pakka

ପରମ୍ପରାର ଗଣପର୍ବ ପୁଷ୍‌ପୁନିରେ ସାମିଲ ହେଲେ ନରସିଂହ : ପୂର୍ବ ବର୍ଷ ପରି ଏଥର ମଧ୍ୟ ଘରକୁ ଘର ବୁଲି ଖୁଆଇଲେ ପିଠା

bbehera

ବଲାଙ୍ଗିର, (ଦେବାଶିଷ ମିଶ୍ର) : ପୁଷ୍‌ପୁନି ପଶ୍ଚିମ ଓଡିଶାର ଗାଁରୁ ସହର ପର୍ଯ୍ୟନ୍ତ ପାଳନ କରାଯାଉଥିବା ଏକ ଗଣ ପର୍ବ । ପ୍ରାୟତଃ ଦେଖାଯାଏ ଅଂଚଳର କୃଷକ ତାର ବହୁ କଷ୍ଟ ଲବ୍ଧ ଫସଲ ଅମଳ ସରିବା ପରେ ଘରକୁ ନିଏ ତାର ଖୁସିରେ ପ୍ରତ୍ୟେକ ଚାଷୀ ପରିବାର ଘରେ ଘରେ ପିଠା ମଣ୍ଡା କରି ଏହି ପର୍ବ ପାଳନ କରିଥାନ୍ତି । ଏପରି ଏକ ନିଆରା ପର୍ବ ପୁଷ୍‌ପୁନିରେ ଆଜି ସାମିଲ ହୋଇଛନ୍ତି ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର । ପରମ୍ପରାଗତ ଭାବେ ପ୍ରତ୍ୟେକ ବର୍ଷ ନିଜର ପ୍ରଥମ ନିର୍ବାଚନ ମଣ୍ଡଳି ଲୋଇସିଂହାଠାରେ ପୂବ ବର୍ଷ ଭଳି ଶ୍ରୀ ମିଶ୍ର ଏ ବର୍ଷ ମଧ୍ୟ ସାମିଲ ହୋଇ ଗାଁର ପ୍ରାୟତଃ ଅଂଚଳ ବୁଲି ଛୋଟରୁ ବଡ ସମସ୍ତଙ୍କୁ ପିଠା ବାଣ୍ଟି ଥିଲେ । ଅପରାହ୍ନରେ ଶ୍ରୀ ମିଶ୍ରଙ୍କୁ ଲୋଇସିଂହା ଷ୍ଟାଡିଅମ ପାଖରେ ସ୍ଥାନୀୟ ଲୋକମାନେ ସ୍ୱାଗତ କରିବା ସହ ଗାଁର ଯୁବକମାନେ ପଞ୍ଚବାଦ୍ୟ ଦୁଲଦୁଲିର ତାଳେ ତାଳେ ବିଧାୟକ ଶ୍ରୀ ମିଶ୍ରଙ୍କ ସହ ଗାଁର ପ୍ରତ୍ୟେକ ଘରକୁ ଯାଇ ପୁଷ୍‌ପୁନି ଜୁହାର ଜଣାଇଥିଲେ । ଆଜିର ଦିନ ଲୋଇସିଂହାରେ ଲୋଇସିଂହା ଉତ୍ସବ ପାଳନ କରାଯିବା ସହିତ ପୁଷ୍‌ପୁନି ଉପଲକ୍ଷେ କବାଡି, ଝୋଟି ତଥା ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମମାନ ଅନୁଷ୍ଠିତ କରାଯାଇଥାଏ । କିନ୍ତୁ ଏ ବର୍ଷ କରୋନା କଟକଣା ଯୋଗୁଁ ଏଠାରେ ହେଉଥିବା ସାଂସ୍କୃତିକ କାର୍ଯ୍ୟକ୍ରମ ସହିତ ଅନ୍ୟ ପାରମ୍ପାରିକ ପ୍ରତିଯୋଗିତା ଗୁଡିକୁ ସ୍ଥଗିତ କରାଯାଇଥିଲା ।

Leave A Reply

Your email address will not be published.

20 − ten =