pakka

ବରଗଡ଼ ଜିଲ୍ଲାରେ ନୂତନ ଏସ୍‌ପିଙ୍କ ଯୋଗଦାନ

l2

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ବରଗଡ଼ ଜିଲ୍ଲାର ନୂତନ ଏସ୍‌ପି ଭାବେ ପର୍ମାର ସ୍ମିତ ପୁରୁଷୋତ୍ତମ ଦାଶ ଆଜି ଜିଲ୍ଲା ପୋଲିସ ମୁଖ୍ୟ କାର୍ଯ୍ୟାଳୟରେ ପହଞ୍ଚି ଦାୟିତ୍ଵ ଗ୍ରହଣ କରିଛନ୍ତି । ୨୦୧୩ ବ୍ୟାଚ ଆଇପିଏସ୍ ଅଫିସର ଶ୍ରୀ ପର୍ମାର ଏହା ପୂର୍ବରୁ ନବରଙ୍ଗପୁର ଜିଲ୍ଲା ଏସପି ଭାବେ କାର୍ଯ୍ୟ କରିଥିଲେ । ଆଜି ଦାୟିତ୍ଵ ଗ୍ରହଣ ପରେ ଜିଲ୍ଲାର ଆଇନ୍ ଶୃଙ୍ଖଳା, ଟ୍ରାଫିକ ସମସ୍ୟା, ଅପରାଧ ନିୟନ୍ତ୍ରଣକୁ ପ୍ରାଥମିକତା ଦିଆଯିବ ବୋଲି କହିଥିଲେ । ପୂର୍ବତନ ଏସପି ରାହୁଲ ଜୈନଙ୍କୁ ଝାରସୁଗୁଡ଼ା ଜିଲ୍ଲାକୁ ବଦଳି ହେବା ପରେ ସେ ସେଠାରେ ଯୋଗଦାନ କରିଛନ୍ତି ।

pp
Leave A Reply

Your email address will not be published.

one × five =