pakka

ଉପାନ୍ତ ମାଓ ପ୍ରବଣ ମହଖଣ୍ଡରେ ବ୍ଲକସ୍ତରୀୟ ଜନ ଶୁଣାଣି ଶିବିର ଅନୁଷ୍ଠିତ

bbehera
  • ୧୬୨ଟି ବିଭିନ୍ନ ମାମଲାର ବିଚାର

କଂଟାବାଂଜି, (ଗୁରୁଦୟାଲ ହଂସ) : ବଲାଙ୍ଗିର ଜିଲ୍ଲା ତୁରେକେଲା ବ୍ଲକ ତଥା ପଡୋଶୀ ନୂଆପଡା ଜିଲ୍ଲାର ସୀମାନ୍ତ ମାଓ ପ୍ରବଣ ଅଂଚଳ ମହଖଣ୍ଡ ପଂଚାୟତ ସଦର ଗ୍ରାମରେ ସୋମବାର ଦିନ ପଂଚାୟତ କାର୍ଯ୍ୟାଳୟ ପରିସରରେ ବ୍ଲକସ୍ତରୀୟ ଜନ ଶୁଣାଣି ଶିବିର ଅନୁଷ୍ଠତ ହୋଇଯାଇଛି । ଏହି ଶିବିରରେ ତୁରେକେଲା ବ୍ଲକର ୧୯ ଗୋଟି ପଂଚାୟତର ସହସ୍ରାଧିକ ଲୋକେ ଉପସ୍ଥିତ ହୋଇ ନିଜ ନିଜ ଅଂଚଳର ସମସ୍ୟା ବିଭାଗୀୟ ଅଧିକାରୀ ତଥା ଜିଲ୍ଲାପାଳଙ୍କ ଅନୁପସ୍ଥିତିରେ ଯୋଗ ଦେଇଥିବା ଅତିରିକ୍ତ ଜିଲ୍ଲାପାଳ ଲୋକନାଥ ଧରୁଆଙ୍କୁ ଅଭିଯୋଗ ଜଣାଇଥିଲେ । ଏହି ଜନ ଶୁଣାଣି ଶିବିରରେ ବିଭିନ୍ନ ବିଭାଗର ମୋଟ ୧୨ଟି ଷ୍ଟଲ ଲାଗିଥିଲା । ମୋଟ ୧୬୨ଟି ବିଭିନ୍ନ ଅଭିଯୋଗ ଉପରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଧରୁଆ ବ୍ୟକ୍ତିଗତ ଭାବେ ଅଭିଯୋଗକାରୀଙ୍କ ଠାରୁ ଅନୁଧ୍ୟାନ କରି ବିଭାଗୀୟ ଅଧିକାରୀମାନଙ୍କୁ ତୁରନ୍ତ ସମାଧାନ କରିବା ପାଇଁ କହିଥିଲେ । ଏହି ଶିବିରରେ ନିର୍ମାଣ ଶ୍ରମିକ ଓ ଦାଦନ ଖଟି ଯାଇ ମୃତ୍ୟୁବରଣ କରିଥିବା ଶ୍ରମିକମାନଙ୍କ କ୍ଷତିପୂରଣ ମଧ୍ୟ ପ୍ରଦାନ କରାଯାଇଥିଲା । ଏପରିକି ବ୍ଲକରେ ବିଭିନ୍ନ ସ୍ୱୟଂ ସହାୟକ ଗୋଷ୍ଠୀ ମଧ୍ୟ ବିଭିନ୍ନ କ୍ଷେତ୍ରରେ ସ୍ୱାବଲମ୍ବି ହୋଇ ରୋଜଗାର କରିପାରିଥିବାରୁ ସେମାନଙ୍କୁ ମଧ୍ୟ ୧୦,୦୦୦/- ଟଙ୍କାର ଚ୍ୟାକ୍‌ ପ୍ରୋତ୍ସାହନ ରାଶି ଭାବେ ପ୍ରଦାନ କରିଥିଲେ । ଏଫିକୋର ସ୍ୱେଚ୍ଛାସେବୀ ଅନୁଷ୍ଠାନ ଦ୍ୱାରା ଲାଗିଥିବା ଷ୍ଟଲରେ ବାଲ୍ୟ ବିବାହ, ସ୍ୱାସ୍ଥ୍ୟ ସେବା ସହ ବିଭିନ୍ନ ସେଚେତନତା ମାଧ୍ୟମରେ ଜନସାଧାରଣଙ୍କୁ ସଚେତନତା କରାଯାଇଥିଲା । ଏପରିକି ମାତୃ ମୃତ୍ୟୁ ଓ ଶିଶୁ ମୃତ୍ୟୁ ହାର କିପରି ରୋକାଯାଇ ପାରିବ ଓ ଗ୍ରାମର ସ୍ୱାସ୍ଥ୍ୟ, ପୁଷ୍ଟି ଓ ପରିବାରର ଉନ୍ନତି କିପରି କରାଯାଇପାରିବା ଉପରେ ସଚେତନତା କରାଯାଇଛି । ଏହି ଶିବିରରେ ଅନ୍ୟମାନଙ୍କ ମଧ୍ୟରେ କଂଟାବାଂଜି ତହସିଲଦାର ସମୀର ରଂଜନ ବେହେରା, ବିଡିଓ ଦେବାଶିଷ ସାମଲ ତଥା ଜିଲ୍ଲା ଓ ବ୍ଲକର ବିଭିନ୍ନ ବିଭାଗୀୟ ଅଧିକାରୀ ସହିତ ମାଓ ପ୍ରବଣ ଅଂଚଳ ହୋଇଥିବାରୁ କଡା ପୋଲିସ ସୁରକ୍ଷା ମଧ୍ୟରେ ଜନ ଶିବିର ଅନୁଷ୍ଠିତ ହୋଇଯାଇଛି ।

jay balangir
Leave A Reply

Your email address will not be published.

twelve − 4 =

error: Content is protected !!