pakka

ଓଡ଼ିଶା ରେଳ ଚଳାଚଳ ସମନ୍ୱୟ ସମିତି ପକ୍ଷରୁ ଶୋକସଭା ଆୟୋଜିତ

bbehera

ରାଉରକେଲା, (ସସ୍ମିତା ପ୍ରଧାନ) : ବାହାନଗାଠାରେ ଗତକାଲି ଘଟି ଯାଇଥିବା କରମଣ୍ଡଳ ରେଳ ଦୁର୍ଘଟଣା ହୃଦୟ ଥରା ଓ ଅତ୍ୟନ୍ତ ଦୁଃଖଦାୟକ । ସହସ୍ରାଧିକ ମୃତ ଓ ପୀଡ଼ିତଙ୍କ ଦୁର୍ଦ୍ଦଶା ଦେଖି ହେଉନି କି ସହି ହେଉନି । ସରକାର, ରେଳମନ୍ତ୍ରୀ, ସାମାଜିକ ଅନୁଷ୍ଠାନମାନେ ଯଥା ସମ୍ଭବ ସାହାଯ୍ୟ ଓ ସହଯୋଗର ହାତ ବଢାଇଲେ ପୀଡ଼ିତମାନଙ୍କ ଦୁଃଖ ସାମାନ୍ୟ ଲାଘବ ହେବ । ଆଜି ସଂଧ୍ୟା ୬ଟା ସମୟରେ ଓଡ଼ିଶା ରେଳ ଚଳାଚଳ ସମନ୍ୱୟ ସମିତିର କର୍ମକର୍ତ୍ତାମାନେ ଖଡ଼ଗ ଭବନ ସେକ୍ଟର -୩ଠାରେ ସଭାପତି ଉପେନ୍ଦ୍ର ନାୟକଙ୍କ ଅଧ୍ୟକ୍ଷତାରେ ଏକ ଶୋକସଭାର ଆୟୋଜନ କରିଥିଲେ । ଏଥିରେ ମୃତକଙ୍କ ପରିବାରକୁ ଭଗବାନ ଶକ୍ତି ଦିଅନ୍ତୁ ଓ ସେମାନଙ୍କର ଆତ୍ମାର ସଦ୍‌ଗତି କାମନା କରି ନୀରବ ପ୍ରାର୍ଥନା କରାଯାଇଥିଲା ଓ ଆହତମାନଙ୍କର ଆଶୁ ଆରୋଗ୍ୟ କାମନା କରାଯାଇଥିଲା । ଏହି ଶୋକ ସଭାରେ ଉପସ୍ଥିତ ଥିଲେ ଶଶଧର ପାତ୍ର, ଅମୂଲ୍ୟ ବରାଳ, ଜଗନ୍ନାଥ ରାଉତ, ଅକ୍ଷୟ ଦାସ, ସଦାନନ୍ଦ ସାହୁ, ଶମ୍ଭୁନାଥ ପରିଡା, କୁଞ୍ଜବିହାରୀ ରାଉତ, ସୁବ୍ରତ ମଲ୍ଲିକ, ସତ୍ୟାନନ୍ଦ ବେହେରା ଓ ଅନ୍ୟମାନେ ।

Leave A Reply

Your email address will not be published.

thirteen − 13 =