଜସେବୀ ସ୍ୱର୍ଗତ ତାରା ପଣ୍ଡା ସ୍ମାରକୀ ଆନ୍ତଃ-ଜିଲ୍ଲା ଭଲିବଲ ଟୁର୍ଣ୍ଣାମେଣ୍ଟ ରବିବାର ପୂର୍ବାହ୍ନରେ ଉଦ୍‌ଘାଟିତ ହୋଇଯାଇଛି । ଛତ୍ରପୁର ଏନ୍‌ଏସିର ଉପାଧ୍ୟକ୍ଷ ଜି.ପାପା ରାଓ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରଦୀପ ପ୍ରଜ୍ଵଳନ କରି ଏହାକୁ ଆନୁଷ୍ଠାନି କଭାବେ ଉଦ୍‌ଘାଟନ କରିଥିଲେ ଏବଂ ପ୍ରଥମ ଦିବସରେ ଅଂଶଗ୍ରହଣ କରିଥିବା ଖେଳାଳିଙ୍କୁ କର ମର୍ଦ୍ଧନ କରି ଉତ୍ସାହିତ କରିଥିଲେ । ଉଦ୍‌ଘାଟନୀ ଦିବସରେ ଅନ୍ୟମାନଙ୍କ ମଧ୍ୟରେ ସମ୍ମାନିତ ଅତିଥି ଭାବେ ଶ୍ରୀରାମଚନ୍ଦ୍ରପୁରର ସମିତିସଭ୍ୟ ତଥା ପ୍ରାକ୍ତନ ସରପଞ୍ଚ ଏସ୍‌. ଚକ୍ରପାଣି ରେଡ୍ଡୀ, ଛତ୍ରପୁର ଏନ୍‌ଏସି ୯ ନଂ ୱାଡର କାଉନସିଲର ପ୍ରୀତିଚ୍ଛନ୍ଦା ସାମଲ,୧୦ ନଂ ୱାଡର କାଉନସିଲର ଦେବାଶିଷ ମିଶ୍ର, ୧୧ ନଂ ୱାଡର କାଉନସିଲର ସନ୍ତୋଷି ସେଠୀ, ୟୁଥମାସ ସେବାସଂଘର ସଂପାଦକ ସୟେଦ ମୁକ୍ତାର, ସ୍ୱର୍ଗତ ତାରା ପଣ୍ଡାଙ୍କ ସୁପୁତ୍ର କମଳ ପଣ୍ଡା, କଣମଣା ସରପଞ୍ଚଙ୍କ ପ୍ରତିନିଧି ବି.ସିମାଦ୍ରୀ, ସମିତିସଭ୍ୟଙ୍କ ପ୍ରତିନିଧି ଜନାର୍ଦ୍ଦନ ସ୍ୱାଇଁ ପ୍ରମୁଖ ବହୁ ଗଣ୍ୟମାଣ୍ୟ ଅତିଥି ଯୋଗ ଦେଇଥିଲେ । ଉଦ୍‌ଘାଟନ ମ୍ୟାଚରେ ବ୍ରହ୍ମପୁର ରେଡ୍ଡୀ ସିକ୍ସ ସହ ବ୍ରହ୍ମପୁର ପାୱାର ସିକ୍ସ ମଧ୍ୟରେ କଡା ମୁକାବିଲା ହୋଇଥିଲା । ଏଥିରେ ପାୱାର ସିକ୍ସ ବିଜୟୀ ହୋଇଥିଲା । ଉକ୍ତ ଦିନର ମ୍ୟାଚ୍‌କୁ ରାଇଜିଙ୍ଗ ଷ୍ଟାର ଭଲିବଲ୍ ଆସୋସିଏସନର ଟୁର୍ଣ୍ଣାମେଣ୍ଟ କମିଟି ସଭାପତି ତ୍ରିଲୋଚନ ବେହେରା, ସଂପାଦକ ସରୋଜ ବେହେରା, ଉପଦେଷ୍ଟା ପ୍ରକାଶ ଚନ୍ଦ୍ର ସେଠୀ ଓ ଲକ୍ଷ୍ମୀ ନାରାୟଣ ପାତ୍ର, ମ୍ୟାନେଜର ଶିକ୍ଷକ ବିପ୍ର ଚରଣ ସାହୁ, କୋଷାଧ୍ୟକ୍ଷ ରଘୁନାଥ ସାହୁ, ସଭ୍ୟ ଗୋବିନ୍ଦ ନାୟକ, ବାଲାଜୀ, ଶିବ, ମିଟୁ, ମଣ୍ଟୁ, ସୁକାନ୍ତ, ସନ୍ତଙ୍କ ସମେତ କମିଟିର ଅନ୍ୟାନ୍ୟ ସଦସ୍ୟମାନେ ପରିଚାଳନାରେ ସହଯୋଗ କରିଥିଲେ । ଏହି ମ୍ୟାଚ୍‌କୁ ରେଫରି ଭାବେ ଶ୍ରୀନୁ ପଟ୍ଟନାୟକ, ସ୍କୋରର ଭାବେ ଗୋବିନ୍ଦ ନାୟକ ଓ ଉଦ୍‌ଘାଟକ ଭାବେ ମଣ୍ଟୁ ଦାୟିତ୍ୱ ସୁଚାରୁ ରୂପେ ତୁଲାଇ ଥିଲେ ।

jay balangir
Leave A Reply

Your email address will not be published.

four × 5 =

error: Content is protected !!