pakka

ମର୍ମନ୍ତୁଦ ସଡକ ଦୁର୍ଘଟଣା : ୧ ମୃତ, ବସ୍ ଚାଳକ ଅଟକ

bbehera

ଅନୁଗୁଳ, (ଆର୍ତ୍ତତ୍ରାଣ ପାଣି) : ଅନୁଗୁଳ ଥାନା ନିକଟ ମାଉସୀ ମା’ ମନ୍ଦିର ସାମ୍ନାରେ ଗୁରୁବାର ସକାଳେ ଏକ ବସ୍ ଧକ୍କାରେ ଜଣେ ବାଇକ ଆରୋହୀଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ମୃତକ ସହର ଉପକଣ୍ଠ କୁଶାସିଙ୍ଗା ଗ୍ରାମର ଧନେଶ୍ୱର ବେହେରା । ଧନେଶ୍ୱର ଜଣେ କାଠ ମିସ୍ତ୍ରୀ । ସହର ଉପକଣ୍ଠ ରାଣୀଗୋଡ଼ାକୁ ସେ କାମ କରିବାକୁ ଯାଉଥିଲେ । ମାତ୍ର, ମାଉସୀ ମା’ ମନ୍ଦିର ସମ୍ମୁଖରେ ପଛରୁ ଦୃତ ବେଗରେ ଆସୁଥିବା ଏକ ଘରୋଇ ବସ୍ ଧକ୍କା ଦେଇଥିଲା । ଘଟଣା ସ୍ଥଳରେ ତାଙ୍କ ମୃତ୍ୟୁ ହୋଇଥିବା ସୂଚନା । ପୁଲିସ ମୃତଦେହ ଜବତ କରିବା ସହ ଦୁର୍ଘଟଣା ଘଟାଇ ଥିବା ବସ୍ ଓ ବସ୍ ଚାଳକକୁ ଅଟକ ରଖି ତଦନ୍ତ ଚଳାଇଛି ।

Leave A Reply

Your email address will not be published.

twenty − 17 =