jsm

ଗଞ୍ଜାମ ବ୍ଲକରେ ଶୋକାକୁଳ ପରିବେଶ ମଧ୍ୟରେ ଜିଆରଏସ ପକ୍ଷରୁ ଶ୍ରଦ୍ଧାଞ୍ଜଳି

csstore

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ବ୍ଲକ ଅନ୍ତର୍ଗତ ହୁମ୍ମା ଗ୍ରାମ ପଞ୍ଚାୟତର ଜିଆରଏସ ଲକ୍ଷ୍ମୀ ଚରଣ ସାହୁ(୪୫)ଙ୍କ ଅକାଳ ବିୟୋଗରେ ଗଞ୍ଜାମ ବ୍ଲକରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା । ତାଙ୍କର ମର ଶରୀର ଗଞ୍ଜାମ ବ୍ଲକ କାର୍ଯ୍ୟାଳୟକୁ ଅଣାଯାଇଥିଲା । ପରେ ବ୍ଲକ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଜସ୍ମିନ ପ୍ରଧାନ, ଜିଲ୍ଲା ପରିଷଦ ସଭ୍ୟ ସନାତନ ବେହେରା, ପୂର୍ବତନ ବ୍ଲକ ଅଧ୍ୟକ୍ଷ ସୁରଥ ପାହାନ, ସଙ୍ଘ କର୍ମକର୍ତ୍ତା ଅଶୋକ ତ୍ରିପାଠୀ, ସୁଶାନ୍ତ କୁମାର ତରାଇ, ଏବିଡ଼ିଓ, ନିର୍ବାହୀ ଯନ୍ତ୍ରୀ, କନିଷ୍ଟ ଯନ୍ତ୍ରୀ, ବିଭିନ୍ନ ପଞ୍ଚାୟତ ଜନ ପ୍ରତିନିଧି, ବ୍ଲକ କର୍ମଚାରୀ ଓ ବିଭିନ୍ନ ପଞ୍ଚାୟତ କର୍ମଚାରୀମାନେ ଉପସ୍ଥିତ ରହି ସ୍ୱର୍ଗତ ଜିଆରଏସଙ୍କ ମର ଶରୀରରେ ପୁଷ୍ପମାଲ୍ୟ ଅର୍ପଣ କରି ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । ତାଙ୍କର ଅମର ଆତ୍ମର ସଦଗତି ନିମନ୍ତେ ବ୍ଲକ ପରିସରରେ ନୀରବ ପ୍ରାର୍ଥନା କରାଯାଇଥିଲା । ତାଙ୍କର ଗତ ମଙ୍ଗଳବାର ଦିନ ନିଜ ଗ୍ରାମ ଅରୁଣପୁରରେ ଉଚ୍ଚ ରକ୍ତଚାପ ଯୋଗୁଁ ବ୍ରେନ ହେମରେଜ୍‌ ହୋଇଥିଲା । ତାଙ୍କୁ ବ୍ରହ୍ମପୁର ନିଆଯାଉଥିବା ସମୟରେ ରାସ୍ତାରେ ତାଙ୍କର ପରଲୋକ ହୋଇଥିଲା । ସେ ଜଣେ ସରଳ, ପରପୋକାରୀ, ସ୍ୱଷ୍ଟବାଦୀ, ନିଷ୍କପଟ, କର୍ତ୍ତବ୍ୟନିଷ୍ଟ ବ୍ୟକ୍ତିତ୍ୱ ରହିଥିଲେ । ତାଙ୍କର ବିୟୋଗରେ ସ୍ଥାନୀୟ ଅଞ୍ଚଳରେ ଶୋକାର ଛାୟା ଖେଳି ଯାଇଛି ।

yuvodaya
Leave A Reply

Your email address will not be published.