pakka

ଡା. ଶ୍ୟାମସୁନ୍ଦର ଦାସଙ୍କ ନବମ ସ୍ମୃତି ଚାରଣ ସଭା

bbehera

ରାଉରକେଲା, (ସସ୍ମିତା ପ୍ରଧାନ) : ଡାକ୍ତର ଶ୍ୟାମସୁନ୍ଦର ଦାସ ଥିଲେ ଅଜାତଶତ୍ରୁ । ନିଷ୍କପଟ ସମାଜସେବା ତାଙ୍କୁ ଅମର କରି ରଖିଛି ବୋଲି ତାଙ୍କର ସ୍ମୃତିଚାରଣ ସଭାରେ ଅତିଥିମାନେ ମତ ରଖିଥିଲେ । ଡା.ଶ୍ୟାମସୁନ୍ଦର ଦାସ ମେମୋରିଆଲ ଟ୍ରଷ୍ଟ, ଜଗଦା ପକ୍ଷରୁ ଦିବଙ୍ଗତ ଡାକ୍ତର ଶ୍ୟାମସୁନ୍ଦର ଦାସଙ୍କ ନବମ ସ୍ମୃତିଚାରଣ ସଭା ଜଗଦା ସାଂସ୍କୃତିକ ପରିଷଦ ଠାରେ ଅନୁଷ୍ଠିତ ହୋଇଯାଇଛି । ଟ୍ରଷ୍ଟର ଅଧ୍ୟକ୍ଷ ମନୋରଞ୍ଜନ ଦାଶଙ୍କ ପୌରହିତ୍ୟ ଓ ଟ୍ରଷ୍ଟି ତଥା ସମାଜସେବୀ ସଂଜୀବ କୁମାର ମହାନ୍ତିଙ୍କ ଆବାହକତ୍ୱରେ ଆୟୋଜିତ ଏହି ସ୍ମୃତିଚାରଣ ସଭାରେ ସହରର ବିଶିଷ୍ଟ ଗଣ୍ୟମାନ୍ୟ ବ୍ୟକ୍ତି ଉପସ୍ଥିତ ରହି ଡା. ଦାସଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ ପରେ ତାଙ୍କ ସମାଜସେବା ଓ ଅନ୍ୟାନ୍ୟ କାର୍ଯ୍ୟକ୍ରମ ସଂପର୍କରେ ଆଲୋଚନା କରିଥିଲେ । ଲୋକଙ୍କ ଦୁଃଖ ସୁଖରେ ଅକୁଣ୍ଠିତ ସାହାଯ୍ୟ କରିବା ଓ ଯେତେ କଠିନ ପରିସ୍ଥିତି ହୋଇଥିଲେ ବି ହସିହସି ପରିସ୍ଥିତିକୁ ହାଲୁକା କରିବା ଗୁଣ ତାଙ୍କର ଅନନ୍ୟ ଥିଲା । ଯେକୌଣସି ମୁହୁର୍ତ୍ତରେ କେହି ଅସୁବିଧାରେ ପଡିଲେ କିମ୍ବା ଶରୀର ଅସୁସ୍ଥ ହେଲେ ସେ ନିଃଶୁକ୍ଳ ସେବା କରି ସମସ୍ତଙ୍କ ହୃଦୟ ଜିଣି ପାରିଥିଲେ । ସେ ଥିଲେ ଆମ ସମାଜରେ ଅଜାତଶତ୍ରୁ । ତାଙ୍କ ନାମରେ ଗଠିତ ଟ୍ରଷ୍ଟ ବିଭିନ୍ନ ସାମାଜିକ ଓ ସମାଜସେବା କାର୍ଯ୍ୟକ୍ରମ କରୁଥିବାରୁ ଅତିଥିମାନେ ସନ୍ତୋଷ ପ୍ରକାଶ କରିଥିଲେ । ଅତିଥି ମାନଙ୍କ ମଧ୍ୟରେ ସର୍ବଶ୍ରୀ ବି.ଶତପଥୀ, କ୍ରୀତିଲତା ନନ୍ଦ, ବୀଣାପାଣି ପଟ୍ଟନାୟକ, କୁଂଜବିହାରୀ ରାଉତ, ବିପଦ ଭଞ୍ଜନ ପଣ୍ଡା, ପ୍ରମୋଦ ପରିଡା, ବିଜୟଲକ୍ଷ୍ମୀ, ଯୋଗେନ୍ଦ୍ର ରଣା, ବାବୁଲା ଭୋଳ, କ୍ରିଷ୍ଣା ସିଂହ, ହିମାଂଶୁ କକର, ବସନ୍ତ ବାରିକ, ପି.ଏନ.ପୃଷ୍ଟି, ପି.ଅରୋରା, ପି.କେ.ପତି, ଡଃ. କେ.ସି.ବାରିକ, ହରି ସିଂ, କାଶୀନାଥ ପଣ୍ଡା, ସରସ୍ୱତୀ ସାମଲ, ଦେବେନ୍ଦ୍ର, ହୃଷିକେଶ ନାୟକ, କେ.ସି.ମହାନ୍ତି, ଲକ୍ଷ୍ମୀଧର ନାୟକ, ସୁରେଶ ମଲ୍ଲିକ, କରୁଣାକର ସାହୁ, ଜଗନ୍ନାଥ ଜେନା, ଏ.ବେହେରା, ପୂର୍ଣ୍ଣଚନ୍ଦ୍ର ଦାଶ, ପିତାମ୍ବର ଲେଙ୍କା, ମନୋଜ ସାମଲ, ପ୍ରଦୀପ୍ତ ନାୟକ, ସୁମନ ଦତ୍ତ, ସୁରେନ୍ଦ୍ର ଦାଶ ପ୍ରମୁଖ ଉପସ୍ଥିତ ରହି ବକ୍ତବ୍ୟ ସହ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ ।

Leave A Reply

Your email address will not be published.

seven − three =