pakka

ଅଷ୍ଟମ ଭୀମପାହାଡ ମହୋତ୍ସବ ଉଦ୍‌ଯାପିତ

kalikesh
  • ଭୀମପାହାଡ ପର୍ଯ୍ୟଟନସ୍ଥଳୀର ସର୍ବାଙ୍ଗୀନ ବିକାଶ କରାଯିବ-ମନ୍ତ୍ରୀ ସୁଶାନ୍ତ ସିଂ
  • ଧରମସିଂ ମାଝୀ ମାନଧାତାଙ୍କ ପ୍ରତିମୂର୍ତ୍ତି ସ୍ଥାପିତ ହେବ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ଦେଓଗାଁ ବ୍ଲକ ମକୁନ୍ଦପୁର ପଞ୍ଚାୟତ ଅନ୍ତର୍ଗତ ପର୍ଯ୍ୟଟନସ୍ଥଳୀ ଭୀମପାହାଡରେ ୩ଦିନ ଧରି ଚାଲିଥିବା ଅଷ୍ଟମ ଭୀମପାହାଡ ମହୋତ୍ସବ ଉଦ୍‌ଯାପିତ ହୋଇଯାଇଛି । ମହୋତ୍ସବ ପରିଚାଳନା କମିଟି ସଭାପତି ପ୍ରମୋଦ କୁମାର ବହିଦାରଙ୍କ ସଭାପତିତ୍ୱ ଓ ମୁଖ୍ୟ ଉପଦେଷ୍ଟା ଲକ୍ଷ୍ମଣ କୁମାର ମେହେରଙ୍କ ପରିଚାଳନାରେ ଅନୁଷ୍ଠିତ ଉଦ୍‌ଯାପନୀ ଦିବସରେ ମୁଖ୍ୟ ଅତିଥିଭାବେ ରାଜ୍ୟସରକାରଙ୍କ ଶ୍ରମ ଓ ଗ୍ରାମ୍ୟ ଉନ୍ନୟନ ବିଭାଗ ମନ୍ତ୍ରୀ ତଥା ବଲାଙ୍ଗିର ଜିଲ୍ଲା ଯୋଜନା ବୋର୍ଡର ଅଧ୍ୟକ୍ଷ ସୁଶାନ୍ତ ସିଂ, ସମ୍ମାନୀତ ଅତିଥି ଭାବେ କଣ୍ଟାମାଳ ବିଧାୟକ ମହିଧର ରଣା, ବିଜେଡିର ଯୁବନେତା ଅର୍କେଶ ନାରାୟଣ ସିଂ ଦେଓ, ଯୁବ ବିଜେଡି ନେତା ରାଜେନ୍ଦ୍ର ହୋତା, ଗୁରୁଶ୍ରୀ ଘାସିରାମ ମିଶ୍ର, ପୂର୍ବତନ ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ରୀନା ମେହେର, କଳାକାର ଅତିଥି ଗୋଲାପ ବାଗ, ଆଦିବାସୀ ନେତା ସତ୍ୟନାରାୟଣ ଭୋଇ ପ୍ରମୁଖ ଯୋଗଦେଇ ପର୍ଯ୍ୟଟନ ସ୍ଥଳୀ ଭୀମପାହାଡର ଐତିହାସିକ କିମ୍ବଦନ୍ତୀ ରହିଥିବା ବେଳେଏହାର ଅନେକ ଗବେଷଣାର ଆବଶ୍ୟକତା ରହିଛି ବୋଲି ଗୁରୁତ୍ୱାରୋପ କରିଥିଲେ । ଏ ଦିଗରେ ରାଜ୍ୟ ସରକାର କେନ୍ଦ୍ର ସରକାରଙ୍କ ପ୍ରତ୍ନତତ୍ତ୍ୱ ବିଭାଗକୁ ପତ୍ର ଲେଖି ଭୀମପାହାଡର ଗୁମ୍ଫା ଗୁଡିକର ଗବେଷଣା କରିବାପାଇଁ ଏ ଦିଗରେ ପ୍ରଚେଷ୍ଟା କରିବି ବୋଲି ମନ୍ତ୍ରୀ ଶ୍ରୀ ସିଂ ପ୍ରତିଶୃତି ଦେଇଥିଲେ । ଏଥିସହ ରାଜ୍ୟ ସରକାର ଏହାର ବିକାଶ ଦିଗରେ ଅନେକ ପଦକ୍ଷେପ ନେଉଛନ୍ତି ଓ ଆଗାମୀ ଦିନରେ ଆଠଗାଁର ସ୍ୱର୍ଗତ ଜମିଦାର ସହିଦ ଧରମସିଂ ମାଝି ମାନଧାତାଙ୍କ ଏକ ପ୍ରତିମୂର୍ତ୍ତି ମଧ୍ୟ ସ୍ଥାପନ କରାଯିବ ବୋଲି କହିଥିଲେ । ଯୁବନେତା ଅର୍କେଶ ତାଙ୍କ ବକ୍ତବ୍ୟରେ ଭୀମପାହାଡକୁ ରାଜ୍ୟସରକାର ଦେଇଥିବା ଅନୁଦାନ ବିଷୟରେ ଉଲ୍ଲେଖ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଅଞ୍ଚଳର ପର୍ଯ୍ୟଟନ କ୍ଷେତ୍ରମାନଙ୍କୁ ସ୍ୱତନ୍ତ୍ର ଭାବରେ ଦୃଷ୍ଟି ଦେଉଥିବା କହିଥିଲେ । ଏଥିପାଇଁ ସେ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଦେବା ସହିତ ଭୀମପାହାଡକୁ ଯାଇଥିବା ରାସ୍ତାର ଉନ୍ନତିକରଣ ପାଇଁ ଗ୍ରାମ୍ୟଉନ୍ନୟନ ବିଭାଗ ତରଫରୁ ଦିଆଯାଇଥିବା ୫.୫କୋଟି ଟଙ୍କା ପାଇଁ ଉପସ୍ଥିତ ମନ୍ତ୍ରୀ ସୁଶାନ୍ତ ସିଂଙ୍କୁ ମଧ୍ୟ ଧନ୍ୟବାଦ ଜଣାଇଥିଲେ । ଉପଦେଷ୍ଟା ଲକ୍ଷ୍ମଣକୁମାର ମେହେର ଭୀମକଟାର ପୁନଃରୁଦ୍ଧାର ଓ ଏଠାକୁ ଯାଇଥିବା ରାସ୍ତାର ଉନ୍ନତିକରଣ ପାଇଁ ମନ୍ତ୍ରୀଙ୍କ ପାଖରେ ଦାବୀ ରଖିଥିଲେ । ସାମ୍ବାଦିକ ବିଭୂକଲ୍ୟାଣ ଗଡତ୍ୟା ମଞ୍ଚ ପରିଚାଳନା କରିଥିଲେ । ପୂର୍ଣ୍ଣଚନ୍ଦ୍ର ମାଝୀଙ୍କୁ ଭୀମପାହାଡ ସମ୍ମାନରେ ସମ୍ମାନୀତ କରାଯାଇଥିବା ବେଳେ ପୂର୍ବତନ ସରପଞ୍ଚ ମାଟୁ ଭୁଏ ଓ ଘୁଡୁକା କଳାକାର ଡ.ପବିତ୍ର ଦଣ୍ଡସେନାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଏହିଦିନ ବାସୁଦେବ ସାଙ୍କ ପରିଚାଳନା ତଥା ଅର୍ଜୁୁନକୁମାର ସାହୁ ଓ ଶୁସୋଭିତା ଗୁରୁଙ୍କ ସଂଯୋଜନାରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଆସାମର ବିହୁ, ପୋଲସରାର ବାଘନାଚ, ତୁଷୁରା କୃଷ୍ଣକଳା ଅନୁଷ୍ଠାନର ସାନବଡଙ୍କ ଘୁଡୁକାନାଚ ବଲାଙ୍ଗିରର ଦୁଲଦୁଲି ଇତ୍ୟାଦି କାର୍ଯ୍ୟକ୍ରମକୁ ୧୦ ହଜାରରୁ ଅଧିକ ଦର୍ଶକ ଉପଭୋଗ କରିଥିଲେ । ସଭାପୂର୍ବରୁ ନବୀନ କୁଅଁର ଓ ସାଥୀମାନଙ୍କ ଦ୍ୱାରା ସଂଗୀତ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । ମହୋତ୍ସବକୁ କମିଟି ସମ୍ପାଦକ ଗୋବର୍ଦ୍ଧନ ସାହୁ, ଉପଦେଷ୍ଟା ଶୈଳେନ୍ଦ୍ର ସାହୁ, ଯତିନ ବାରିକ, ପିତବାସ ବିଶି, ଦୟା ମହାକୁର, ଘନ ପଟେଲ, ବିନୋଦ ନାଏକ, ସୁଦାମ ପଟେଲ, ପରମେ ଭୂଏ, କ୍ଷମାନିଧି ମହାକୁର, ନନ୍ଦିକିଶୋର ନାଏକ, ଜୟଚନ୍ଦ୍ର ନାଏକ, ସୁଦାମ ସାହୁ, ସୁଦାମ ପଧାନ, ରାଜିନ ନାଏକ, ଜିତୁ ବଗର୍ତ୍ତି, ମୋହନ ସାହୁ ତଥା ସମସ୍ତ କର୍ମକର୍ତ୍ତା ସହଯୋଗ କରିଥିଲେ ।

pp
Leave A Reply

Your email address will not be published.

10 − 10 =