pakka

ଓଡିଶା ସାଇନିଂ ଆଇକନ ସିଜନ ୫ର ସାଇନିଂ ରକର୍ସ ଆସନ୍ତା ୧୮ରେ

bbehera

ରାଉରକେଲା, (ସସ୍ମିତା ପ୍ରଧାନ) : ସହରର ଅଗ୍ରଣୀ ସାମାଜିକ ଅନୁଷ୍ଠାନ ସାଇନିଂ ରକର୍ସର ପଞ୍ଚମ ବାର୍ଷିକୋତ୍ସବ ଆସନ୍ତା ୧୮ ତାରିଖ ଦିନ ସଂଧ୍ୟା ୫ ଘଟିକା ସମୟରେ ସେକ୍ଟର ୫ ଭଞ୍ଜଭବନ ଠାରେ ଅନୁଷ୍ଠିତ ହେବ ବୋଲି ଏକ ସାମ୍ବାଦିକ ସମ୍ମିଳନୀରେ କୁହାଯାଇଛି । ରାଉରକେଲା କ୍ଲବ ଠାରେ ଆୟୋଜିତ ଏହି ସାମ୍ବାଦିକ ସମ୍ମିଳନୀରେ ଅନୁଷ୍ଠାନର ମୁଖ୍ୟ ଲିନା ବିଶ୍ୱାଳ କାର୍ଯ୍ୟକ୍ରମ ସଂପର୍କରେ ସୂଚନା ପ୍ରଦାନ କରି କହିଲେ ଯେ, ଗତ ଅକ୍ଟୋବର ମାସରେ ଅନଲାଇନ ମାଧ୍ୟମରେ ବିଭିନ୍ନ ପ୍ରତିଯୋଗିତା ଆରମ୍ଭ କରାଯାଇଥିଲା । ଏଥିରେ ପ୍ରାୟ ୩୦୦ଜଣ ପ୍ରତିଯୋଗୀ ଭାଗ ନେଇଥିବା ବେଳେ ସେଥିମଧ୍ୟରୁ ୪୦ ଜଣ ପ୍ରତିଯୋଗୀଙ୍କୁ ନେଇ ଫାଇନାଲ୍‌ ରାଉଣ୍ଡ ଅନୁଷ୍ଠିତ ହେବ । ଆସନ୍ତା ୧୭ ତାରିଖ ଦିନ ଗ୍ଲୁମିଙ୍ଗ୍, ଟାଲେଣ୍ଟ ରାଉଣ୍ଡ ଓ ଫଟୋ ସୁଟ୍‌ କରାଯିବ । ଏଥିରେ କୃତିତ୍ୱ ହାସଲ କରିଥିବା ପ୍ରତିଯୋଗୀ ଓ ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା କରିଥିବା ବିଶିଷ୍ଟ ବ୍ୟକ୍ତିଙ୍କୁ ସମ୍ବର୍ଦ୍ଧିତ କରାଯିବ । ଏହି କାର୍ଯ୍ୟକ୍ରମରେ ରାଉରକେଲା ବିଧାୟକ ସାରଦା ପ୍ରସାଦ ନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଉଥିବା ବେଳେ ସମ୍ମାନିତ ଅତିଥି ଭାବେ କମଲ ଅଗ୍ରୱାଲ, ଅନିତା ଅଗ୍ରୱାଲ, ଅନୁପ ମୋଦୀ, ପଦ୍ମନୀ ପାଣିଗ୍ରାହୀ, ଗୁରୁନନ୍ଦର ସିଂହ, କୁମାର ବେହେରା, ସନ୍ତମା ପିଲାଇ ପ୍ରମୁଖ ଯୋଗ ଦେବେ । ସେଲିବ୍ରିଟି ବିଚାରକ ଭାବେ ମୁମ୍ବାଇର ଗୌରବ ନୈନେ ଓ ମଡେଲ ତଥା ଅଭିନେତ୍ରୀ ରାଖି ମଣ୍ଡଳ ପ୍ରମୁଖ ଯୋଗ ଦେବେ ବୋଲି ସୂଚନା ଦିଆଯାଇଛି । ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ସୋନୁ ପିଲାଇ, ଡି ପଦ୍ମିନୀ, ସୋନୁ ମୁଖାର୍ଜୀ, ପପିଆ ମୁଖାର୍ଜୀ, ଡି ପୂଜା, ବର୍ଣ୍ଣାଳୀ ରାଉତ, ଅଂଶୁମାନ ସ୍ୱାଇଁ, ଶୁଭମ ସାଓ, ସନ୍ତୋଷ ରଥ, ସସ୍ମିତା ରଥ ପ୍ରମୁଖ ଉପସ୍ଥିତ ଥିଲେ । ଶେଷରେ ଅଧ୍ୟକ୍ଷା ଶ୍ରୀମତୀ ବିଶ୍ୱାଳ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.

two + 17 =