jsm

ଡାକ୍ତର ମଧୁସୂଦନ ଦାଶଙ୍କ ବିୟୋଗରେ ଆଇଏମ୍‌ଏ ବରଗଡର ଶୋକସଭା

csstore

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ସ୍ୱର୍ଗତ ଡ଼ା. ମଧୁସୂଦନ ଦାଶଙ୍କ ମହାପ୍ରୟାଣରେ ଏକ ଶ୍ରଦ୍ଧାଞ୍ଜଳି ସଭା ଭାରତୀୟ ମେଡିକାଲ ସଂଘ ବରଗଡ଼ ଜିଲ୍ଲା ଶାଖା ପକ୍ଷରୁ ସ୍ଥାନୀୟ କିଶୋରୀ ନର୍ସିଂ ହୋମର ପରିସରରେ ଆୟୋଜିତ ହୋଇଯାଇଛି । ଭାରତୀୟ ଚିକିତ୍ସକ ସଂଘ ବରଗଡ଼ ଶାଖାର ସଭାପତି ଡ଼ା. ରବିନାରାୟଣ ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସଭାରେ ଦିବଙ୍ଗତ ଆତ୍ମାର ସଦ୍‌ଗତି କାମନା କରି ୨ ମିନିଟ୍ ନୀରବ ପ୍ରାର୍ଥନା କରାଯାଇଥିଲା । ସେ ଥିଲେ ଏକ ଅବିସ୍ମରଣୀୟ ପୁଣ୍ୟତ୍ମା । ତାଙ୍କର ଅଧ୍ୟାତ୍ମିକତା, ଶିଶୁ ବିଶେଷଜ୍ଞ ଭାବରେ କାର୍ଯ୍ୟଦକ୍ଷତା, ପରୋପକାର ମନୋବୃତ୍ତି, ଅମାୟିକ ବ୍ୟବହାରରେ ସମସ୍ତେ ଅବିଭୂତ ହୋଇଥିବାରୁ ତାଙ୍କର ବିୟୋଗ ଏକ ଅପୂରଣୀୟ କ୍ଷତି ବୋଲି ସଦସ୍ୟମାନେ ସ୍ମୃତିଚାରଣ କରିଥିଲେ । ଏହି ସଭାରେ ଡ଼ା. ସୁବଳ କର, ଡ଼ା. ଅର୍ଜୁନ ମେହେର, ଡ଼ା. ଓମ୍ ପ୍ରକାଶ ଲାଠ୍, ଡ଼ା. ବିନୋଦ ବିହାରୀ ନାୟକ, ଡ଼ା. ଘନଶ୍ୟାମ ନାଥ, ଡ଼ା. ପ୍ୟାରୀଲାଲ ତ୍ରିପାଠୀ, ଡ଼ା. ରାଜେଶ ତ୍ରିପାଠୀ, ଡା.ଶଙ୍କର ଲାଲ୍ ଶର୍ମା, ଡ଼ା. ଶୀତଳ ଅଗ୍ରୱାଲ, ଡ଼ା. ସରୋଜ କୁମାର ମେହେର, ଡ଼ା. ନାରାୟଣ ପ୍ରସାଦ ମିଶ୍ର, ଡ଼ା. ଶ୍ରୀକୃଷ୍ଣ ବଲ୍ଲଭ ମହାନ୍ତି, ଡ଼ା. ଭୀମ ସାହୁ, ଡ଼ା. ଦୁର୍ଗା ପ୍ରସାଦ ଦାଶ, ଡ଼ା. ଉମେଶ ଚନ୍ଦ୍ର ସାହୁ, ଡ଼ା. ରଞ୍ଜନ କୁମାର ମହାପାତ୍ର, ଡ଼ା. ସୁଶୀଳ କୁମାର କର, ଡ଼ା. ତାପସ ବୈକାର ପ୍ରମୁଖ ଯୋଗଦେଇ ସ୍ବର୍ଗତ ଆତ୍ମାଙ୍କୁ ବିନମ୍ର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ ।

yuvodaya
Leave A Reply

Your email address will not be published.