pakka

ପ୍ରଧାନମନ୍ତ୍ରୀ ଫସଲ ବୀମା ଜାଲିଆତି ଅଭିଯୋଗରେ ରାଜ ବୋଡାସମ୍ବର କୃଷକ ସଂଗଠନ ପଞ୍ଚାୟତ ସଭାପତି ବେଦବର ସାହୁଙ୍କୁ ପ୍ରାଥମିକ ସଦସ୍ୟ ପଦରୁ ବହିଷ୍କାର

bbehera

ପଦ୍ମପୁର, (ନିରୋଜ କୁମାର ପାଣୀ) : ଆଜି ରାଜ ବୋଡାସମ୍ବର କୃଷକ ସଂଗଠନ ପାଇକମାଲ ବ୍ଲକ ଆନୁକୂଲ୍ୟରେ ସଭାପତି ବିଶ୍ୱନାଥ ରଣା ସଭାପତିତ୍ୱରେ ଏକ ଚାଷୀ ସମାବେଶ ଅନୁଷ୍ଠିତ ହୋଇଥିଲା । ଅନୁଷ୍ଠିତ ଚାଷୀ ସମାବେଶ ୨୦୨୧ ମସିହାର ପ୍ରଧାନମନ୍ତ୍ରୀ ଫସଲ ବୀମା ଜୁନ ୧୨ ତାରିଖ ସୁଦ୍ଧା ପ୍ରଦାନ କରାନଗଲେ, ଏଚ୍‌ଡିଏଫ୍‌ସି ବୀମା କମ୍ପାନୀର ଟାଲ ଟୁଳ ନୀତି ବିରୋଧରେ ଜୁନ ୧୩ ତାରିଖରେ ଜେଲ ଭରୋ ଆନ୍ଦୋଳନ ପାଇଁ ପାଇକମାଲ ବ୍ଲକ ପ୍ରତ୍ୟେକ ପଞ୍ଚାୟତରୁ ଶହ ଶହ ଚାଷୀ ଜେଲ ଭରୋ ଆନ୍ଦୋଳନରେ ଯୋଗଦେବା ପାଇଁ ପ୍ରସ୍ତାବ ନିଆଯାଇଛି । ବୋଡାସମ୍ବର କୃଷକ ସଙ୍ଗଠନର ମାଣ୍ତିଆଢିପା ପଞ୍ଚାୟତ ସଭାପତି ବେଦବର ସାହୁ ପାଇକମାଲ, ଝାରବନ୍ଧ ଅଞ୍ଚଳର ପାଖାପାଖି ୫୦ରୁ ଅଦିକ ଚାଷୀଙ୍କ ୩ ଶହ ହେକ୍ଟର ରୟତି ଜମିର ପ୍ରଧାନମନ୍ତ୍ରୀ ଫସଲ ବୀମା ନିଜ ପରିବାର ସମସ୍ତ ସଦସ୍ୟଙ୍କ ନାମରେ ପ୍ରିମିୟମ ଜମା କରି ଟଙ୍କା ହଡ଼ପ ଯୋଜନା କରି ଲକ୍ଷ ଲକ୍ଷ ଟଙ୍କାର ପାଇବା ଲକ୍ଷରେ ଅଭିଯୋଗରେ ବେଦବର ସାହୁଙ୍କୁ ଥାନାରେ ଅଭିଯୋଗ ଓ କୋଶଳ ପ୍ରବାହରେ ଖବର ପ୍ରକାଶିତ କରିବା ପରେ । ରାଜ ବୋଡାସମ୍ବର କୃଷକ ସଙ୍ଗଠନ ପାଇକମାଲ ବ୍ଲକ ତରଫରୁ ଏକ କୃଷକ ସମାବେଶ ଆୟୋଜିତ କରି ସଂଘର ବେଦବର ସାହୁଙ୍କୁ ପ୍ରାଥମିକ ସଦସ୍ୟ ପଦରୁ ବହିଷ୍କାର କରାଯାଇଛି । ପବିତ୍ର ନୃସିଂହନାଥ ଧର୍ମପୀଠଠାରେ କୃଷକ ସଙ୍ଗଠନର କୃଷକ ଭବନ ନିର୍ମାଣ କରିବା ପାଇଁ ସର୍ବ ସମ୍ମତି କ୍ରମେ ପ୍ରସ୍ତାବ ଗୃହିତ ହୋଇଛି । ଉକ୍ତ ସଭାରେ ବାଳକୃଷ୍ଣ ବନଛୋର, ପାନାଲାଲ ସେଠ, ରାହାସ ବିହାରୀ ସାହୁ, ପିତାମ୍ବର ସାହୁ, ସଫେଦ ବାରିକ, ଭଗବାନ ପ୍ରଧାନ, କୌତୁକ ସାହୁ, ଗିରିଧାରୀ ପାତ୍ର, ବେଣୁଧର ବେହେରା, ଧନିରାମ ଭୋଇ, ଝାରବନ୍ଧ ବ୍ଲକରୁ ଡୋଲାମଣି ଚୌଧରୀ, ଦୃବଚରଣ ହାତୀଙ୍କ ସମେତ ଶତାଧିକ ଚାଷୀ ଉପସ୍ଥିତ ଥିଲେ ।

jay balangir
Leave A Reply

Your email address will not be published.

three × four =

error: Content is protected !!