ନବ ନିର୍ମିତ ଶ୍ରୀ ଶ୍ରୀ ବିଶେଶ୍ଵର ମହାଦେବ ମନ୍ଦିର ପ୍ରତିଷ୍ଠା ପାଇଁ କଳସ ଶୋଭାଯାତ୍ରା

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ଜାମସେଠ ଗ୍ରାମ ପଞ୍ଚାୟତ ଚେରଙ୍ଗାଝାଞ୍ଜି ନିବାସୀ ତଥା ଅବସରପ୍ରାପ୍ତ ଶିକ୍ଷକ ସଦାନନ୍ଦ ସାହୁଙ୍କ ଦ୍ଵାରା ନବ ନିର୍ମିତ ଶ୍ରୀ ଶ୍ରୀ ବିଶେଶ୍ୱର ମହାଦେବ ମନ୍ଦିର ପ୍ରତିଷ୍ଠା ପାଇଁ ଆଜି ଅଙ୍ଗନଦୀରୁ ୨୧୬ ପବିତ୍ର ପୂର୍ଣ୍ଣ କଳସ ଆଣି ଏକ ଶୋଭାଯାତ୍ରାରେ ଘଣ୍ଟ ଶଙ୍ଖ ଖୋଲ ତାଲ ବାଦ୍ୟ ବାଦନ ଓ ସଂକିର୍ତନ ପରିବେଷଣ ସହ ନଗର ପରିକ୍ରମା ପରେ ଯଜ୍ଞ ମଣ୍ଡପରେ ପୂର୍ଣ୍ଣ କଳସ ସ୍ଥାପନ ସହ ପୂଜାର୍ଚ୍ଚନା ସହ ଦେବ ଆବାହନ କରାଯାଇଥିଲା । ଏହି ମନ୍ଦିର ପ୍ରତିଷ୍ଠା ଉତ୍ସବରେ ପୂଜାକର୍ତ୍ତା ଭାବେ ସଦାନନ୍ଦ ସାହୁ ଓ ତାଙ୍କ ଧର୍ମପତ୍ନୀ ସରୋଜିନୀ ସାହୁ ଓ ପୁରନ୍ଦର ସାହୁ ଓ ତାଙ୍କ ଧର୍ମପତ୍ନୀ ଆରତୀ ସାହୁ ପୂଜା କାର୍ଯ୍ୟନିର୍ବାହ କରୁଥିବା ବେଳେ ମୁଖ୍ୟ ପଣ୍ଡିତ ସୁବାଷ ପାଢୀ ଓ ତାଙ୍କର ଅନ୍ୟ ସହଯୋଗୀ ପୂଜା କାର୍ଯ୍ୟ ନିର୍ବାହ କରୁଛନ୍ତି । ମନ୍ଦିର ପ୍ରତିଷ୍ଠା ସହ ଷୋହଳ ପ୍ରହର ଅଖଣ୍ଡ ନାମଯଜ୍ଞ ଜୁନ ୨ରୁ ଆରମ୍ଭ ହୋଇ ଜୁନ ୫ ପର୍ଯ୍ୟନ୍ତ ତିନି ଦିନ ଧରି ଅନୁଷ୍ଠିତ ହେବ । ଆଜି କଳସ ଶୋଭାଯାତ୍ରାରେ ଶତାଧିକ ମହିଳା ପୁରୁଷ ଯୋଗଦେଇ ଥିଲେ ।

jittmm
Leave A Reply

Your email address will not be published.